କମିସନରେଟ୍ ପୋଲିସ ହାତରେ ବାଇକ୍ ଲୁଟେରା: ଦିନରେ ପୂଜକ ସାଜୁଥିଲେ, ରାତିରେ କରୁଥିଲେ ବାଇକ୍ ଚୋରି
କନକ ବ୍ୟୁରୋ: ଦିନରେ ପୂଜାରୀ, ରାତିରେ ଲୁଟେରା । ଦିନରେ ପୂଜକ ସାଜି ଗାଡି ପୂଜା କରୁଥିଲେ । ଆଉ ରାତିରେ ସେହି ଗାଡି କରୁଥିଲେ ଚୋରୀ । ଗାଡି ପୂଜା କରିବା ସମୟରେ ଚାଲାକିରେ ମାଷ୍ଟର ଚାବି ରଖୁଥିଲେ ଆଉ ପରେ ସେହି ଗାଡି ଚୋରି କରୁଥିଲେ ପୁଜକଜଣଙ୍କ । ଏମିତି ଜଣେ ଲୁଟେରା ପୂଜାରୀକୁ ଗିରଫ କରିଛି କମିସନରେଟ ପୋଲିସ । ପୋଲିସ କବଜାରେ ଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି କୃପାସିନ୍ଧୁ ମହାପାତ୍ର […] The post କମିସନରେଟ୍ ପୋଲିସ ହାତରେ ବାଇକ୍ ଲୁଟେରା: ଦିନରେ ପୂଜକ ସାଜୁଥିଲେ, ରାତିରେ କରୁଥିଲେ ବାଇକ୍ ଚୋରି first appeared on Kanak News.

କନକ ବ୍ୟୁରୋ: ଦିନରେ ପୂଜାରୀ, ରାତିରେ ଲୁଟେରା । ଦିନରେ ପୂଜକ ସାଜି ଗାଡି ପୂଜା କରୁଥିଲେ । ଆଉ ରାତିରେ ସେହି ଗାଡି କରୁଥିଲେ ଚୋରୀ । ଗାଡି ପୂଜା କରିବା ସମୟରେ ଚାଲାକିରେ ମାଷ୍ଟର ଚାବି ରଖୁଥିଲେ ଆଉ ପରେ ସେହି ଗାଡି ଚୋରି କରୁଥିଲେ ପୁଜକଜଣଙ୍କ । ଏମିତି ଜଣେ ଲୁଟେରା ପୂଜାରୀକୁ ଗିରଫ କରିଛି କମିସନରେଟ ପୋଲିସ ।
ପୋଲିସ କବଜାରେ ଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି କୃପାସିନ୍ଧୁ ମହାପାତ୍ର । ଘର ଖୋର୍ଦ୍ଧା ଜିଲ୍ଲା ଯାଆଁଳାରେ । ମାଟ୍ରିକ ପାସ୍ କରିବା ପରେ ଭୁବନେଶ୍ୱରକୁ ଆସି ପୂଜକ ଭାବେ କାମ କରୁଥିଲେ । ହାତରେ ଚନ୍ଦନ, ଧୂପ ସହ ପୂଜା ଥାଳି ଧରି ଭୁବନେଶ୍ୱରର ବିଭିନ୍ନ ଛକ ମାନଙ୍କରେ ଏ ବ୍ୟକ୍ତି ଜଣକ ଟ୍ରାଫିକରେ ଅଟକିଥିବା ଗାଡି ଗୁଡିକୁ ପୂଜା କରୁଥିବାର ପ୍ରାୟ ଅନେକ ଲୋକ ଦେଖିଥିବେ । ହେଲେ ପ୍ରକୃତରେ ଏ ଠକର କାମ ହେଉଛି ପାର୍କିଙ୍ଗରେ ଥିବା ବାଇକକୁ ଟାର୍ଗେଟ କରି ଲୁଟ୍ କରିବା । କ୍ୟାପିଟାଲ ଥାନା ପୋଲିସ ଦ୍ୱାରା ଗିରଫ ହେବା ପରେ ଏ ପୂଜାରୀର କଳା କାରନାମା ସାମ୍ନାକୁ ଆସିଛି ।
ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, କୃପାସିନ୍ଧୁକୁ ଗିରଫ କରିବା ପରେ ତା ନିକଟରୁ ଜବତ ହୋଇଛି ଏହି ୨୪ ଟି ବାଇକ ଓ ମାଳମାଳ ଚାବି ।
-ବିଭିନ୍ନ ହସ୍ପିଟାଲର ପାର୍କିଙ୍ଗ ପ୍ଲେସରେ ଥିବା ବାଇକ ଚୋରି କରୁଥିଲା କୃପାସିନ୍ଧୁ
-ହ୍ୟାଣ୍ଡେଲ୍ ଲକ୍ ପଡିନଥିବା ବାଇକ୍ ଗୁଡିକୁ ଟାର୍ଗେଟ କରୁଥିଲା
-କୃପାସିନ୍ଧୁ ପାଖରେ ଥିଲା ଅନେକ ଗୁଡିଏ ମାଷ୍ଟର କି
-ଚାଳକ ଗାଡି ଥୋଇ ଯିବା ପରେ ନକଲି ଚାବି ମାଧ୍ୟମରେ ଗାଡି ଷ୍ଟାର୍ଟ କରି ଫେରାର ହେଉଥିଲା
-ଗାଡି ଚୋରି କରିବା ପରେ ଅଳ୍ପ ଦାମରେ ବିଭିନ୍ନ ଲୋକଙ୍କ ନିକଟରେ ବନ୍ଧା ପକାଉଥିଲା
କ୍ୟାପିଟାଲ ହସ୍ପିଟାଲ,ଏମ୍ସ ହସ୍ପିଟାଲ, ଆପୋଲୋ ହସ୍ପିଟାଲ, ବିଏମସି ମଲ ଭଳି ପାର୍କିଙ୍ଗ ପ୍ଲେସରେ ଥିବା ବାଇକ ଗୁଡିକୁ ଟାର୍ଗେଟ କରି ସୁଯୋଗ ଦେଖି ଲୁଟ କରୁଥିଲା କୃପାସିନ୍ଧୁ । ତେବେ ଲୁଟ ହୋଇଥିବା ବାଇକ୍ ଫେରିପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି ଲୋକ ।
କେବଳ ଏହି ଗୋଟିଏ ଘଟଣା ନୁହେଁ, ବିଭିନ୍ନ ସମୟରେ ରାଜଧାନୀର ବିଭିନ୍ନ ସ୍ଥାନରୁ ଏହିଭଳି ବାଇକ ଚୋରିହେବାର ଘଟଣା ବଢିବାରେ ଲାଗିଛି । ଯାହା ପୋଲିସ ପାଇଁ ଚିନ୍ତାର କାରଣ ପାଲଟୁଛି ।
The post କମିସନରେଟ୍ ପୋଲିସ ହାତରେ ବାଇକ୍ ଲୁଟେରା: ଦିନରେ ପୂଜକ ସାଜୁଥିଲେ, ରାତିରେ କରୁଥିଲେ ବାଇକ୍ ଚୋରି first appeared on Kanak News.