ଜୁନ୍‌ ୨୫ ‘ସମ୍ବିଧାନ ହତ୍ୟା ଦିବସ’ ଘୋଷଣା କଲେ କେନ୍ଦ୍ର ସରକାର, ଏହି ଦିନ ଦେଶରେ ଲାଗୁ ହୋଇଥିଲା ଏମରଜେନ୍ସି

କେନ୍ଦ୍ର ସରକାର ଜୁନ୍‌ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଘୋଷଣା କରିଛନ୍ତି । ଏ ସମ୍ପର୍କରେ କେନ୍ଦ୍ର ବିଜ୍ଞପ୍ତି ଜାରି କରିଛି । ୧୯୭୫ ଜୁନ୍‌ ୨୫ରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏବେ ଏହି ଦିନକୁ ମନେ ରଖିବା ପାଇଁ କେନ୍ଦ୍ର ସରକାର ସମ୍ବିଧାନ ହତ୍ୟା ଦିବସ ଘୋଷଣା କରିଛନ୍ତି । ଗୃହମନ୍ତ୍ରୀ ଅମିତ୍‌ ଶାହ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି । ସେ ନିଜ […] The post ଜୁନ୍‌ ୨୫ ‘ସମ୍ବିଧାନ ହତ୍ୟା ଦିବସ’ ଘୋଷଣା କଲେ କେନ୍ଦ୍ର ସରକାର, ଏହି ଦିନ ଦେଶରେ ଲାଗୁ ହୋଇଥିଲା ଏମରଜେନ୍ସି appeared first on KNews Odisha.

ଜୁନ୍‌ ୨୫ ‘ସମ୍ବିଧାନ ହତ୍ୟା ଦିବସ’ ଘୋଷଣା କଲେ କେନ୍ଦ୍ର ସରକାର, ଏହି ଦିନ ଦେଶରେ ଲାଗୁ ହୋଇଥିଲା ଏମରଜେନ୍ସି
modi

କେନ୍ଦ୍ର ସରକାର ଜୁନ୍‌ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଘୋଷଣା କରିଛନ୍ତି । ଏ ସମ୍ପର୍କରେ କେନ୍ଦ୍ର ବିଜ୍ଞପ୍ତି ଜାରି କରିଛି । ୧୯୭୫ ଜୁନ୍‌ ୨୫ରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏବେ ଏହି ଦିନକୁ ମନେ ରଖିବା ପାଇଁ କେନ୍ଦ୍ର ସରକାର ସମ୍ବିଧାନ ହତ୍ୟା ଦିବସ ଘୋଷଣା କରିଛନ୍ତି ।

ଗୃହମନ୍ତ୍ରୀ ଅମିତ୍‌ ଶାହ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି । ସେ ନିଜ ପୋଷ୍ଟ ଲେଖିଛନ୍ତି ଯେ ‘୧୯୭୫ ଜୁନ୍‌ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକଛତ୍ରବାଦ ମାନସିକତାର ପରିଚୟ ଦେଇ ଦେଶ ଉପରେ ଏମରଜେନ୍ସି ଥୋପି ଦେଇଥିଲେ ଏବଂ ଆମ ଗଣତନ୍ତ୍ରର ଆତ୍ମାର ଗଳାକୁ ଚିପି ଦେଇଥିଲେ । ଲକ୍ଷ ଲକ୍ଷ ଲୋକଙ୍କୁ ବିନା କାରଣରେ ଜେଲ୍‌ ପଠାଇ ଦିଆଯାଇଥିଲା ଏବଂ ଗଣମାଧ୍ୟମର ସ୍ୱରକୁ ଚାପି ଦିଆଯାଇଥିଲା । ଭାରତ ସରକାର ପ୍ରତିବର୍ଷ ଜୁନ୍‌ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁମାନେ ୧୯୭୫ ଏମରଜେନ୍ସିର ଅମାନବୀୟ ଯନ୍ତ୍ରଣାକୁ ସହ୍ୟ କରିଥିଲେ, ସେହି ସମସ୍ତ ଲୋକଙ୍କ ମହାନ ଯୋଗଦାନକୁ ଏହି ଦିନ ମନେ ପକାଇବ’ ।

କହି ରଖୁଛୁ, ଆହ୍ଲାବାଦ ହାଇକୋର୍ଟଙ୍କର ଏକ ନିଷ୍ପତ୍ତି ପରେ ୧୯୭୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ଘୋଷଣା କରାଯାଇଥିଲା । ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଉପରେ ହାଇକୋର୍ଟ ୧୯୭୫ ଜୁନ୍ ୧୨ରେ ରାୟ ଦେଇଥିଲେ । ହାଇକୋର୍ଟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରାଏବରେଲି ନିର୍ବାଚନକୁ ବାତିଲ କରିଦେଇଥିଲେ ଏବଂ ଆଗାମୀ ୬ ବର୍ଷ ପାଇଁ ତାଙ୍କ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା । ଏହା ପରେ ଇନ୍ଦିରା ଗାନ୍ଧୀଙ୍କ ଇସ୍ତଫା ଦାବି ଆରମ୍ଭ ହୋଇଥିଲା ଏବଂ ଦେଶର ଅନେକ ସ୍ଥାନରେ ଆନ୍ଦୋଳନ ହେବାକୁ ଲାଗିଥିଲା । ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ଆଦେଶକୁ ବଳବତ୍ତର ରଖିଥିଲେ, ଯାହାପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା ।

The post ଜୁନ୍‌ ୨୫ ‘ସମ୍ବିଧାନ ହତ୍ୟା ଦିବସ’ ଘୋଷଣା କଲେ କେନ୍ଦ୍ର ସରକାର, ଏହି ଦିନ ଦେଶରେ ଲାଗୁ ହୋଇଥିଲା ଏମରଜେନ୍ସି appeared first on KNews Odisha.