କର୍ଡାପାଲ ଠାରେ ଦୁଗ୍ଧ ଚାଷୀ ଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁରଶୁଣ୍ଢୀ ପଞ୍ଚାୟତ କର୍ଡାପାଲ ସ୍ଥିତ ପରମେଶ୍ବରୀ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଠାରେ ଚାଷୀ ମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି I ସମ୍ବଲପୁର ସମଲେଶ୍ବରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ତରଫରୁ ଦୁଗ୍ଧ ଚାଷୀମାନଙ୍କ ଜୀବିକା ଓ ଆର୍ଥିକ ଅଭିବୃଦ୍ଧି ଉଦ୍ଦେଶ୍ୟରେ ଉକ୍ତ କାର୍ଯ୍ୟକ୍ରମ ପାଳିତ ହୋଇଥିଲା I ଏହାକୁ ସଫଳ କରିବା ଉଦ୍ଦେଶ୍ୟ ରେ ସାଧାରଣ […] The post କର୍ଡାପାଲ ଠାରେ ଦୁଗ୍ଧ ଚାଷୀ ଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ appeared first on Odisha.News.

କର୍ଡାପାଲ ଠାରେ ଦୁଗ୍ଧ ଚାଷୀ ଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁରଶୁଣ୍ଢୀ ପଞ୍ଚାୟତ କର୍ଡାପାଲ ସ୍ଥିତ ପରମେଶ୍ବରୀ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଠାରେ ଚାଷୀ ମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି I ସମ୍ବଲପୁର ସମଲେଶ୍ବରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ତରଫରୁ ଦୁଗ୍ଧ ଚାଷୀମାନଙ୍କ ଜୀବିକା ଓ ଆର୍ଥିକ ଅଭିବୃଦ୍ଧି ଉଦ୍ଦେଶ୍ୟରେ ଉକ୍ତ କାର୍ଯ୍ୟକ୍ରମ ପାଳିତ ହୋଇଥିଲା I ଏହାକୁ ସଫଳ କରିବା ଉଦ୍ଦେଶ୍ୟ ରେ ସାଧାରଣ ପରିଚାଳକ ଡାକ୍ତର ସରୋଜ କୁମାର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ପାଞ୍ଚ ଜଣିଆ କ୍ଷେତ୍ରପରିଦର୍ଶକ ଟିମ୍ ଏକ ଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ର ଅମରପାଲି , କଦଳିପାଲି , ଖଣ୍ଡହତା , କରଡ଼ାପାଳ ଓ ବଡ଼ମାଲ ଆଦି ସମିତି ମାନଙ୍କୁ ପରିଦର୍ଶନ କରି ବିଭିନ୍ନ ଡକ୍ୟୁମେଣ୍ଟରି ଫିଲ୍ମ ମାଧ୍ଯମରେ ସଚେତନତା ଶିବିର କରିଥିଲେ । ସଂଘ ତରଫରୁ ଏକ ଗୋ ବନ୍ଧ୍ୟା ନିରାକରଣ ଶିବିର ମଧ୍ୟ ଆୟୋଜନ କରାଯାଇ ପ୍ରାୟ ୧୦୦ରୁ ଅଧିକ ଗାଈ ଓ ଛଡ଼ା ମାନଙ୍କ ର ମାଗଣା ରେ ସ୍ୱାସ୍ଥ୍ୟ ଚିକିତ୍ସା କରାଯାଇଥିଲା।
ଆଜି ଅନୁଷ୍ଠିତ ଏହି ଦୁଗ୍ଧଚାଷୀ ମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥ୍‌ ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ମୁଖ୍ୟଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାୟ ୨୦୦ ଜଣ ଦୁଗ୍ଧ ଚାଷୀ ମାନଙ୍କୁ ଗୋପାଳନ ମାଧ୍ଯମରେ ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି ସୃଷ୍ଟି ସହିତ ନିଜ ନିଜର ଆର୍ଥିକ ଅଭିବୃଦ୍ଧି କରିବାପାଇଁ ବୁଝାଇଥିଲେ । ଏହାଛଡା ଜିଲ୍ଲାରେ ଗୋପାଳନ, ଦୁଗ୍ଧତ୍ପାଦନ କୁ ବ୍ୟାପକ ମାତ୍ରାରେ କରିବାପାଇଁ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ମାଧ୍ଯମରେ ବ୍ୟାପକ ଘାସ ଚାଷ ଓ ଦୁଗ୍ଧ ଚାଷୀ ମାନଙ୍କୁ ଗାଈ ଗୁହାଳ ଯୋଗାଇଦେବା ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ୍ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା ଙ୍କୁ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଆବଶ୍ୟକୀୟ ଭିଭି ଭୂମି ପ୍ରତିଷ୍ଠା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରିବାପାଇଁ ଜିଲ୍ଲାପାଳ ନିର୍ଭର ପ୍ରତିଶୃତି ଦେଇ ଦୁଗ୍ଧ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ । ଗୋପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବl କର୍ଡାପାଳ ସମିତିର ତିନିଜଣ ଅଗ୍ରଣୀ ଦୁଗ୍ଧ ଚାଷୀଙ୍କୁ ମାନପତ୍ର ଓ ଉପଢୌକନ୍‌ ଦେଇ ସମ୍ମାନିତ କରିଥିଲେ। ସଂଘ ତରଫରୁ ସାଧାରଣ ପରିଚାଳକ ଡାକ୍ତର ସରୋଜ ସାହୁ ଗୋ ପାଳନ ବୃଦ୍ଧି ପାଇଁ ଆଗାମୀ ନିକଟ ଭବିଷ୍ୟତ ରେ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନା ଏବଂ ଗୋପାଳନ କ୍ଷେତ୍ରରୁ ଚାଷୀମାନଙ୍କୁ ମିଳୁଥିବା ବିଭିନ୍ନ ପ୍ରକାର ଲାଭ ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୀରମହାରାଜପୁର ବିଡ଼ିଓ , ତହସିଲଦାର ବୀରମହାରାଜପୁର , ସମଲେଶ୍ବରୀ ଦୁଗ୍ଧ ସଙ୍ଘର ସଭାପତି ବିଦ୍ୟାଧର ପ୍ରଧାନ , ବୀରମହାରାଜପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଡାକ୍ତର ଅଜୟ କୁମାର ସାହୁ , ସୁବଳୟା ପ୍ରାଣୀ ଚିକିତ୍ସକ ଡାକ୍ତର ଆକାଶ କୁମାର ସାହୁ , ସମଲେଶ୍ବରୀ ଦୁଗ୍ଧ ସଙ୍ଘ ର କର୍ମଚାରି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଶେଷରେ ସଙ୍ଘର କନିଷ୍ଠ ପରିଚାଳକ ସଞ୍ଜୀବ କୁମାର ଶତପଥୀ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

The post କର୍ଡାପାଲ ଠାରେ ଦୁଗ୍ଧ ଚାଷୀ ଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ appeared first on Odisha.News.