କମ୍ପାନୀରୁ ଲୁହା ଚୋରି କରି ବନ୍ଧା ହେଲେ ୬ ଅଭିଯୁକ୍ତ
ଲାଞ୍ଜିଗଡ଼,୨୭।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡରୁ ଲୁହା ଚୋରି ଅଭିଯୋଗରେ ଲାଞ୍ଜିଗଡ଼ ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ମୁତାବକ, ଗତ ୧୫ ତାରିଖରେ ବେଦାନ୍ତର ସୁରକ୍ଷାକର୍ମୀ କମ୍ପାନୀରୁ ଲୁହା ଚୋରି ହୋଇଥିବା ନେଇ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଲାଞ୍ଜିଗଡ଼ ପୋଲିସ ଏକ ମାମଲା(ନଂ.୨/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ରାତିରେ ଲାଞ୍ଜିଗଡ଼ ପୋଲିସର ଏକ ଟିମ୍ […] The post କମ୍ପାନୀରୁ ଲୁହା ଚୋରି କରି ବନ୍ଧା ହେଲେ ୬ ଅଭିଯୁକ୍ତ appeared first on Dharitri Odia News.
ଲାଞ୍ଜିଗଡ଼,୨୭।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡରୁ ଲୁହା ଚୋରି ଅଭିଯୋଗରେ ଲାଞ୍ଜିଗଡ଼ ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ମୁତାବକ, ଗତ ୧୫ ତାରିଖରେ ବେଦାନ୍ତର ସୁରକ୍ଷାକର୍ମୀ କମ୍ପାନୀରୁ ଲୁହା ଚୋରି ହୋଇଥିବା ନେଇ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଲାଞ୍ଜିଗଡ଼ ପୋଲିସ ଏକ ମାମଲା(ନଂ.୨/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଶୁକ୍ରବାର ରାତିରେ ଲାଞ୍ଜିଗଡ଼ ପୋଲିସର ଏକ ଟିମ୍ ବେଦାନ୍ତ କମ୍ପାନୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ସେତିକିବେଳେ କାରଖାନା ଅଞ୍ଚଳରେ କିଛି ସନ୍ଦିଗ୍ଘ ବକ୍ତି ବୁଲାବୁଲି କରୁଥିବା ଖବର ମିଳିଥିଲା।
ଲାଞ୍ଜିଗଡ ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ ପୋଲିସ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ଚଢାଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ। ପୋଲିସ ରାୟଗଡ଼ା ଜିଲା ଅମ୍ବାଦଳା ଥାନା ଛଡ଼ରଙ୍ଗ ଗାଁର ଶିବରାମ ଦୁର୍ଗା, ସନ୍ତୋଷ ବାଗ, ରବି ବାଗ, ମଦନ ବାଗ, ଦେବରାଜ ବାଗ ଏବଂ କାନ୍ତାରୁ ଟାକରିଙ୍କୁ ଗିରଫ କରି ଥାନାକୁ ଆଣିଥିଲା।
ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ନଗଦ ୫୭ ହଜାର ୭୯୦ ଟଙ୍କା ଓ ଗୋଟିଏ ଗ୍ୟାସ ସିଲିଣ୍ଡର, ଗ୍ୟାସ କଟର, ଗ୍ୟାସ ପାଇପ, ଅକ୍ସିଜେନ ସିଲିଣ୍ଡର ପ୍ରଭୃତି ଜବତ କରିଥିଲା। ଲାଞ୍ଜିଗଡ଼ ପୋଲିସ ପକ୍ଷରୁ କେସ ନଂ ୨/୨୫ରେ ଧାରା ୩୦୯(୪)/ ୧୦୯(୧)/୬୧(୨) ବିଏନ୍ଏସ୍କୁ ପରିବର୍ତ୍ତନ କରି ଧାରା ୩୧୦(୨)/ ୧୦୯(୧)/୬୧(୨) ବିଏନ୍ଏସ୍ ଅନୁଯାୟୀ ଏକ ମାମଲା ରୁଜୁ କରି ୬ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଜିତେନ୍ଦ୍ର ବିଶାଳ ସୂଚନା ପ୍ରଦାନ କରିଛନ୍ତି।
The post କମ୍ପାନୀରୁ ଲୁହା ଚୋରି କରି ବନ୍ଧା ହେଲେ ୬ ଅଭିଯୁକ୍ତ appeared first on Dharitri Odia News.