କାହା କହିବା ଅନୁସାରେ ଦେଶରେ ଏମରଜେନ୍ସି ଲଗାଇଥିଲେ ଇନ୍ଧିରା ଗାନ୍ଧୀ, ଜାଣନ୍ତୁ…
ନୂଆଦିଲ୍ଲୀ,୨୫।୬: ୧୯୭୫ ମସିହା ୨୫ ଜୁନ ମଧ୍ୟରାତ୍ରିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଏହି ଘୋଷଣା ପରେ ଦେଶରେ ସବୁକିଛି ବଦଳି ଯାଇଥିଲା। ଇନ୍ଦିରା ଗାନ୍ଧୀଙ୍କ ଅନୁରୋଧ କ୍ରମେ ତତ୍କାଳୀନ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲି ଅହମ୍ମଦ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ସ୍ବାଧୀନ ଭାରତର ଏହା ସବୁଠାରୁ ଖରାପ ସମୟ ମଧ୍ୟରୁ ଗୋଟିଏ ଥିଲା। ଲୋକନାୟକ ଜୟପ୍ରକାଶ ନାରାୟଣ ଏହାକୁ ଇତିହାସର ‘ଅନ୍ଧକାର ସମୟ’ ବୋଲି କହିଥିଲେ। ଦେଶରେ ଜରୁରୀକାଳୀନ ପରିସ୍ଥିତି […] The post କାହା କହିବା ଅନୁସାରେ ଦେଶରେ ଏମରଜେନ୍ସି ଲଗାଇଥିଲେ ଇନ୍ଧିରା ଗାନ୍ଧୀ, ଜାଣନ୍ତୁ… appeared first on Dharitri Odia News.
ନୂଆଦିଲ୍ଲୀ,୨୫।୬: ୧୯୭୫ ମସିହା ୨୫ ଜୁନ ମଧ୍ୟରାତ୍ରିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଏହି ଘୋଷଣା ପରେ ଦେଶରେ ସବୁକିଛି ବଦଳି ଯାଇଥିଲା। ଇନ୍ଦିରା ଗାନ୍ଧୀଙ୍କ ଅନୁରୋଧ କ୍ରମେ ତତ୍କାଳୀନ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲି ଅହମ୍ମଦ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ସ୍ବାଧୀନ ଭାରତର ଏହା ସବୁଠାରୁ ଖରାପ ସମୟ ମଧ୍ୟରୁ ଗୋଟିଏ ଥିଲା। ଲୋକନାୟକ ଜୟପ୍ରକାଶ ନାରାୟଣ ଏହାକୁ ଇତିହାସର ‘ଅନ୍ଧକାର ସମୟ’ ବୋଲି କହିଥିଲେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ୨୧ ମାର୍ଚ୍ଚ ୧୯୭୭ପର୍ଯ୍ୟନ୍ତ ଚାଲିଥିଲା।
ଏହି ସମୟରେ ଜୟପ୍ରକାଶ ନାରାୟଣ, ଲାଲକୃଷ୍ଣ ଆଡଭାନୀ, ଅଟଳ ବିହାରୀ ବାଜପେୟୀ, ଜର୍ଜ ଫର୍ଣ୍ଣାଣ୍ଡିସ ଭଳି ବଡ ନେତାମାନେ କାରାଗାରରେ ଥିଲେ। ଏହା ବ୍ୟତୀତ ଲକ୍ଷ ଲକ୍ଷ ଲୋକଙ୍କୁ ଗିରଫ କରାଯାଇଥିଲା। ଏହି ସମୟରେ ଗଣମାଧ୍ୟମର ସ୍ବାଧୀନତା ଛଡ଼ାଇ ନିଆଯାଇଥିଲା ଏବଂ ଗଣମାଧ୍ୟମ ଉପରେ ସେନ୍ସରସିପ ଲଗାଯାଇଥିଲା।
ଏକ ସାକ୍ଷାତକାରରେ ଇନ୍ଦିରା ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ସ୍ବର୍ଗତ ଆର୍.କେ ଧୱନ ଖୁଲାସା କରିଥିଲେ ଯେ, ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏସ ଏସ ରାୟଙ୍କ ପରାମର୍ଶରେ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ।
The post କାହା କହିବା ଅନୁସାରେ ଦେଶରେ ଏମରଜେନ୍ସି ଲଗାଇଥିଲେ ଇନ୍ଧିରା ଗାନ୍ଧୀ, ଜାଣନ୍ତୁ… appeared first on Dharitri Odia News.