ମା’ ବଡରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଝାଲିଆଗୋଛାକୁ ହରାଇ ଛେଦାଭୂମୀ ଚାମ୍ପିୟନ
ଭଞ୍ଜନଗର,୨୮।୪ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ପଞ୍ଚାୟତ ଝାଲିଆଗୋଛା ଠାରେ ଚାଲିଥିବା ମା’ ବଡରାଉଳ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇଥିଲା। ଝାଲିଆଗୋଚ୍ଛା ପ୍ରଥମେ ଟସ ଜିତି ନିର୍ଦ୍ଧାରିତ ୧୨ ଓଭରରେ ୬ ଉଇକେଟ୍ ବିନିମୟରେ ୫୨ ରନ ସଂଗ୍ରହ କରିଥିଲା। ଛେଦାଭୂମୀ ଦ୍ୱିତୀୟ ବ୍ୟାଟିଂ କରି ନିର୍ଦ୍ଧାରିତ ୫ ଓଭରରେ ୪ ଉଇକେଟ ବିନିମୟରେ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା। ଛେଦାଭୂମୀ ମ୍ୟାନ ଅଫ […] The post ମା’ ବଡରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଝାଲିଆଗୋଛାକୁ ହରାଇ ଛେଦାଭୂମୀ ଚାମ୍ପିୟନ appeared first on Dharitri Odia News.
ଭଞ୍ଜନଗର,୨୮।୪ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ପଞ୍ଚାୟତ ଝାଲିଆଗୋଛା ଠାରେ ଚାଲିଥିବା ମା’ ବଡରାଉଳ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇଥିଲା। ଝାଲିଆଗୋଚ୍ଛା ପ୍ରଥମେ ଟସ ଜିତି ନିର୍ଦ୍ଧାରିତ ୧୨ ଓଭରରେ ୬ ଉଇକେଟ୍ ବିନିମୟରେ ୫୨ ରନ ସଂଗ୍ରହ କରିଥିଲା। ଛେଦାଭୂମୀ ଦ୍ୱିତୀୟ ବ୍ୟାଟିଂ କରି ନିର୍ଦ୍ଧାରିତ ୫ ଓଭରରେ ୪ ଉଇକେଟ ବିନିମୟରେ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା। ଛେଦାଭୂମୀ ମ୍ୟାନ ଅଫ ଦି ମ୍ୟାଚ ଏବଂ ମ୍ୟାନ ଅଫ ଦି ସିରିଜ ଗୋପୀନାଥ ହୋଇଥିଲେ। ପୁରସ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣପଦର ସରପଞ୍ଚ ବନମାଳୀ ଗୌଡ଼ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଚାମ୍ପିୟାନ ଛେଦାଭୂମୀ ଟିମ୍କୁ ୧୦୧୦୧ ଟଙ୍କା ଏବଂ ରନର୍ସ ଅପ ହୋଇଥିବା ଝାଲିଆଗୋଛା ଟିମ୍କୁ ୭୧୦୧ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଝାଲିଆଗୋଛା ମା ବଡରାଉଳ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ପ୍ରତିଯୋଗୀତାକୁ ଗ୍ରାମବାସୀ ପରିଚାଳନା କରିବାରେ ସହଯୋଗ କରିଥିଲେ । ରାତିରେ ବିଜୟୀ ଟିମ୍ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ସେମାନଙ୍କୁ ସ୍ବାଗତ କରିଥିଲେ।
The post ମା’ ବଡରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଝାଲିଆଗୋଛାକୁ ହରାଇ ଛେଦାଭୂମୀ ଚାମ୍ପିୟନ appeared first on Dharitri Odia News.