କର୍କଟ ରୋଗୀ ମାଆର ଆଶା ପୂରଣ କଲା ପୁଅ, ପାଇଲା OPSCରେ ବଡ ସଫଳତା

କଣିହାଁ : ପୁଅ ପାଇଁ ମାଆ ବସାଉଥିଲା କଳସ । ସବୁଦିନ ପୂଜା କରି ପୁଅର ଚାକିରି ଉଦ୍ଦେଶ୍ୟରେ ମାଆ ଘର ଦୁଆରେ ବସାଉଥିଲା କଳସ । ମାଆ ମାରାତ୍ମକ ରୋଗରେ ଆକ୍ରାନ୍ତ, ନିଜ ବଞ୍ଚିବା ଉପରେ ଆଶା ଛାଡିଯାଇଛି ହେଲେ ପୁଅ ଚାକିରି କରିବ ଏହି ବିଶ୍ବାସ ଥିଲା ମାଆର । ସେଥିପାଇଁ ନିଇତି କଳସ ବସାଉଥିଲା ମାଆ । ଭଗବାନ ବି ଏହି ମାଆର ଡାକ ଶୁଣିଛନ୍ତି । ପୁଅ ଆଜି ଓପିଏସସିରେ ସଫଳତା […] The post କର୍କଟ ରୋଗୀ ମାଆର ଆଶା ପୂରଣ କଲା ପୁଅ, ପାଇଲା OPSCରେ ବଡ ସଫଳତା appeared first on KNews Odisha.

କର୍କଟ ରୋଗୀ ମାଆର ଆଶା ପୂରଣ କଲା ପୁଅ, ପାଇଲା OPSCରେ ବଡ ସଫଳତା
OAS1

କଣିହାଁ : ପୁଅ ପାଇଁ ମାଆ ବସାଉଥିଲା କଳସ । ସବୁଦିନ ପୂଜା କରି ପୁଅର ଚାକିରି ଉଦ୍ଦେଶ୍ୟରେ ମାଆ ଘର ଦୁଆରେ ବସାଉଥିଲା କଳସ । ମାଆ ମାରାତ୍ମକ ରୋଗରେ ଆକ୍ରାନ୍ତ, ନିଜ ବଞ୍ଚିବା ଉପରେ ଆଶା ଛାଡିଯାଇଛି ହେଲେ ପୁଅ ଚାକିରି କରିବ ଏହି ବିଶ୍ବାସ ଥିଲା ମାଆର । ସେଥିପାଇଁ ନିଇତି କଳସ ବସାଉଥିଲା ମାଆ । ଭଗବାନ ବି ଏହି ମାଆର ଡାକ ଶୁଣିଛନ୍ତି । ପୁଅ ଆଜି ଓପିଏସସିରେ ସଫଳତା ପାଇଛି । ଏବେ ପୁଅ ବନିଯିବ ବଡ ସରକାରୀ ଅଫିସର । ପୁଅର ଏହି ସଫଳତାକୁ ପାଳନ କରିବାକୁ କାହିଁ କେବେ ଠୁ ଅପେକ୍ଷା କରିଥିଲେ ବାପା ମାଆ । ଆଜି ଖୁସିର ସୀମା ରହୁନି କାହାର ।
ପୁଅ ଓପିଏସି ପାଇବା ପରେ ଏ ମାଆ ଭୁଲିଯାଇଛି ତାର ରୋଗକୁ । ମାରାତ୍ମକ କର୍କଟ ରୋଗ ବି ଆଜି କନ୍ଦାଇ ପାରୁନି ଏ ମାଆର ଖୁସି ଆଗରେ ।

ଓଡ଼ିଶା ସିଭିଲ୍ ସର୍ଭିସ୍ (ଓସିଏସ୍) ପରୀକ୍ଷାରେ କଣିହାଁ ବ୍ଳକ ରଞ୍ଜନା ଗାଁର ସନ୍ତୋଷ ଶତପଥୀ ଓ ମା’ ହରିପ୍ରିୟା ଶତପଥୀଙ୍କ ସାନ ପୁଅ କଳିଙ୍ଗ ଆଶିଷ ଶତପଥୀ କୃତକାର୍ଯ୍ୟ ହୋଇଛନ୍ତି । ସେ ୮୮ ରାଙ୍କରେ ରହି ଏହି ସଫଳତା ଅର୍ଜନ କରିଛନ୍ତି । ସେ ରାଉରକେଲା ଏନ୍‌ଆଇଟିରୁ ପାସ୍‌ କରିବା ପରେ ପ୍ରଥମ ଥର ପାଇଁ ବିନା କୋଚିଙ୍ଗରେ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷା ଦେଇ ଏହି ସଫଳତା ହାସଲ କରିଛନ୍ତି । ସେ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ସହ ପ୍ରତିଦିନ ୫ରୁ ୬ ଘଣ୍ଟା ପରିଶ୍ରମ କରୁଥିଲେ । ଅଧିକ ପରିଶ୍ରମ କରି ଭାରତୀୟ ପ୍ରାଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି ।

ବାପା ଜଣେ କୃଷକ ଏବଂ ମାଆ ଜଣେ ଗୃହିଣୀ ହୋଇଥିବାବେଳେ ମାଆ ( ହରିପ୍ରିୟା ) କ୍ୟାନସର ରୋଗରେ ପୀଡିତା । ସେଥିଯୋଗୁଁ ବାପା ସନ୍ତୋଷ ଶତପଥୀଙ୍କର ଆର୍ଥିକବସ୍ଥା ବହୁତ ଦୂର୍ବଳ । ପ୍ରଭୁ ଜଗନ୍ନାଥ , ମାତା ବୈଷ୍ଣଦେବୀ , ପରିବାରର ସମସ୍ତ ସଦସ୍ଯ ତଥା ବିଶେଷ କରି ପିଉସୀ ଓ ବଡ଼ବାପାଙ୍କୁ କଳିଙ୍ଗ ନିଜ ସଫଳତା ପାଇଁ ଶ୍ରେୟ ଦେଇଛନ୍ତି ।

ଆଗକୁ ଜଣେ ସଫଳ ପ୍ରଶାସକ ହୋଇ ପ୍ରତିଟି ଲୋକଙ୍କୁ ସେବା ଦେବାପାଇଁ ଲକ୍ଷ୍ୟ ରଖିଛନ୍ତି । କଳିଙ୍ଗ ଆଶିଷଙ୍କ ସଫଳତା ପରେ ପାଳଲହଡ଼ା ନିର୍ବାଚନମଣ୍ଡଳୀର ବିଧାୟକ ଅଶୋକ କୁମାର ମହାନ୍ତିଙ୍କ ସହିତ ଅନେକ ସମ୍ପର୍କୀୟ ଏବଂ ଶୁଭେଚ୍ଛୁ ମାନଙ୍କର ଛୁଅ ଛୁଟିଛି । ଧର୍ଯ୍ୟ ବଳରେ ହିଁ କଳିଙ୍ଗ ଆଶିଷ ସତପଥୀ ସଫଳତାର ଚରଣସୀମାରେ ପହଞ୍ଚି ପାରିଛନ୍ତି ବୋଲି ଶୁଭେଚ୍ଛୁ ମାନେ କହିଛନ୍ତି ।

 

The post କର୍କଟ ରୋଗୀ ମାଆର ଆଶା ପୂରଣ କଲା ପୁଅ, ପାଇଲା OPSCରେ ବଡ ସଫଳତା appeared first on KNews Odisha.