ଟାଇମ୍‌ରେ ଆସିବାକୁ କହିଥିଲେ ମୋଦି, ୯ଟା ପୂର୍ବରୁ ପହଞ୍ଚିଗଲେ ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କୁ ଦେଇଥିବା ପରାମର୍ଶ ସ୍ପଷ୍ଟ ଭାବେ ପ୍ରଭାବ ପକାଉଛି। କାହିଁକିନା ସୋମବାର ସାରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କ୍ୟାବିନେଟ ସହକର୍ମୀଙ୍କ ସହ ଆଲୋଚନା କରିଥିଲେ। ସୂଚନାନୁସାରେ, ଏହି ସମୟ ମଧ୍ୟରେ ସେ ତାଙ୍କ ମନ୍ତ୍ରୀମାନଙ୍କୁ ଅନାବଶ୍ୟକ ବିବୃତ୍ତିରୁ ଦୂରେଇ ରହିବାକୁ ଏବଂ କେବଳ ସେମାନଙ୍କ ମନ୍ତ୍ରଣାଳୟ ବିଷୟରେ କଥାବାର୍ତ୍ତା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ସେ ମନ୍ତ୍ରୀମାନଙ୍କୁ ଠିକ ସମୟରେ ଅଫିସକୁ ଆସିବାକୁ କହିଥିଲେ। ଇତି ମଧ୍ୟରେ […] The post ଟାଇମ୍‌ରେ ଆସିବାକୁ କହିଥିଲେ ମୋଦି, ୯ଟା ପୂର୍ବରୁ ପହଞ୍ଚିଗଲେ ମନ୍ତ୍ରୀ appeared first on Dharitri Odia News.

ଟାଇମ୍‌ରେ ଆସିବାକୁ କହିଥିଲେ ମୋଦି, ୯ଟା ପୂର୍ବରୁ ପହଞ୍ଚିଗଲେ ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କୁ ଦେଇଥିବା ପରାମର୍ଶ ସ୍ପଷ୍ଟ ଭାବେ ପ୍ରଭାବ ପକାଉଛି। କାହିଁକିନା ସୋମବାର ସାରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କ୍ୟାବିନେଟ ସହକର୍ମୀଙ୍କ ସହ ଆଲୋଚନା କରିଥିଲେ। ସୂଚନାନୁସାରେ, ଏହି ସମୟ ମଧ୍ୟରେ ସେ ତାଙ୍କ ମନ୍ତ୍ରୀମାନଙ୍କୁ ଅନାବଶ୍ୟକ ବିବୃତ୍ତିରୁ ଦୂରେଇ ରହିବାକୁ ଏବଂ କେବଳ ସେମାନଙ୍କ ମନ୍ତ୍ରଣାଳୟ ବିଷୟରେ କଥାବାର୍ତ୍ତା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ସେ ମନ୍ତ୍ରୀମାନଙ୍କୁ ଠିକ ସମୟରେ ଅଫିସକୁ ଆସିବାକୁ କହିଥିଲେ।

ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶର ପ୍ରଭାବ ମଙ୍ଗଳବାର ସକାଳେ ସ୍ପଷ୍ଟ ଦେଖାଯାଉଥିଲା, ଯେତେବେଳେ ଅନେକ ମନ୍ତ୍ରୀ ସକାଳ ୯ଟା ପୂର୍ବରୁ ମଧ୍ୟ କାର୍ଯ୍ୟ ଆରମ୍ଭ କରିଥିଲେ। ଦାୟିତ୍ୱ ଗ୍ରହଣ କରିଥିବା ପ୍ରଥମ ମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଜୟଶଙ୍କର। ସେ ପ୍ରାୟ ୮ଟା ୧୫ରେ ବୈଦେଶିକ ମନ୍ତ୍ରଣାଳୟରେ ପହଞ୍ଚି କାମ ଆରମ୍ଭ କରିଥିଲେ। ଏହା ବ୍ୟତୀତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ମଧ୍ୟ ମଙ୍ଗଳବାର ସକାଳ ୯ଟା ପୂର୍ବରୁ ରାଜ୍ୟ ମନ୍ତ୍ରୀ କୀର୍ତ୍ତୀ ବର୍ଦ୍ଧନ ସିଂଙ୍କ ମଧ୍ୟ ବିଭାଗର ଦାୟିତ୍ୱ ଗ୍ରହଣ କରିଥିଲେ।

The post ଟାଇମ୍‌ରେ ଆସିବାକୁ କହିଥିଲେ ମୋଦି, ୯ଟା ପୂର୍ବରୁ ପହଞ୍ଚିଗଲେ ମନ୍ତ୍ରୀ appeared first on Dharitri Odia News.