କମ୍ବ୍ୟାକ କରି ଖୁସିରେ
ନିକଟରେ କାନ୍ସ ଫେଷ୍ଟିଭାଲରେ ନବେ ଦଶକର ଚୁଲବୁଲି ସୁପରହିଟ୍ ନାୟିକା ପ୍ରିତି ଜିଣ୍ଟାଙ୍କୁ ଦେଖିବାକୁ ମିଳିଥିଲା । ପ୍ରିତିଙ୍କ କମ୍ବ୍ୟାକ ତାଙ୍କ ଫ୍ୟାନଙ୍କୁ ବେଶ୍ ଖୁସି ଦେଇଛି । ପ୍ରିତି ମଧ୍ୟ ଅନେକ ଦିନ ପରେ କାନ୍ସ ରେଡକାର୍ପେଟକୁ ଫେରି ଖୁବ ଉତ୍ସାହିତ ଅଛନ୍ତି । ପ୍ରିତିଙ୍କୁ ଏହି ରେଡ୍କାର୍ପେଟରେ ଏକ ଧଳା ଗାଉନ୍ରେ ଦେଖିବାକୁ ମିଳିଥିଲା । ପ୍ରିତିଙ୍କ ଲୁକ୍କୁ ସମସ୍ତେ ବେଶ୍ ପ୍ରଶଂସା କରିଛନ୍ତି । ପାଖାପାଖି ୧୭ ବର୍ଷ ପରେ ପ୍ରିତି ନିଜର […]

ନିକଟରେ କାନ୍ସ ଫେଷ୍ଟିଭାଲରେ ନବେ ଦଶକର ଚୁଲବୁଲି ସୁପରହିଟ୍ ନାୟିକା ପ୍ରିତି ଜିଣ୍ଟାଙ୍କୁ ଦେଖିବାକୁ ମିଳିଥିଲା । ପ୍ରିତିଙ୍କ କମ୍ବ୍ୟାକ ତାଙ୍କ ଫ୍ୟାନଙ୍କୁ ବେଶ୍ ଖୁସି ଦେଇଛି । ପ୍ରିତି ମଧ୍ୟ ଅନେକ ଦିନ ପରେ କାନ୍ସ ରେଡକାର୍ପେଟକୁ ଫେରି ଖୁବ ଉତ୍ସାହିତ ଅଛନ୍ତି । ପ୍ରିତିଙ୍କୁ ଏହି ରେଡ୍କାର୍ପେଟରେ ଏକ ଧଳା ଗାଉନ୍ରେ ଦେଖିବାକୁ ମିଳିଥିଲା । ପ୍ରିତିଙ୍କ ଲୁକ୍କୁ ସମସ୍ତେ ବେଶ୍ ପ୍ରଶଂସା କରିଛନ୍ତି । ପାଖାପାଖି ୧୭ ବର୍ଷ ପରେ ପ୍ରିତି ନିଜର କାନ୍ସ କମ୍ବ୍ୟାକ କରିଛନ୍ତି । କେବଳ କାନ୍ସ ନୁହେଁ ଆଗକୁ ବଲିଉଡରେ ମଧ୍ୟ ପ୍ରତି କମ୍ବ୍ୟାକ କରିବାକୁ ଯାଉଛନ୍ତି । ବଲିଉଡ୍ ଫିଲ୍ମ ଲାହୋର ୧୯୪୭ରେ ସନ୍ନି ଦେଓଲଙ୍କ ସହିତ ପ୍ରିତି ନଜର ଆସିବେ । ଏହାକୁ ନେଇ ମଧ୍ୟ ତାଙ୍କ ଫ୍ୟାନମାନେ ବେଶ୍ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ସବାନା ଆଜମୀ, ଅଲ୍ଲୀ ଫଜଲ୍, କରଣ ଦେଓଲଙ୍କୁ ମଧ୍ୟ ଦେଖିବାକୁ ମିଳିବ । ସେହିଭଳି ନିଜ ପର୍ସନାଲ ଲାଇଫ ଉପରେ ଫୋକସ କରିବାକୁ ଚାହୁଁଥିବାରୁ ଆକ୍ଟିଂରୁ ବ୍ରେକ ନେଇଥିବା ନେଇ ପ୍ରିତି ନିଜ ସାକ୍ଷାତକାରରେ ମତ ଦେଇଥିଲେ । ତେବେ ଏବେ ପୁଣି ନିଜ ଆକ୍ଟିଂ ଲାଇଫ୍କୁ ଫେରିଥିବାରୁ ବେଶ୍ ଖୁସି ଓ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ।