ଆପାର୍ଟମେଣ୍ଟରୁ ସିରିଜ ଲୁଟ ମାମଲାରେ ୨ ଗିରଫ
ଭୁବନେଶ୍ୱର : କମିଶନରେଟ ପୋଲିସକୁ ବଡ଼ ସଫଳତା I ଧପାଡିଲେ ସିରିଜ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗର ୨ ଲୁଟେରା I ଗତ କିଛି ମାସ ଧରି ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରୁ ଚୋରି କରିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ। ଏହା ସହିତ ତାଙ୍କ ଠାରୁ ଲୁଟ୍ ହୋଇଥିବା ସୁନା ଗହଣା ସହ ଟଙ୍କା ଜବତ କରିଛି ପୋଲିସ। ଗତ କିଛିଦିନ ଭିତରେ ଲଗାତାର ଭାବରେ ରାଜଧାନୀର ୫ ଆପାର୍ଟମେଣ୍ଟର ୧୨ […]

ଭୁବନେଶ୍ୱର : କମିଶନରେଟ ପୋଲିସକୁ ବଡ଼ ସଫଳତା I ଧପାଡିଲେ ସିରିଜ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗର ୨ ଲୁଟେରା I ଗତ କିଛି ମାସ ଧରି ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରୁ ଚୋରି କରିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ। ଏହା ସହିତ ତାଙ୍କ ଠାରୁ ଲୁଟ୍ ହୋଇଥିବା ସୁନା ଗହଣା ସହ ଟଙ୍କା ଜବତ କରିଛି ପୋଲିସ। ଗତ କିଛିଦିନ ଭିତରେ ଲଗାତାର ଭାବରେ ରାଜଧାନୀର ୫ ଆପାର୍ଟମେଣ୍ଟର ୧୨ ଫ୍ଲାଟ୍ ରୁ ଲୁଟ ହୋଇଥିଲା । ଚନ୍ଦକା, ଇନ୍ଫୋସିଟି , ଭରତପୁର, ମାଞ୍ଚେଶ୍ୱର୍ ଥାନା ଅଂଚଳରେ ଏହି ଲୁଟ ହୋଇଥିଲା ।
ତେବେ ଗିରଫ ଅଭିଯୁକ୍ତମାନେ ବାହାର ରାଜ୍ୟର ହୋଇଥିବା ବେଳେ ଏମାନଙ୍କୁ ଧରିବା ପାଇଁ ସିସିଟିଭିରୁ ତଥ୍ୟ ମିଳିଥିଲା। ତେବେ ଚୋର ଗ୍ୟାଙ୍ଗର ଦୁଇ ଜଣ ଧରାପଡ଼ିଥିବା ବେଳେ ଅନ୍ୟମାନେ ଏବେ ବି ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ପ୍ରୟାସ ଜାରି ରହିଛି।