ଫୁଲ ଧରି ଫେରିଥିଲେ ହୋଇଥାନ୍ତା ଠାକୁର ପୂଜା, ଶବ ହୋଇ ଫେରିଲେ କର୍ଣ୍ଣେଲ

ଭୁବନେଶ୍ବର: ଧର୍ମପତ୍ନୀ ଅପେକ୍ଷା କରିଥିଲେ କେତେବେଳେ ଫୁଲ ଧରି ଘରକୁ ଫେରିବେ ଆଉ ଠାକୁର ପୂଜା ହେବ । ଝିଅ ଚାହିଁଥିଲା ବାପାକୁ ଯେ ବାପା ଆସିଲେ ମିଶିକି ବୁଲିବା ପାଇଁ ବାହାରକୁ ଯିବେ ବୋଲି । ସେପଟେ ଟୁକୋନ୍ ଧରି ଅପେକ୍ଷା କରିଥାଆନ୍ତି ଅନେକ ରୋଗୀ । କର୍ଣ୍ଣେଲ ଡାକ୍ତର ରବି ସାର୍ ଆସିଲେ ତାଙ୍କୁ ନିଜ ନିଜର ରୋଗ ପାଇଁ ଔଷଧ ଲେଖି ନେବେ । କିନ୍ତୁ ସମସ୍ତଙ୍କ ଅପେକ୍ଷା ଅପେକ୍ଷାରେ ରହିଯାଇଥିଲା । […] The post ଫୁଲ ଧରି ଫେରିଥିଲେ ହୋଇଥାନ୍ତା ଠାକୁର ପୂଜା, ଶବ ହୋଇ ଫେରିଲେ କର୍ଣ୍ଣେଲ appeared first on KNews Odisha.

ଫୁଲ ଧରି ଫେରିଥିଲେ ହୋଇଥାନ୍ତା ଠାକୁର ପୂଜା, ଶବ ହୋଇ ଫେରିଲେ କର୍ଣ୍ଣେଲ

ଭୁବନେଶ୍ବର: ଧର୍ମପତ୍ନୀ ଅପେକ୍ଷା କରିଥିଲେ କେତେବେଳେ ଫୁଲ ଧରି ଘରକୁ ଫେରିବେ ଆଉ ଠାକୁର ପୂଜା ହେବ । ଝିଅ ଚାହିଁଥିଲା ବାପାକୁ ଯେ ବାପା ଆସିଲେ ମିଶିକି ବୁଲିବା ପାଇଁ ବାହାରକୁ ଯିବେ ବୋଲି । ସେପଟେ ଟୁକୋନ୍ ଧରି ଅପେକ୍ଷା କରିଥାଆନ୍ତି ଅନେକ ରୋଗୀ । କର୍ଣ୍ଣେଲ ଡାକ୍ତର ରବି ସାର୍ ଆସିଲେ ତାଙ୍କୁ ନିଜ ନିଜର ରୋଗ ପାଇଁ ଔଷଧ ଲେଖି ନେବେ । କିନ୍ତୁ ସମସ୍ତଙ୍କ ଅପେକ୍ଷା ଅପେକ୍ଷାରେ ରହିଯାଇଥିଲା । ବାପା ନ ଫେରିବାରୁ ଘରକୁ ଝିଅ ଖୋଜି ଖୋଜି ପହଞ୍ଚିଥିଲା ରୁଣ୍ଡ ହୋଇଥିବା କିଛି ଲୋକଙ୍କ ପାଖରେ । ତଳେ ପଡ଼ିଥିଲେ ବାପା ଝିଅ ବାପାର ଫଟୋ ଦେଖାଇ ଲୋକଙ୍କୁ ପଚାରୁଥିଲେ ୟାଙ୍କୁ ଦେଖିଛନ୍ତି କି ? ସେତେବେଳେ ସେ ଯାହା ଦେଖିଲେ ସତେ ଯେମିତି ଆକଶ ଟା ତାଙ୍କ ମୁଣ୍ଡ ଉପରେ ଛିଡ଼ି ପଡ଼ିଥିଲା । କାହିଁକି ନା ବାପା କ୍ଷତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ ରାସ୍ତା କଡ଼ରେ । ପାଖରେ ପଡ଼ିଥିଲା କିଛି ତୋଳାଯାଇଥିବା ଫୁଲ ଆଉ ଟୋପି । ଏ ଘଟଣାଟି ଘଟିଥିଲା ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ।

