କରଲାଗୁଡା ଗାଁ ରେ ପହଞ୍ଚି ସ୍ଥାନୀୟ ସମସ୍ୟା ବିଷୟରେ ଲୋକଙ୍କ ସହ ଆଲୋଚନା କଲେ କୋକସରା ବ୍ଲକ ଉପାଧ୍ୟକ୍ଷ।
କୋକସରା:୨୮/୦୩ କୋକସରା ବ୍ଲକ ର ଟେମରା ପଞ୍ଚାୟତ କରଲାଗୁଡା ଗ୍ରାମ ରେ ଅନେକ ସମସ୍ୟା ଲାଗି ରହିଥିବା ବେଳେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ବୁଧବାର କରଲାଗୁଡା ଗାଁ ରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଗାଁ ରେ ଲାଗି ରହିଥିବା ମୌଳିକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଗ୍ରାମବାସୀ ଙ୍କ ଦୀର୍ଘ ଦିନ ର ଦାବି ରହିଛି ଟେମରା ରୁ ଡେଙ୍ଗାଗୁଡା କୁ ସଡକ ଯୋଜନା ରେ ସାମିଲ କରାଯାଇ ପକ୍କା ସଡକ ନିର୍ମାଣ […] The post କରଲାଗୁଡା ଗାଁ ରେ ପହଞ୍ଚି ସ୍ଥାନୀୟ ସମସ୍ୟା ବିଷୟରେ ଲୋକଙ୍କ ସହ ଆଲୋଚନା କଲେ କୋକସରା ବ୍ଲକ ଉପାଧ୍ୟକ୍ଷ। appeared first on Odisha.News.

କୋକସରା:୨୮/୦୩
କୋକସରା ବ୍ଲକ ର ଟେମରା ପଞ୍ଚାୟତ କରଲାଗୁଡା ଗ୍ରାମ ରେ ଅନେକ ସମସ୍ୟା ଲାଗି ରହିଥିବା ବେଳେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ବୁଧବାର କରଲାଗୁଡା ଗାଁ ରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଗାଁ ରେ ଲାଗି ରହିଥିବା ମୌଳିକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଗ୍ରାମବାସୀ ଙ୍କ ଦୀର୍ଘ ଦିନ ର ଦାବି ରହିଛି ଟେମରା ରୁ ଡେଙ୍ଗାଗୁଡା କୁ ସଡକ ଯୋଜନା ରେ ସାମିଲ କରାଯାଇ ପକ୍କା ସଡକ ନିର୍ମାଣ ପାଇଁ, ଏନେଇ ଗ୍ରାମବାସୀ ବର୍ଷ ବର୍ଷ ଧରି ପ୍ରଶାସନ ସ୍ଥାନୀୟ ବିଧାୟକ ନେତାମନ୍ତ୍ରୀ ଙ୍କୁ ଅଭିଯୋଗ କରି ଆସୁଛନ୍ତି ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ। ସେହିପରି କ୍ଷୁଦ୍ର ଜଳସେଚନ ଅଣୁ ବିଭାଗ ଅଧୀନରେ ଥିବା ଗ୍ରାମ ପୋଖରୀ ପଙ୍କଉଦ୍ଧାର ଓ ମାଟି ଖନନ କାର୍ଯ୍ୟ ଟେଣ୍ଡର ହୋଇଥିବା ବେଳେ ଠିକାସଂସ୍ଥା ଉନ୍ନତ ମାନର କାର୍ଯ୍ୟ କରିବାକୁ ଦାବି କରିଥିଲେ। ପଞ୍ଚାୟତ ସ୍ତରରେ ହେଉଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଓ।ମନରେଗା କାର୍ଯ୍ୟ ରେ ଅନିୟମିତତା ହେଉଥିବା।ମଧ୍ୟ ଅଭିଯୋଗ କରିଥିଲେ। ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଆଗାମୀ ସମୟରେ ସମସ୍ତ କାର୍ଯ୍ୟ ରେ ସ୍ୱଚ୍ଛତା ଆଣିବାକୁ ପ୍ରତିଶୃତି ଦେବାସହ ଗ୍ରାମବାସୀ ଙ୍କ ସହଯୋଗ କାମନା କରିଥିଲେ।ବ୍ଲକ ଉପାଧ୍ୟକ୍ଷ ଙ୍କ ସହ ସମାଜସେବୀ ସଞ୍ଜୟ ସିଙ୍ଘଲ, ଗ୍ରାମବାସୀ କୈଳାଶ ଚଳାନ, ଦେବରାଜ ପଟେଲ, ଧର୍ମୁ ପଟେଲ ଓ ଅନ୍ୟ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ।
The post କରଲାଗୁଡା ଗାଁ ରେ ପହଞ୍ଚି ସ୍ଥାନୀୟ ସମସ୍ୟା ବିଷୟରେ ଲୋକଙ୍କ ସହ ଆଲୋଚନା କଲେ କୋକସରା ବ୍ଲକ ଉପାଧ୍ୟକ୍ଷ। appeared first on Odisha.News.