ହୁତୁହୁତୁ ହୋଇ ବଢ଼ି ଚାଲିଛି ପନିପରିବାର ଦର

ନନ୍ଦିଘୋଷ ବ୍ୟୁରୋ : କନ୍ଦାଉଛି ଦରଦାମ। ନାକେଦମ କଲାଣି ପନି ପରିବା ଦର। କାର୍ତ୍ତିକ ଯାଇ ମାର୍ଗଶିର ଆସିଲାଣି ହେଲେ... The post ହୁତୁହୁତୁ ହୋଇ ବଢ଼ି ଚାଲିଛି ପନିପରିବାର ଦର appeared first on .

ହୁତୁହୁତୁ ହୋଇ ବଢ଼ି ଚାଲିଛି ପନିପରିବାର ଦର

ନନ୍ଦିଘୋଷ ବ୍ୟୁରୋ : କନ୍ଦାଉଛି ଦରଦାମ। ନାକେଦମ କଲାଣି ପନି ପରିବା ଦର। କାର୍ତ୍ତିକ ଯାଇ ମାର୍ଗଶିର ଆସିଲାଣି ହେଲେ କମିଲାନି ରେଟ୍। ହୁତୁ ହୁତୁ ହୋଇ ବଢ଼ି ଚାଲିଛି ପନିପରିବାର ଦର । କ’ଣ କିଣିବେ କ’ଣ ଖାଇବେ ଚିନ୍ତାରେ ଖାଉଟି। ଦର ନିୟନ୍ତ୍ରଣରେ ସରକାର ଫେଲ୍ କହିଛନ୍ତି ଖାଉଟି।
କାର୍ତ୍ତିକ ମାସରେ ଯେଁଉ ପରିବା ଟିକେ ଶସ୍ତା ଥିଲା, ତାହା ଶସ୍ତା ହେବା ବଦଳରେ ଆଜି ପୁଣି ବଢ଼ି ଯାଇଛି। ଦୁଇ ଦିନ ତଳେ ପୋଟଳ ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ତାହା ଏବେ ୭୦ ଟଙ୍କା ହୋଇଛି। ବିନ୍ସ ୭୦, ବାଇଗଣ ୫୦, ଝୁଡଙ୍ଗ ୮୦, ଟମାଟୋ ୫୦ ଥିବା ବେଳେ ଆଳୁ ଦର ୩୫ ରହିଛି। ପିଆଜ ୬୦, ରସୁଣ ଅଢେଇଶକୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ଏଭଳି ଚଢା ଦର ପାଇଁ ସାଧାରଣ ଲୋକେ ସରକାରଙ୍କୁ ଦୋଷ ଦେଇଛନ୍ତି। ଏ ସରକାର ପୁଞ୍ଜି ପତି ମାନଙ୍କ ସରକାର ବୋଲି କହିଛନ୍ତି ଗ୍ରାହକ। ଟ୍ରେନରେ ଆଳୁ ଆସିଲେ ଶାସ୍ତା ହେବ କହିଲେ କିନ୍ତୁ ସବୁ କଥାରେ ରହିଗଲା। ଗାଡ଼ି ତେଲରୁ ଖାଇବା ତେଲ ପୁଣି ପନିପରିବା ଦର ସବୁ ଆକାଶ ଛୁଆଁ । ପକେଟକୁ ବାଧୁଛି ଅହେତୁକ ଦରବୃଦ୍ଧି। ମାର୍କେଟରେ ପନି ପରିବା ଦର ବଢିବା ପରେ ଏଭଳି ଅସନ୍ତୋଷ ଝାଡ଼ିଛନ୍ତି ଲୋକେ।

The post ହୁତୁହୁତୁ ହୋଇ ବଢ଼ି ଚାଲିଛି ପନିପରିବାର ଦର appeared first on .