କର୍କଟ ରୋଗରେ ଆକ୍ରାନ୍ତ ଭିଆରପି ଇନ୍ଦ୍ରାଣୀ ପଣ୍ଡାଙ୍କ ଦେହାନ୍ତ, ସରକାରୀ ସହାୟତା ଦାବି

ଚିପିଲିମା, ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ ବସନ୍ତପୁର ପଞ୍ଚାୟତ ଗଡ଼ମୁଣ୍ଡା ଗ୍ରାମର ଶେଷଦେବ ପଣ୍ଡାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଜନୈକା ଇନ୍ଦ୍ରାଣୀ ପଣ୍ଡା (୪୭) କିଛି ମାସ ହେଲା ଯକୃତ କର୍କଟ ରୋଗରେ ପୀଡିତ ଥିଲେ l ଇନ୍ଦ୍ରାଣୀଙ୍କ ଭୀମସାର ମେଡିକାଲ ରେ ଚିକିତ୍ସାଧୀନ ଭାବରେ ଗତକାଲି ମୃତ୍ୟୁ ଘଟିଛି l ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ, ସମ୍ବଲପୁର ରାଜଘାଟ ରେ ତାଙ୍କ ଶବସତ୍କାର କରାଯାଇଥିଲା l ତାଙ୍କ ପୁଅ ଆଶୁତୋଷ ମୁଖାଗ୍ନି ଦେଇଥିଲେ […] The post କର୍କଟ ରୋଗରେ ଆକ୍ରାନ୍ତ ଭିଆରପି ଇନ୍ଦ୍ରାଣୀ ପଣ୍ଡାଙ୍କ ଦେହାନ୍ତ, ସରକାରୀ ସହାୟତା ଦାବି appeared first on Odisha.News.

କର୍କଟ ରୋଗରେ ଆକ୍ରାନ୍ତ ଭିଆରପି ଇନ୍ଦ୍ରାଣୀ ପଣ୍ଡାଙ୍କ ଦେହାନ୍ତ, ସରକାରୀ ସହାୟତା ଦାବି

ଚିପିଲିମା, ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ ବସନ୍ତପୁର ପଞ୍ଚାୟତ ଗଡ଼ମୁଣ୍ଡା ଗ୍ରାମର ଶେଷଦେବ ପଣ୍ଡାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଜନୈକା ଇନ୍ଦ୍ରାଣୀ ପଣ୍ଡା (୪୭) କିଛି ମାସ ହେଲା ଯକୃତ କର୍କଟ ରୋଗରେ ପୀଡିତ ଥିଲେ l ଇନ୍ଦ୍ରାଣୀଙ୍କ ଭୀମସାର ମେଡିକାଲ ରେ ଚିକିତ୍ସାଧୀନ ଭାବରେ ଗତକାଲି ମୃତ୍ୟୁ ଘଟିଛି l ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ, ସମ୍ବଲପୁର ରାଜଘାଟ ରେ ତାଙ୍କ ଶବସତ୍କାର କରାଯାଇଥିଲା l ତାଙ୍କ ପୁଅ ଆଶୁତୋଷ ମୁଖାଗ୍ନି ଦେଇଥିଲେ l ମାତ୍ର ବିଡମ୍ବନା ଏହି ଯେ ତାଙ୍କରି ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବାବେଳେ, ଉଭୟେ ବାପାମାଆ ଛେଉଣ୍ଡ ହୋଇଗଲେ l ଝିଅଟି ଏକ ବେସରକାରୀ ସ୍କୁଲରେ ସ୍ୱଳ୍ପ ବେତନରେ କାମକରି ମାଆର ଚିକିତ୍ସା କରାଉଥିବାବେଳେ ସାନ ଭାଇକୁ ପାଠ ପଢ଼ାଉଥିଲେ l ବର୍ତମାନ ସେମାନେ ବେସାହାରା ହୋଇପଡିଥିବାବେଳେ କିପରି ଚଳିବେ ସେନେଇ ପିଲାଙ୍କ ପାଇଁ ବଡ଼ଚିନ୍ତା l ଏପରି ସମୟରେ ପ୍ରଶାସନ ପକ୍ଷରୁ ଇନ୍ଦ୍ରାଣୀଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସଚେତନ ମହଲରେ ଦାବି ହେଉଛି l

The post କର୍କଟ ରୋଗରେ ଆକ୍ରାନ୍ତ ଭିଆରପି ଇନ୍ଦ୍ରାଣୀ ପଣ୍ଡାଙ୍କ ଦେହାନ୍ତ, ସରକାରୀ ସହାୟତା ଦାବି appeared first on Odisha.News.