କରାଚୀ ଆକ୍ରମଣ ପାଇଁ ନୌସେନାର କିଭଳି ରହିଥିଲା ପ୍ରସ୍ତୁତ ଜାଣନ୍ତୁ…
ନୂଆଦିଲ୍ଲୀ,୧୧ା୫: ଅପରେଶନ ସିନ୍ଦୂର ବେଳେ ନୌସେନାର ଯୁଦ୍ଧଜାହାଜ ଆରବ ସାଗରରେ ମୁତୟନ ଥାଇ କରାଚୀ ଉପରେ ଆକ୍ରମଣ ନିମନ୍ତେ ପ୍ରସ୍ତୁତ ରହିଥିଲା। ଭାରତୀୟ ଯୁଦ୍ଧଜାହାଜର ଉପସ୍ଥିତି ଯୋଗୁ ପାକିସ୍ତାନୀ ନୌସେନା ଆଗକୁ ବଢ଼ି ନ ପାରି ଏହାର ଉପକୂଳରେ ରହିବାକୁ ବାଧ୍ୟ ହୋଇଥିଲା ବୋଲି ଭାରତୀୟ ନୌସେନା ଭାଇସ୍ ଆଡମିରାଲ ଏ.ଏନ୍. ପ୍ରମୋଦ ରବିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୌସେନାର ଯୁଦ୍ଧବିମାନବାହୀ ଜାହାଜ, ବୁଡ଼ାଜାହାଜ ଏବଂ ଅନ୍ୟ ଆସେଟ୍ଗୁଡ଼ିକୁ ସମ୍ପୂର୍ଣ୍ଣ ଯୁଦ୍ଧପ୍ରସ୍ତୁତି ସହ ସମୁଦ୍ରରେ ମୁତୟନ […] The post କରାଚୀ ଆକ୍ରମଣ ପାଇଁ ନୌସେନାର କିଭଳି ରହିଥିଲା ପ୍ରସ୍ତୁତ ଜାଣନ୍ତୁ… appeared first on Dharitri Odia News.
ନୂଆଦିଲ୍ଲୀ,୧୧ା୫: ଅପରେଶନ ସିନ୍ଦୂର ବେଳେ ନୌସେନାର ଯୁଦ୍ଧଜାହାଜ ଆରବ ସାଗରରେ ମୁତୟନ ଥାଇ କରାଚୀ ଉପରେ ଆକ୍ରମଣ ନିମନ୍ତେ ପ୍ରସ୍ତୁତ ରହିଥିଲା। ଭାରତୀୟ ଯୁଦ୍ଧଜାହାଜର ଉପସ୍ଥିତି ଯୋଗୁ ପାକିସ୍ତାନୀ ନୌସେନା ଆଗକୁ ବଢ଼ି ନ ପାରି ଏହାର ଉପକୂଳରେ ରହିବାକୁ ବାଧ୍ୟ ହୋଇଥିଲା ବୋଲି ଭାରତୀୟ ନୌସେନା ଭାଇସ୍ ଆଡମିରାଲ ଏ.ଏନ୍. ପ୍ରମୋଦ ରବିବାର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ନୌସେନାର ଯୁଦ୍ଧବିମାନବାହୀ ଜାହାଜ, ବୁଡ଼ାଜାହାଜ ଏବଂ ଅନ୍ୟ ଆସେଟ୍ଗୁଡ଼ିକୁ ସମ୍ପୂର୍ଣ୍ଣ ଯୁଦ୍ଧପ୍ରସ୍ତୁତି ସହ ସମୁଦ୍ରରେ ମୁତୟନ କରାଯାଇଥିଲା। ଆତଙ୍କବାଦୀ ଆକ୍ରମଣର ୯୬ ଘଣ୍ଟା ମଧ୍ୟରେ ଆରବ ସାଗରରେ ଏକାଧିକ ଅସ୍ତ୍ର ପରୀକ୍ଷା କରାଯାଇଥିଲା। ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଟାର୍ଗେଟ କରିବା ପାଇଁ ଆମ ସୈନ୍ୟ, ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ତଥା ପ୍ଲାଟ୍ଫର୍ମ ପ୍ରସ୍ତୁତିକୁ ସ୍ପଷ୍ଟ କରିବା ଏହାର ଲକ୍ଷ୍ୟ ଥିଲା। ପାକିସ୍ତାନ ପକ୍ଷର କୌଣସି ଆକ୍ରମଣକୁ ପ୍ରତିହତ କରିବା ସହ କରାଚୀ ସମେତ ଏହାର ସମୁଦ୍ର ଓ ସ୍ଥଳଭାଗର ବିଭିନ୍ନ ଟାର୍ଗେଟକୁ ଆକ୍ରମଣ ପାଇଁ ଆମେ ପ୍ରସ୍ତୁତ ରହିଥିଲୁ ବୋଲି ଭାଇସ୍ ଆଡମିରାଲ କହିଛନ୍ତି।
The post କରାଚୀ ଆକ୍ରମଣ ପାଇଁ ନୌସେନାର କିଭଳି ରହିଥିଲା ପ୍ରସ୍ତୁତ ଜାଣନ୍ତୁ… appeared first on Dharitri Odia News.