ରାଜ୍ୟରେ କଲରାପତରିଆ ବାଘ ଗଣନା ଆରମ୍ଭ, ୪୦ରୁ ୪୫ ଦିନ ଚାଲିବ ଗଣନା

ଭୁବନେଶ୍ୱର : ରାଜ୍ୟରେ କଲରାପତରିଆ ବାଘ ଗଣନା ଆରମ୍ଭ ହୋଇଛି। ମେ ୧ରୁ ଆରମ୍ଭ ହୋଇଥିବା ଏହି ଗଣନା ୪୦ରୁ ୪୫ ଦିନ ଚାଲିବ । ସେହିପରି ୧୫ବର୍ଷ ପରେ ହେଉଛି ହାତୀ ଗଣନା । ରାଜ୍ୟରେ ୫୧ଟି ଡିଭିଜନରେ କଲରାପତରିଆ ବାଘ ଗଣନା ହେବ। ୩ହଜାର ୩୧୨ ଟ୍ରାପ୍ କ୍ୟାମେରା ଲାଗିଛି । NTCA ପକ୍ଷରୁ ହୋଇଥିବା ବାଘ ଗଣନା ଓ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସହ ଯୋଗରେ ହୋଇଥିବା ଗଣନା ରିପୋର୍ଟରେ […] The post ରାଜ୍ୟରେ କଲରାପତରିଆ ବାଘ ଗଣନା ଆରମ୍ଭ, ୪୦ରୁ ୪୫ ଦିନ ଚାଲିବ ଗଣନା appeared first on KNews Odisha.

ରାଜ୍ୟରେ କଲରାପତରିଆ ବାଘ ଗଣନା ଆରମ୍ଭ, ୪୦ରୁ ୪୫ ଦିନ ଚାଲିବ ଗଣନା
leopard

ଭୁବନେଶ୍ୱର : ରାଜ୍ୟରେ କଲରାପତରିଆ ବାଘ ଗଣନା ଆରମ୍ଭ ହୋଇଛି। ମେ ୧ରୁ ଆରମ୍ଭ ହୋଇଥିବା ଏହି ଗଣନା ୪୦ରୁ ୪୫ ଦିନ ଚାଲିବ । ସେହିପରି ୧୫ବର୍ଷ ପରେ ହେଉଛି ହାତୀ ଗଣନା । ରାଜ୍ୟରେ ୫୧ଟି ଡିଭିଜନରେ କଲରାପତରିଆ ବାଘ ଗଣନା ହେବ। ୩ହଜାର ୩୧୨ ଟ୍ରାପ୍ କ୍ୟାମେରା ଲାଗିଛି ।

NTCA ପକ୍ଷରୁ ହୋଇଥିବା ବାଘ ଗଣନା ଓ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସହ ଯୋଗରେ ହୋଇଥିବା ଗଣନା ରିପୋର୍ଟରେ ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା କମିଥିଲା। ସେଥିପାଇଁ ଏକକାଳୀନ ଗଣନା ପାଇଁ ନିଷ୍ପତି ହୋଇଛି। ସେହିପରି ୧୫ ବର୍ଷ ପରେ ହେବ ହାତୀ ଗଣନା। ଏନେଇ ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।

The post ରାଜ୍ୟରେ କଲରାପତରିଆ ବାଘ ଗଣନା ଆରମ୍ଭ, ୪୦ରୁ ୪୫ ଦିନ ଚାଲିବ ଗଣନା appeared first on KNews Odisha.