ଚନ୍ଦକା ଜଙ୍ଗଲରୁ ମିଳିଲା ଦନ୍ତା ହାତୀ ‘ରାମୁ’ର ମୃତଦେହ

ଭୁବନେଶ୍ବର,୧୯।୮: ଚୁନୁକୂଳି ବସ୍ତି ନିକଟ ଚନ୍ଦକା ଜଙ୍ଗଲରୁ ସୋମବାର ଦନ୍ତା ହାତୀ ‘ରାମୁ’ର ମୃତଦେହ ଉଦ୍ଧାର ହୋଇଛି। ହେଲେ ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀ ‘ରାମୁ’ର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ବିଦ୍ୟୁତ୍‌ ବିଭାଗଠାରୁ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଯୋଗ୍ୟ, ଶନିବାର ରାତିରେ ସମ୍ବଲପୁର ଜିଲା ରେଢାଖୋଲ ବନଖଣ୍ଡ ଘୋଷରାମାଳ ଫରେଷ୍ଟ […] The post ଚନ୍ଦକା ଜଙ୍ଗଲରୁ ମିଳିଲା ଦନ୍ତା ହାତୀ ‘ରାମୁ’ର ମୃତଦେହ appeared first on Dharitri Odia News.

ଚନ୍ଦକା ଜଙ୍ଗଲରୁ ମିଳିଲା ଦନ୍ତା ହାତୀ ‘ରାମୁ’ର ମୃତଦେହ

ଭୁବନେଶ୍ବର,୧୯।୮: ଚୁନୁକୂଳି ବସ୍ତି ନିକଟ ଚନ୍ଦକା ଜଙ୍ଗଲରୁ ସୋମବାର ଦନ୍ତା ହାତୀ ‘ରାମୁ’ର ମୃତଦେହ ଉଦ୍ଧାର ହୋଇଛି। ହେଲେ ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀ ‘ରାମୁ’ର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ବିଦ୍ୟୁତ୍‌ ବିଭାଗଠାରୁ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଯୋଗ୍ୟ, ଶନିବାର ରାତିରେ ସମ୍ବଲପୁର ଜିଲା ରେଢାଖୋଲ ବନଖଣ୍ଡ ଘୋଷରାମାଳ ଫରେଷ୍ଟ ସେକ୍ସନ ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥର ରେଢାଖୋଲ-ନାକଟୀଦେଉଳ ରାସ୍ତା ପାର୍ଶ୍ୱର ପ୍ରାୟ ୧ଶହ ମିଟର ଦୂରରେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ମାଈହାତୀର ମୃତ୍ୟୁ ଘଟିଛି।

ମାଟି ଉପରୁ କମ୍‌ ଉଚ୍ଚତାରେ ୧୧କେଭି ତାର ଯାଇଥିବାରୁ ହାତୀର ମୃତ୍ୟୁ ଘଟିଲା ଓ ବିଦ୍ୟୁତ୍‌ ବିଭାଗର ଅବହେଲା ଏଥିପାଇଁ ଦାୟୀ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

The post ଚନ୍ଦକା ଜଙ୍ଗଲରୁ ମିଳିଲା ଦନ୍ତା ହାତୀ ‘ରାମୁ’ର ମୃତଦେହ appeared first on Dharitri Odia News.