କରୀଶ୍ମା କରିଥିଲେ ପୂର୍ନଜୀବିତ
ନିକଟରେ କରୀନା ନିଜ ଭଉଣୀ କରୀଶ୍ମାଙ୍କ ସମ୍ପର୍କରେ କଥା ହୋଇଛନ୍ତି । କପୁର ପରିବାରର ମହିଳାଙ୍କ ପାଇଁ କରୀଶ୍ମା କିପରି କ୍ୟାରିୟର ଚେଞ୍ଜର ସାଜିଥିଲେ ସେ ବିଷୟରେ କଥା ହୋଇଛନ୍ତି । କରୀଶ୍ମା ହିଁ ସାହସ କରି ଫିଲ୍ମ ଲାଇନ୍ରେ ପାଦ ଦେଇଥିଲେ ଯାହା ଫଳରେ କପୁର ଖାନଦାନର ମହିଳା ମାନେ ପୁଣି ଫିଲ୍ମରେ କାମ କରିବାର ସୁଯୋଗ ପାଇଥିଲେ । ସୂଚନା ଅନୁସାରେ ରାଜ କପୁର ଚାହୁଁନଥିଲେ କି ତାଙ୍କ ଫ୍ୟାମିଲିର କେହି ବି ମହିଳା […]

ନିକଟରେ କରୀନା ନିଜ ଭଉଣୀ କରୀଶ୍ମାଙ୍କ ସମ୍ପର୍କରେ କଥା ହୋଇଛନ୍ତି । କପୁର ପରିବାରର ମହିଳାଙ୍କ ପାଇଁ କରୀଶ୍ମା କିପରି କ୍ୟାରିୟର ଚେଞ୍ଜର ସାଜିଥିଲେ ସେ ବିଷୟରେ କଥା ହୋଇଛନ୍ତି । କରୀଶ୍ମା ହିଁ ସାହସ କରି ଫିଲ୍ମ ଲାଇନ୍ରେ ପାଦ ଦେଇଥିଲେ ଯାହା ଫଳରେ କପୁର ଖାନଦାନର ମହିଳା ମାନେ ପୁଣି ଫିଲ୍ମରେ କାମ କରିବାର ସୁଯୋଗ ପାଇଥିଲେ । ସୂଚନା ଅନୁସାରେ ରାଜ କପୁର ଚାହୁଁନଥିଲେ କି ତାଙ୍କ ଫ୍ୟାମିଲିର କେହି ବି ମହିଳା ଫିଲ୍ମରେ କାମ କରନ୍ତୁ । ଯାହାଫଳରେ ନିତୁ କପୁର ଓ ବବିତା କପୁର ବିବାହ ପରେ ଫିଲ୍ମରେ କାମ କରିବା ବନ୍ଦ କରିଥିଲେ । ହେଲେ କରୀଶ୍ମା ଫିଲ୍ମରେ କାମ କରିବାର ଆଗ୍ରହ ପ୍ରକାଶ କରିବା ସହିତ ସାହସ ମଧ୍ୟ କରିଥିଲେ । ହେଲେ ତାଙ୍କୁ ପରିଶ୍ରମ କରି ନିଜ ସ୍ଥାନ ନିଜେ ତିଆରି କରିବାକୁ ପଡିଥିଲା । ଏହି ସାକ୍ଷାତକାରରେ କରୀନା କରୀଶ୍ମାଙ୍କୁ କପୁର ଖାନଦାନର ପ୍ରଥମ ମହିଳା ସୁପରଷ୍ଟାର ବୋଲି ସମ୍ବୋଧନ କରିଛନ୍ତି । କରିଶ୍ମା ସେମାନଙ୍କୁ ପୂର୍ନଜୀବିତ କରିଥିବା ନେଇ କରୀନା ପ୍ରକାଶ କରିଛନ୍ତି ।