କରିନାଙ୍କ କନ୍ନଡ ଡେବ୍ୟୁ
ମୁମ୍ବାଇ: କେଜିଏଫ୍ ଚାପ୍ଟର-୨ ପରେ ଏବେ ୟଶ୍ଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ନୂଆବର୍ଷ ଆରମ୍ଭ ପୂର୍ବରୁ ୟଶ୍ ତାଙ୍କର ପରବର୍ତ୍ତୀ ଫିଲ୍ମର ନାମ ଘୋଷଣା କରିଥିଲେ। ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟକ୍ସିକ୍’ କେଜିଏଫ୍ ଭଳି ବ୍ଲକବଷ୍ଟର ହେବ ବୋଲି ଆଲୋଚନା ହେଉଛି। ତେବେ ଏନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ କରିନା କପୁର ଖାନ୍ ଟକ୍ସିକ୍ ଜରିଆରେ କନ୍ନଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ କରିନା ପ୍ରଥମ କରି […] The post କରିନାଙ୍କ କନ୍ନଡ ଡେବ୍ୟୁ appeared first on Dharitri Odia News.
ମୁମ୍ବାଇ: କେଜିଏଫ୍ ଚାପ୍ଟର-୨ ପରେ ଏବେ ୟଶ୍ଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ନୂଆବର୍ଷ ଆରମ୍ଭ ପୂର୍ବରୁ ୟଶ୍ ତାଙ୍କର ପରବର୍ତ୍ତୀ ଫିଲ୍ମର ନାମ ଘୋଷଣା କରିଥିଲେ। ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟକ୍ସିକ୍’ କେଜିଏଫ୍ ଭଳି ବ୍ଲକବଷ୍ଟର ହେବ ବୋଲି ଆଲୋଚନା ହେଉଛି। ତେବେ ଏନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ କରିନା କପୁର ଖାନ୍ ଟକ୍ସିକ୍ ଜରିଆରେ କନ୍ନଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ କରିନା ପ୍ରଥମ କରି ୟଶ୍ଙ୍କ ସହିତ ସ୍କ୍ରିନ ଶେୟାର କରିବେ। ତାଙ୍କୁ ମୁଭିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହା ପୂର୍ବରୁ ସେ କୌଣସି ସାଉଥ୍ ଫିଲ୍ମରେ କାମ କରିନାହାନ୍ତି। ନିର୍ମାତା କରିନାଙ୍କୁ ଏହି ଫିଲ୍ମ ପାଇଁ ପ୍ରସ୍ତାବ ଦେଇଛନ୍ତି। କରିନା ୨୦୦୦ରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ଫିଲ୍ମରେ ତାଙ୍କ ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ଶେଷଥର ପାଇଁ ତାଙ୍କୁ ‘ଦି ବକିଙ୍ଗହାମ୍ ମର୍ଡର୍ସ’ରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କ ପାଖରେ ଦୁଇଟି ମୁଭି ରହିଛି।
The post କରିନାଙ୍କ କନ୍ନଡ ଡେବ୍ୟୁ appeared first on Dharitri Odia News.