ଭାରତରେ ସାମସଙ୍ଗ ଗାଲାକ୍ସି S24 Ultra ଉପରେ ମିଳୁଛି ଖାସ୍‌ ଡିସକାଉଣ୍ଟ, ଜାଣନ୍ତୁ କିପରି ଉଠାଇବେ ଫାଇଦା

ସାମସଙ୍ଗ ସୀମିତ ସମୟ ପାଇଁ ଏକ ନୂଆ ଅଫର ଆଣିଛି । ଯେଉଁଥିରେ ଏହାର ଫ୍ଲାଗସିପ୍‌ ଫୋନ୍‌ ଗାଲାକ୍ସି S24 Ultraର ମୂଲ୍ୟ ୨୦,୦୦୦ ଟଙ୍କା ହ୍ରାସ କରାଯାଇଛି । S24 Ultra ଯାହାର ମୂଲ୍ୟ ୧,୨୯,୦୦୦ ଟଙ୍କା । ଏକ ପ୍ରମୋସନାଲ ସେଲ୍‌ ଅଫର ଯୋଗୁଁ ବର୍ତ୍ତମାନ ଏହାର ମୂଲ୍ୟ ୧,୦୯,୯୯୯ ଟଙ୍କା ରଖାଯାଇଛି । ଏହି ବିଶେଷ ଅଫର ବହୁତ କମ୍‌ ସମୟ ପାଇଁ ରଖାଯାଇଛି । ଜାଣି ରଖନ୍ତୁ ଏହାର ଫିଚର୍ସ: ଯଦି […] The post ଭାରତରେ ସାମସଙ୍ଗ ଗାଲାକ୍ସି S24 Ultra ଉପରେ ମିଳୁଛି ଖାସ୍‌ ଡିସକାଉଣ୍ଟ, ଜାଣନ୍ତୁ କିପରି ଉଠାଇବେ ଫାଇଦା appeared first on KNews Odisha.

ଭାରତରେ ସାମସଙ୍ଗ ଗାଲାକ୍ସି S24 Ultra ଉପରେ ମିଳୁଛି ଖାସ୍‌ ଡିସକାଉଣ୍ଟ, ଜାଣନ୍ତୁ କିପରି ଉଠାଇବେ ଫାଇଦା
phone

ସାମସଙ୍ଗ ସୀମିତ ସମୟ ପାଇଁ ଏକ ନୂଆ ଅଫର ଆଣିଛି । ଯେଉଁଥିରେ ଏହାର ଫ୍ଲାଗସିପ୍‌ ଫୋନ୍‌ ଗାଲାକ୍ସି S24 Ultraର ମୂଲ୍ୟ ୨୦,୦୦୦ ଟଙ୍କା ହ୍ରାସ କରାଯାଇଛି । S24 Ultra ଯାହାର ମୂଲ୍ୟ ୧,୨୯,୦୦୦ ଟଙ୍କା । ଏକ ପ୍ରମୋସନାଲ ସେଲ୍‌ ଅଫର ଯୋଗୁଁ ବର୍ତ୍ତମାନ ଏହାର ମୂଲ୍ୟ ୧,୦୯,୯୯୯ ଟଙ୍କା ରଖାଯାଇଛି । ଏହି ବିଶେଷ ଅଫର ବହୁତ କମ୍‌ ସମୟ ପାଇଁ ରଖାଯାଇଛି ।

ଜାଣି ରଖନ୍ତୁ ଏହାର ଫିଚର୍ସ:

ଯଦି ଆପଣ ପୁରୁଣା ଜେନେରେସନର ମଡେଲ ବଦଳାଇବାକୁ ପସନ୍ଦ କରନ୍ତି । ତେବେ, ଅଫର ଡିଟେଲ୍ସ ଅନୁଯାୟୀ, ଆପଣ ଗାଲାକ୍ସି S24 Ultra ଉପରେ ୮,୦୦୦ ଟଙ୍କା୍‌ ଏବଂ ଅବଶିଷ୍ଟ ୧୨,୦୦୦ ଟଙ୍କା ବୋନସ ହିସାବରେ ପାଇପାରିବେ । ଯଦି ନିର୍ଦ୍ଦିଷ୍ଟ ବ୍ୟାଙ୍କ କାର୍ଡ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ୧୨,୦୦୦ ଟଙ୍କାର କ୍ୟାସବ୍ୟାକ୍‌ ମଧ୍ୟ ମିଳିବ ।

