କମେଡିଆନ୍‌ କୁନାଲଙ୍କୁ ମିଳିଲା ଆଗୁଆ ଅନ୍ତରୀଣ ଜାମିନ

ଚେନ୍ନାଇ,୨୮ା୩: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଥଟ୍ଟା କରି ବିବାଦର ସମ୍ମୁଖୀନ ହୋଇଥିବା ଷ୍ଟାଣ୍ଡିଂ କମେଡିଆନ୍‌ କୁନାଲ କାମ୍‌ରାଙ୍କୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଆଗୁଆ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ଏଥିପାଇଁ ତାଙ୍କୁ ତାମିଲନାଡୁ ଭିଲ୍ଲୁପୁରମ୍‌ ଜିଲା ପାନୁରସ୍ଥିତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ବଣ୍ଡ୍‌ ଦାଖଲ କରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି। ଏଥିସହିତ ବିଚାରପତି ସୁନ୍ଦର ମୋହନ ଦ୍ୱିତୀୟ ପକ୍ଷ ଖାର୍‌ ପୋଲିସକୁ ନୋଟିସ ଜାରି କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୭କୁ […] The post କମେଡିଆନ୍‌ କୁନାଲଙ୍କୁ ମିଳିଲା ଆଗୁଆ ଅନ୍ତରୀଣ ଜାମିନ appeared first on Dharitri Odia News.

କମେଡିଆନ୍‌ କୁନାଲଙ୍କୁ ମିଳିଲା ଆଗୁଆ ଅନ୍ତରୀଣ ଜାମିନ

ଚେନ୍ନାଇ,୨୮ା୩: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଥଟ୍ଟା କରି ବିବାଦର ସମ୍ମୁଖୀନ ହୋଇଥିବା ଷ୍ଟାଣ୍ଡିଂ କମେଡିଆନ୍‌ କୁନାଲ କାମ୍‌ରାଙ୍କୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଆଗୁଆ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ଏଥିପାଇଁ ତାଙ୍କୁ ତାମିଲନାଡୁ ଭିଲ୍ଲୁପୁରମ୍‌ ଜିଲା ପାନୁରସ୍ଥିତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ବଣ୍ଡ୍‌ ଦାଖଲ କରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି।

ଏଥିସହିତ ବିଚାରପତି ସୁନ୍ଦର ମୋହନ ଦ୍ୱିତୀୟ ପକ୍ଷ ଖାର୍‌ ପୋଲିସକୁ ନୋଟିସ ଜାରି କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୭କୁ ଧାର୍ଯ୍ୟ କରିଛନ୍ତି। ୨୦୨୧ରୁ କୁନାଲ ମୁମ୍ବାଇରୁ ଯାଇ ତାମିଲନାଡୁରେ ରହୁଛନ୍ତି। ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିବା ଆଶଙ୍କା ଥିବାରୁ ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ।

ମୁମ୍ବାଇ ଖାର୍‌ ଅଞ୍ଚଳର ଦି ହାବିଟାଟ୍‌ କମେଡି କ୍ଲବ୍‌ରେ କୁନାଲ ଉପମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ପରେ ଉତ୍ତେଜିତ ଶିବସେନା କର୍ମୀମାନେ ଦି ହାବିଟାଟ୍‌ କ୍ଳବ୍‌ରେ ଭଙ୍ଗାରୁଜା କରିଥିଲେ। ମୁମ୍ବାଇ ପୋଲିସ କୁନାଲଙ୍କୁ ୨ ଥର ସମନ କରିବା ସତ୍ତ୍ୱେ ସେ ହାଜର ହୋଇ ନାହାନ୍ତି।

The post କମେଡିଆନ୍‌ କୁନାଲଙ୍କୁ ମିଳିଲା ଆଗୁଆ ଅନ୍ତରୀଣ ଜାମିନ appeared first on Dharitri Odia News.