ଦୁର୍ଗାପୂଜା ପରେ ହିଁ ପିସିସି ସଭାପତି ଘୋଷଣା ହେବ: ଜୟଦେବ ଜେନା
ଭୁବନେଶ୍ବର : ଦୁର୍ଗାପୂଜା ପରେ ଘୋଷଣା ହେବ ପିସିସି ସଭାପତି । ଦୀର୍ଘ ୧୦୦ ଦିନରୁ ଅଧିକ ସମୟ ହେବ... The post ଦୁର୍ଗାପୂଜା ପରେ ହିଁ ପିସିସି ସଭାପତି ଘୋଷଣା ହେବ: ଜୟଦେବ ଜେନା appeared first on .
ଭୁବନେଶ୍ବର : ଦୁର୍ଗାପୂଜା ପରେ ଘୋଷଣା ହେବ ପିସିସି ସଭାପତି । ଦୀର୍ଘ ୧୦୦ ଦିନରୁ ଅଧିକ ସମୟ ହେବ ମୁରବି ବିହୀନ ହୋଇ ପଡିଛି ରାଜ୍ୟ କଂଗ୍ରେସ । ରାଜ୍ୟରେ ୩ ମାସରେ ବିଜେପି ସରକାରକୁ ପରଖି ସାରିଲେଣି ସାଧାରଣ ଜନତା । ତେଣୁ ରାଜ୍ୟ ବାସୀଙ୍କ ପାଇଁ ଏବେ ବଡ ବିକଳ୍ପ ହେଉଛି କଂଗ୍ରେସ ଦଳ। ଏଆଇସିସି ମଧ୍ୟ ଏହା ଅନୁଭବ କରିଛି। ତେଣୁ ଦୁର୍ଗାପୂଜା ପରେ ହିଁ ପିସିସି ସଭାପତି ଘୋଷଣା ହେବାର ସମ୍ଭାବନା ରହିଥିବା କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଏହାପରେ ପିସିସି ତାଙ୍କ ଟିମ ଗଠନ କରିବେ। ଆମେ ମଧ୍ୟ ତାଙ୍କୁ ସହଯୋଗ କରିବୁ। ଆମେ ମଧ୍ୟ ବଡ ବିକଳ୍ପ ଭାବରେ ଓଡ଼ିଶାରେ ଆସିଥାନ୍ତୁ । କିନ୍ତୁ ଆମର କିଛି ପରିଚାଳନାଗତ ତ୍ରୁଟି କାରଣରୁ ଏହା ହୋଇପାରିଲା ନାହିଁ ବୋଲି କହିଛନ୍ତି ଜୟଦେବ ଜେନା।
The post ଦୁର୍ଗାପୂଜା ପରେ ହିଁ ପିସିସି ସଭାପତି ଘୋଷଣା ହେବ: ଜୟଦେବ ଜେନା appeared first on .