କମେଣ୍ଟମରାକୁ ନେଇ ଗଣ୍ଡଗୋଳ, ଗଣେଷ ଭସାଣି ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭଞ୍ଜନଗର ୧୪।୦୯ : ଭସାଣିକୁ ନେଇ ଗଣ୍ଡଗୋଳ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ମଦନମୋହନ ଛକରେ ଗଣେଷ ଭସାଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଯେଉଁଥିରେ  କିଛି ଲୋକ ଆହତ ହୋଇଥିବା ଖବର ମଧ୍ୟ ରହିଛି । ଖବର ଅନୁଯାୟୀ, ଶୁକ୍ରବାର ରାତିରେ ଗଣେଷ ଭସାଣି ଚାଲିଥିଲା । ଯାହାକୁ ନେଇ ବୁଗୁଡ଼ାର ଦୁଇ ସାହି ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏପିରିକି ଉଭୟ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ ହୋଇଥିବାର ମଧ୍ୟ ସୂଚନା ମିଳିଛି । ସେପଟେ ଘଟଣାସଂପର୍କରେ ଖବର ପାଇ ବୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିବାଦକୁ ଆୟତ କରିଥିଲା । ପୋଲିସର ପ୍ରାଥମିକ ତଦନ୍ତରୁ କମେଣ୍ଟ ମରାକୁ ନେଇ ମାର୍‌ପିଟ୍‌ ହୋଇଥିବା ସୂଚନା ମିଳିଛି ।

କମେଣ୍ଟମରାକୁ ନେଇ ଗଣ୍ଡଗୋଳ, ଗଣେଷ ଭସାଣି ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭଞ୍ଜନଗର ୧୪।୦୯ : ଭସାଣିକୁ ନେଇ ଗଣ୍ଡଗୋଳ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ମଦନମୋହନ ଛକରେ ଗଣେଷ ଭସାଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଯେଉଁଥିରେ  କିଛି ଲୋକ ଆହତ ହୋଇଥିବା ଖବର ମଧ୍ୟ ରହିଛି । 

ଖବର ଅନୁଯାୟୀ, ଶୁକ୍ରବାର ରାତିରେ ଗଣେଷ ଭସାଣି ଚାଲିଥିଲା । ଯାହାକୁ ନେଇ ବୁଗୁଡ଼ାର ଦୁଇ ସାହି ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏପିରିକି ଉଭୟ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ ହୋଇଥିବାର ମଧ୍ୟ ସୂଚନା ମିଳିଛି । ସେପଟେ ଘଟଣାସଂପର୍କରେ ଖବର ପାଇ ବୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିବାଦକୁ ଆୟତ କରିଥିଲା । ପୋଲିସର ପ୍ରାଥମିକ ତଦନ୍ତରୁ କମେଣ୍ଟ ମରାକୁ ନେଇ ମାର୍‌ପିଟ୍‌ ହୋଇଥିବା ସୂଚନା ମିଳିଛି ।