କମ୍ ସାମଗ୍ରୀରେ ଘରେ ତିଆରି କରନ୍ତୁ ଏହି ସ୍ୱାଦିଷ୍ଟ ମିଠା
ଘରେ ଥିବା ଅଳ୍ପ ସାମଗ୍ରୀରେ ଖୁବ୍ କମ୍ ସମୟରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଠା। ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ପ୍ରସ୍ତୁତ କରିବା ସେତେ ସହଜ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ପର୍ବପର୍ବାଣୀ ହେଉ କିମ୍ବା ଘରକୁ ଅତିଥି ଆସିଲେ ପରଷା ଯାଏ ମିଠା । ଆଜି ଆମେ ଘରର ବଳକା ଜିନିଷ ଓ ଖୁବ୍ ଅଳ୍ପ ସମୟରେ ବନେଇବୁ ଏକ ମିଠା । ଏହି ମିଠାକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ।
ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ‘କେଶର ପିସ୍ତା କୁଲ୍ଫି’
ଆବଶ୍ୟକ ସାମଗ୍ରୀ: କ୍ଷୀର, ଚିନି, ମିଲ୍କ ପାଉଡର, ଘିଅ
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଏକ ପ୍ୟାନ୍ରେ ଏକ କପ୍ କ୍ଷୀର ଗରମ କରନ୍ତୁ।
- କ୍ଷୀର ଫୁଟି ଆସିଲେ ସେଥିରେ କ୍ଷୀରର ଅଧା ପରିମାଣର ଚିନି ପକାନ୍ତୁ ।
- ଏହାକୁ ଭଲ ଭାବେ ଗୋଳାନ୍ତୁ । ଏହାପରେ ସେଥିରେ ଏକ କପ୍ ମିଲ୍କ ପାଉଡର ପକାଇ ଭଲ ଭାବ ଗୋଳାନ୍ତୁ।
- ଏହା ଗାଢ଼ ହୋଇ ଆସିଲେ ସେଥିରେ କିଛି ଗୁଆ ଘିଅ ପକାଇ ଦିଅନ୍ତୁ।
- ପରେ ଏହାକୁ ଏକ ପାତ୍ରକୁ ବାହାର କରି ଥଣ୍ଡା କରନ୍ତୁ।
- ଏହାପରେ ହାତରେ ଭଲ ଭାବେ ଚକଟି ଛୋଟ ଛୋଟ ଗୋଲ ସାଇଜର ମିଠା ଆକୃତିର କରି ଦିଅନ୍ତୁ। ସେଥିରେ କେଶର ଓ ବାଦାମ ପକାଇ ମିଠା ଉପରେ ସଜାଇ ଦିଅନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ଘର ତିଆରି ମିଠା। ଏହି ମିଠାକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଅତିଥି ଆସିଲେ ପରଷନ୍ତୁ ।