୭ ଜଣଙ୍କ ନାଁରେ ସିବିଆଇ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩।୩:ଗତବର୍ଷ ମଣିପୁରରେ ଜାତିଆଣ ହିଂସା ବେଳେ ବିଷ୍ଣୁପୁର ପୋଲିସ ଅସ୍ତ୍ରାଗାରରୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଲୁଟ୍‌ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୭ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି। ଆସାମ ଗୁଆହାଟୀର କାମରୂପ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ଗତବର୍ଷ ଅଗଷ୍ଟ ୩ରେ ଉତ୍ତ୍ୟକ୍ତ ଲୋକମାନେ ବିଷ୍ଣୁପୁରର ନାରାନସେଇନାସ୍ଥିତ ଦ୍ୱିତୀୟ ଭାରତୀୟ ରିଜର୍ଭ ବାଟାଲିୟନ ମୁଖ୍ୟାଳୟରୁ ୩୦୦ରୁ ଊର୍ଦ୍ଧ୍ୱ ଅସ୍ତ୍ରଶସ୍ତ୍ର ଏବଂ ୧୯,୮୦୦ ଗୁଳିଗୋଳା ଲୁଟିନେଇଥିଲେ। ସେଥିରେ […] The post ୭ ଜଣଙ୍କ ନାଁରେ ସିବିଆଇ ଚାର୍ଜଶିଟ୍‌ appeared first on Dharitri Odia News.

୭ ଜଣଙ୍କ ନାଁରେ ସିବିଆଇ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩।୩:ଗତବର୍ଷ ମଣିପୁରରେ ଜାତିଆଣ ହିଂସା ବେଳେ ବିଷ୍ଣୁପୁର ପୋଲିସ ଅସ୍ତ୍ରାଗାରରୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଲୁଟ୍‌ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୭ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି। ଆସାମ ଗୁଆହାଟୀର କାମରୂପ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ଗତବର୍ଷ ଅଗଷ୍ଟ ୩ରେ ଉତ୍ତ୍ୟକ୍ତ ଲୋକମାନେ ବିଷ୍ଣୁପୁରର ନାରାନସେଇନାସ୍ଥିତ ଦ୍ୱିତୀୟ ଭାରତୀୟ ରିଜର୍ଭ ବାଟାଲିୟନ ମୁଖ୍ୟାଳୟରୁ ୩୦୦ରୁ ଊର୍ଦ୍ଧ୍ୱ ଅସ୍ତ୍ରଶସ୍ତ୍ର ଏବଂ ୧୯,୮୦୦ ଗୁଳିଗୋଳା ଲୁଟିନେଇଥିଲେ। ସେଥିରେ ଏକେ ସିରିଜ୍‌ ରାଇଫଲ, ‘ଘାତକ’ ରାଇଫଲ, ୧୯୫ ସେଲ୍ଫଲୋଡ଼ିଂ ରାଇଫଲ, ୫ଟି ଏମ୍‌ପି-୫ ବନ୍ଧୁକ, ୧୬ଟି ୯ଏମ୍‌ଏମ୍‌ ପିସ୍ତଲ, ୨୫ ବୁଲେଟ୍‌ପ୍ରୁଫ୍‌ ଜାକେଟ, ୨୧ କାର୍ବାଇନ୍‌ ଏବଂ ୧୨୪ ହ୍ୟାଣ୍ଡ ଗ୍ରେନେଡ୍‌ ଥିଲା।

The post ୭ ଜଣଙ୍କ ନାଁରେ ସିବିଆଇ ଚାର୍ଜଶିଟ୍‌ appeared first on Dharitri Odia News.