ତଳେ ପଡ଼ିଥିବା ମୃତକ ଜଣକ ଥିଲେ କର୍ଣ୍ଣେଲ ଡାକ୍ତର ରବିନ୍ଦ୍ର ବେହେରା । ଡାକ୍ତର ରବିନ୍ଦ୍ର ହେଉଛନ୍ତି ଅବସରପ୍ରାପ୍ତ ୧୨୦ ବାଟାଲିୟନର ଡାକ୍ତର । ସେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡିଫେନ୍ସ କଲୋନୀରେ ରୁହନ୍ତି । ସବୁ ଦିନ ଭଳି ସକାଳୁ ସକାଳୁ ବାହାରି ଯାଇଥିଲେ ଅନେକ ବାଟ ଚାଲିବେ କିଛି ଫୁଲ ତୋଳିବେ । କିନ୍ତୁ କଣ ଯେ ତାଙ୍କ ସହ ଘଟିଲା ? କିଏ ଦୁର୍ଘଟଣା ଘଟାଇଲା ନା ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହେଲେ ତାହା ତ ସ୍ପଷ୍ଟ ହୋଇନଥିବା ବେଳେ ଡାକ୍ତର ରବି ସେଠାରେ କେମିତି କ୍ଷତାକ୍ତ ହୋଇ ପଡ଼ି ରହିଥିଲେ ତାର ରହସ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ସେହି ରାସ୍ତା ଦେଇ ଅନେକ ଲୋକ ଯାଇଥିବା ବେଳେ କାହାରି ନଜରକୁ କେମିତି କର୍ଣ୍ଣେଲ ଡାକ୍ତର ରବି ଆସିନଥିଲେ ନା ଲୋକେ ଦେଖିକି ଅଣ ଦେଖା କରିଥିଲେ । ଯେଉଁ ଡାକ୍ତର ସୀମାରେ ରହି ଚିକିତ୍ସା କରି ସମସ୍ତଙ୍କ ଜୀବନ ବଞ୍ଚାଉଥିଲେ ସେହି ବ୍ୟକ୍ତି ଘଟଣା ଦିନ ରାସ୍ତାକଡ଼ରେ ଅସହାୟ ଅବସ୍ଥାରେ ପଡ଼ି ରହି ମୃତ୍ୟୁ ସହ ସଂଗ୍ରାମ କରିଥିଲେ । ଶେଷରେ ପ୍ରାଣବାୟୁ ଉଡ଼ି ଯାଇଥିଲା। କିନ୍ତୁ କେହିବି ମେଡିକାଲ ନେବାକୁ ଆଗେଇ ଆସି ନଥିଲେ । ଅଥଚ ମାନବିକତା ଦେଖାଇଥିଲେ ବିଏମସିରେ କାର୍ଯ୍ୟରତ ଜଣେ କର୍ମଚାରୀ । ରାସ୍ତାକଡ଼ରେ ପଡ଼ିରହିଥିବା କର୍ଣ୍ଣେଲଙ୍କୁ ଦେଖି ୧୦୮ ଆମ୍ବୁଲାନ୍ସ ଡାକି ମେଡିକାଲ ନେଇଥିଲେ ।

ସତରେ ଏମିତି ବି ଦୁର୍ଘଟଣା । ନାଁ ଶୁଣିଲେ ଛାତିରେ ଛନକା ପଶିଯାଉଛି । କାହିଁକି ନାଁ ଲୋକମାନେ ପୋକ ମାଛି ଭଳି ଯେମିତି ମରୁଛନ୍ତି ଦେଖିଲେ ହୃଦୟ ଥରି ଉଠୁଛି । ଯୁଆଡ଼େ ଦେଖିବ ଆତ୍ମୀୟ ପରିଜନଙ୍କର କାନ୍ଦ ବୋବାଳି । ପରିବାର ବର୍ଗଙ୍କର ବୁକୁଫଟା ଚିତ୍କାର । କାହାର ସଂସାର ଉଜୁଡ଼ି ଯାଉଛି ତ କିଏ ବାପାକୁ ହରାଉଛି । କେଉଁଠି ବୁଢ଼ା ବାପା ଥାଉ ଥାଉ ଭେଣ୍ଡିଆ ପୁଅ ଚାଲିଯାଉଛି । ଏଭଳି ଦୁଃଖଦ ଘଟଣା ରାଜଧାନୀରେ ଅନେକ ସମୟରେ ଘଟୁଛି । ତେବେ ସମୟ ଥିଲା ମଧ୍ୟାହ୍ନ । ଆଜି ଆଉ ମା ’ କାନ୍ଦୁ ନଥିଲା ପୁଅ ପାଇଁ କି ସ୍ତଅୀ କାନ୍ଦୁ ନଥିଲା ସ୍ବାମୀ ପାଇଁ କେବଳ ନିରବରେ ପଡ଼ୋଶୀ ପରିଜନ । ଶବ ବ୍ୟବଛେଦକୁ ଅପେକ୍ଷା କରିଥିଲେ । ଏହି ଘଟଣା ଜାଣିଲା ପରେ ଆପଣ ମାନଙ୍କ ଅନ୍ତର ତଳେ ଅନେକ ପ୍ରଶ୍ନ ଉଙ୍କି ମାରିବ ? ସତରେ ଆମେ କଣ ଏମିତି ସମାଜ ମଧ୍ୟରେ ରହୁଛନ୍ତି । ଯେଉଁଠି ଲୋକଙ୍କର ଅନ୍ତରରେ ନିଷ୍ଠୁରତା ଭରି ରହିଛି । ସତେ ଯେମିତି ବିବେକ ଶୂନ୍ୟ ହୋଇଯାଇଛନ୍ତି ଏମାନେ । ନ ହୋଇଥିଲେ କର୍ଣ୍ଣେଲଙ୍କର ଏପରି ରାସ୍ତାକଡ଼ରେ ପଡ଼ି ଛଟପଟ ହୋଇ ଜୀବନ ଯାଇ ନଥାନ୍ତା । କାରଣ ସମୟ ପୂର୍ବରୁ ଯଦି କର୍ଣ୍ଣେଲଙ୍କୁ ଡାକ୍ତରଖାନା ନିଆଯାଇ ଥାଆନ୍ତା ହୁଏତ ତାଙ୍କ ଜୀବନ ବଞ୍ଚି ପରି ଥାଆନ୍ତା । ସେ ଆଜି ଆମ ଗହଣରେ ଥାଆନ୍ତେ କେତେ ଲୋକଙ୍କୁ ସୁସ୍ଥ କରାଉ ଥାଆନ୍ତେ ।

The post ଫୁଲ ଧରି ଫେରିଥିଲେ ହୋଇଥାନ୍ତା ଠାକୁର ପୂଜା, ଶବ ହୋଇ ଫେରିଲେ କର୍ଣ୍ଣେଲ appeared first on KNews Odisha.