ଏହା ସହିତ, ଅଧିକ ସୁଲଭ ମୂଲ୍ୟ ଖୋଜୁଥିବା ଗ୍ରାହକମାନେ ୨୪ ମାସ ପାଇଁ ବିନା ମୂଲ୍ୟରେ EMI ପାଇପାରିବେ । ଏହି ଅଫର ସମସ୍ତ ଅନଲାଇନ୍‌ ଏବଂ ଅଫଲାଇନ ଷ୍ଟୋର ଗୁଡିକରେ ଉପଲବ୍ଧ ହେବ ।

ସାମସଙ୍ଗ ଗାଲାକ୍ସି S24 Ultra :
S24 Ultra ସାମସଙ୍ଗ କିବୋର୍ଡରେ ରହିଛି, ଲାଇଭ୍‌ ଟ୍ରାନ୍ସଲେଟ୍‌, ଚାଟ୍‌ ଆସିଷ୍ଟ, AI

ଗାଲାକ୍ସି S24 Ultraରେ Corning Gorilla Armor ପ୍ରୋଟେକ୍ସନ ସହିତ ୬.୮ ଇଞ୍ଚ ଫ୍ଲାଟ୍‌ ସ୍କ୍ରିନ୍‌ ରହିଛି । ଡିଭାଇସ୍‌ ସ୍ନାପଡ୍ରାଗନ୍‌ ୮ ଜେନ ୩ ଚିପସେଟ ଦ୍ୱାରା ଚାଲିଥାଏ । ୭ ବର୍ଷର OS ଅପଗ୍ରେଡ୍‌ ଏବଂ ଗାଲାକ୍ସି S24 Ultra ପାଇଁ ୭ ବର୍ଷର ସୁରକ୍ଷା ଅପଡେଟ୍‌ ପାଇପାରିବେ ।
ଏଥିରେ ୧୨୦ ଡିଗ୍ରି ଫିଲ୍ଠ ଅଫ୍‌ ଭିୟୁ ସହିତ ୧୨MP ଅଲଟ୍ରା ଓ୍ଵାଇଡ୍‌ କ୍ୟାମେରା ରହିଛି । OIS ସହିତ ୨୦୦MP ଓ୍ଵାଇଡ୍‌ ଲେନ୍ସ ଏବଂ 5x ଓ 3x ଅପ୍ଟିକାଲ୍‌ ଜୁମ୍‌ ସହିତ କ୍ୟାମେରା ଅଛି । ଗାଲାକ୍ସି S24 Ultraର 12GB + 1TB, 12GB + 512GB ଏବଂ 12GB + 256GB ର ମେମୋରୀ ଏବଂ
ଷ୍ଟୋରେଜ୍‌ ରହିଛି । ଏହା ସହିତ ଏହି ଫୋନ୍ ଟାଇଟାନିୟମ୍‌ ଗ୍ରେ, ଟାଇଟାନିୟମ୍‌ ଭାୟୋଲେଟ୍‌, ଟାଇଟାନିୟମ୍‌ ବ୍ଲାକ୍‌ ଏବଂ ଟାଇଟାନିୟମ୍‌ ୟେଲୋ କଲର ଅପ୍ସନ ସହିତ ଆସିଥାଏ ।

The post ଭାରତରେ ସାମସଙ୍ଗ ଗାଲାକ୍ସି S24 Ultra ଉପରେ ମିଳୁଛି ଖାସ୍‌ ଡିସକାଉଣ୍ଟ, ଜାଣନ୍ତୁ କିପରି ଉଠାଇବେ ଫାଇଦା appeared first on KNews Odisha.