କର୍କଟ ରୋଗୀଙ୍କୁ କମ୍ବଳ ବଣ୍ଟନ

କଟକ,୨୬।୧୧: କ୍ୟାନ୍ସର ହେଲ୍ପିଂ ଓ୍ବିଙ୍ଗସ ଓଡିଶା ତରଫରୁ କର୍କଟ ରୋଗୀଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସବୁବେଳେ କର୍କଟ ରୋଗୀଙ୍କୁ ସ୍ବେଚ୍ଛାକୃତ ଭାବେ ସହଯୋଗ କରି ଆସୁଥିବା ଏହି ସ୍ବେଛାସେବୀ ଅନୁଷ୍ଠାନ କଟକରେ ଥିବା ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ପହଞ୍ଚି ସେଠାରେ ଥିବା ୨୦୦ ଶହ ରୋଗୀଙ୍କୁ କମ୍ବଳ ବାଣ୍ଟିଛନ୍ତି । କମ୍ବଳ ବଣ୍ଟନ ସହ ଅନୁଷ୍ଠାନର କର୍ମକର୍ତ୍ତାମାନେ ରୋଗୀଙ୍କ ବିଭିନ୍ନ ସେବା କରି ଆସୁଛନ୍ତି । ଏହି କାର୍ଯ୍ୟରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର କାର୍ଯ୍ୟକର୍ତମାନେ […] The post କର୍କଟ ରୋଗୀଙ୍କୁ କମ୍ବଳ ବଣ୍ଟନ appeared first on Dharitri Odia News.

କର୍କଟ ରୋଗୀଙ୍କୁ କମ୍ବଳ ବଣ୍ଟନ

କଟକ,୨୬।୧୧: କ୍ୟାନ୍ସର ହେଲ୍ପିଂ ଓ୍ବିଙ୍ଗସ ଓଡିଶା ତରଫରୁ କର୍କଟ ରୋଗୀଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସବୁବେଳେ କର୍କଟ ରୋଗୀଙ୍କୁ ସ୍ବେଚ୍ଛାକୃତ ଭାବେ ସହଯୋଗ କରି ଆସୁଥିବା ଏହି ସ୍ବେଛାସେବୀ ଅନୁଷ୍ଠାନ କଟକରେ ଥିବା ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ପହଞ୍ଚି ସେଠାରେ ଥିବା ୨୦୦ ଶହ ରୋଗୀଙ୍କୁ କମ୍ବଳ ବାଣ୍ଟିଛନ୍ତି । କମ୍ବଳ ବଣ୍ଟନ ସହ ଅନୁଷ୍ଠାନର କର୍ମକର୍ତ୍ତାମାନେ ରୋଗୀଙ୍କ ବିଭିନ୍ନ ସେବା କରି ଆସୁଛନ୍ତି । ଏହି କାର୍ଯ୍ୟରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର କାର୍ଯ୍ୟକର୍ତମାନେ ଯୋଗଦାନ କରିଥିଲେ ।

ଶ୍ରୀରାମ ସାହୁ, ଅରବିନ୍ଦ ସାହୁ, ଅର୍ଚ୍ଚିତା ମହାପାତ୍ର, ସୁଶ୍ରୀ ଅନଷୋ, ଅମର କୁମାର ପାତ୍ର, ସତ୍ୟଜିତ ସାହୁ, ଜିତେନ୍ଦ୍ର ମିଶ୍ର, ବନମାଳୀ ସାହୁ, ଅମୁଲ୍ୟ କୁମାର ରାଉତ, ସାଗରିକ ସାହୁ, ପ୍ରାଣବନ୍ଧୁ ପରିଡା, ସତ୍ୟବ୍ରତ ସାହୁ,ମୌସୁମୀ ମହାନ୍ତି, ଜନ୍ମେଜୟ ମହାପାତ୍ର,ପ୍ରଦୀପ ଦାସ,ପ୍ରତାପ କେଶରୀ ମହାପାତ୍ର, ଗୀତାଞ୍ଜଳୀ ସାହୁ,ଜୟଶ୍ରୀ ରାଉତ,କାଳନ୍ଦୀ ବେହରା , ଜିତେନ୍ଦ୍ର କୁମାର ମଲ୍ଲିକ, ଦିବ୍ୟଜ୍ୟୋତି ବେହେରା ଆଦି ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମଟିକୁ ସଫଳ ହୋଇଥିଲା । ସଭାପତି ଶଙ୍କର୍ଷଣ ଜେନା ଓ ସମ୍ପାଦକ ରଶ୍ମିରେଖା ପାତ୍ର ଏହି ସେବାମୂଳକ କାର୍ଯ୍ୟ ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

The post କର୍କଟ ରୋଗୀଙ୍କୁ କମ୍ବଳ ବଣ୍ଟନ appeared first on Dharitri Odia News.