କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବଡ଼ିଲା ଅଡ଼ୁଆ, ମନି ଲଣ୍ଡ୍ରିଂ ମାମଲା ରୁଜୁ କଲା ଇଡି

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡ଼ୁଆ ବଢିପାରେ । MUDA ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିଛି । ମହୀଶୂର ସହର ବିକାଶ ପ୍ରାଧିକରଣ (MUDA) ଭୂମି ଆବଣ୍ଟନରେ ଆର୍ଥିକ ଅନିୟମିତା ଅଭିଯୋଗରେ ସିଏମ୍ ସିଦ୍ଦରମୈୟାଙ୍କ ବିରୋଧରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଲୋକାୟୁକ୍ତଙ୍କ ଆଦେଶରେ ରୁଜୁ କରାଯାଇଥିବା ଏଫ୍‌ଆଇଆର୍ ଉପରେ ସଜ୍ଞା ନେଇ ଏହି ମାମଲା ରୁଜୁ କରାଯାଇଛି ।ମହୀଶୂର ସ୍ଥିତ ଲୋକୟୁକ୍ତ ସେପ୍ଟେମ୍ୱର ୨୭ରେ ରୁଜୁ କରିଥିବା ଏଫ୍‌ଆଇଆର୍‌ରେ ସିଦ୍ଦରମୈୟା, ତାଙ୍କ ପତ୍ନୀ ପିଏମ୍ ପାର୍ବତୀ, ଶାଳକ ମଲ୍ଲିକାର୍ଜୁନ ସ୍ୱାମୀ ଏବଂ ଦେବରାଜୁଙ୍କ ନାଁ ସାମିଲ କରିଥିଲା । ଦେବରାଜୁଠାରୁ ଜମି କିଣି ପାର୍ବତୀଙ୍କ ଉପହାର ଦେଇଥିଲେ ସ୍ୱାମୀ । ଗତ ସପ୍ତାହରେ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ସିଦ୍ଦରମୈୟାଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସିଦ୍ଦରମୈୟାଙ୍କ ବିରୋଧରେ ଏମୟୁଡିଏ ଦ୍ୱାରା ତାଙ୍କ ପତ୍ନୀ ବି.ଏମ.ପାର୍ବତୀଙ୍କୁ ୧୪ଟି ଜମି ଆବଣ୍ଟନରେ ଅନିୟମିତତା ଅଭିଯୋଗ ରହିଛି ।ରାଜ୍ୟପାଳ ଥାବରଚନ୍ଦ ଗେହଲଟଙ୍କ ଦ୍ୱାରା ବରିଷ୍ଠ କଂଗ୍ରେସ ନେତାଙ୍କ ବିରୋଧରେ ଏମୟୁଡିଏ ଦ୍ୱାରା ତାଙ୍କ ପତ୍ନୀଙ୍କୁ ୧୪ ପ୍ଲଟ୍ ଆବଣ୍ଟନରେ ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ ମଞ୍ଜୁରି ଦେଇଥିଲେ । ହା

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବଡ଼ିଲା ଅଡ଼ୁଆ, ମନି ଲଣ୍ଡ୍ରିଂ ମାମଲା ରୁଜୁ କଲା ଇଡି

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡ଼ୁଆ ବଢିପାରେ । MUDA ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିଛି । ମହୀଶୂର ସହର ବିକାଶ ପ୍ରାଧିକରଣ (MUDA) ଭୂମି ଆବଣ୍ଟନରେ ଆର୍ଥିକ ଅନିୟମିତା ଅଭିଯୋଗରେ ସିଏମ୍ ସିଦ୍ଦରମୈୟାଙ୍କ ବିରୋଧରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଲୋକାୟୁକ୍ତଙ୍କ ଆଦେଶରେ ରୁଜୁ କରାଯାଇଥିବା ଏଫ୍‌ଆଇଆର୍ ଉପରେ ସଜ୍ଞା ନେଇ ଏହି ମାମଲା ରୁଜୁ କରାଯାଇଛି ।

ମହୀଶୂର ସ୍ଥିତ ଲୋକୟୁକ୍ତ ସେପ୍ଟେମ୍ୱର ୨୭ରେ ରୁଜୁ କରିଥିବା ଏଫ୍‌ଆଇଆର୍‌ରେ ସିଦ୍ଦରମୈୟା, ତାଙ୍କ ପତ୍ନୀ ପିଏମ୍ ପାର୍ବତୀ, ଶାଳକ ମଲ୍ଲିକାର୍ଜୁନ ସ୍ୱାମୀ ଏବଂ ଦେବରାଜୁଙ୍କ ନାଁ ସାମିଲ କରିଥିଲା । ଦେବରାଜୁଠାରୁ ଜମି କିଣି ପାର୍ବତୀଙ୍କ ଉପହାର ଦେଇଥିଲେ ସ୍ୱାମୀ । ଗତ ସପ୍ତାହରେ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ସିଦ୍ଦରମୈୟାଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସିଦ୍ଦରମୈୟାଙ୍କ ବିରୋଧରେ ଏମୟୁଡିଏ ଦ୍ୱାରା ତାଙ୍କ ପତ୍ନୀ ବି.ଏମ.ପାର୍ବତୀଙ୍କୁ ୧୪ଟି ଜମି ଆବଣ୍ଟନରେ ଅନିୟମିତତା ଅଭିଯୋଗ ରହିଛି ।

ରାଜ୍ୟପାଳ ଥାବରଚନ୍ଦ ଗେହଲଟଙ୍କ ଦ୍ୱାରା ବରିଷ୍ଠ କଂଗ୍ରେସ ନେତାଙ୍କ ବିରୋଧରେ ଏମୟୁଡିଏ ଦ୍ୱାରା ତାଙ୍କ ପତ୍ନୀଙ୍କୁ ୧୪ ପ୍ଲଟ୍ ଆବଣ୍ଟନରେ ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ ମଞ୍ଜୁରି ଦେଇଥିଲେ । ହାଇକୋର୍ଟ ଏହି ଆଦେଶକୁ ବଜାୟ ରଖିଥିଲେ । ଏହାର ଗୋଟିଏ ଦିନ ପରେ ସ୍ୱତନ୍ତ୍ର କୋର୍ଟ ଏଫଆଇଆର୍ ରୁଜୁ ପାଇଁ ଆଦେଶ ଦେଇଥିଲେ । 

ମହୀଶୂର ସହର ବିକାଶ ପ୍ରାଧିକରଣ ପାର୍ବତୀଙ୍କ ୩.୧୬ ଏକର ଜମି ବଦଳରେ ତାଙ୍କୁ ୫୦:୫୦ ଅନୁପାତରେ ଭୂଖଣ୍ଡ ଆବଣ୍ଟିତ କରିଥିଲା । ଏହି ବିବାଦୀୟ ଯୋଜନା ଅଧିନରେ ଏମୟୁଡିଏ ସେହିମାନଙ୍କୁ ୫୦ ପ୍ରତିଶତ ବିକଶିତ ଜମି ଆବଣ୍ଟିତ କରିଥିଲା ଯେଉଁମାନେ ନିଜ ଅବିକଶିତ ଜମି ହରାଇଥିଲେ । ଅଭିଯୋଗ ରହିଛି ଯେ ମହୀଶୂର ତାଲୁକାର କସାବା ହୋବଲିର କସାରେ ଗାଁର ସର୍ଭେ ନମ୍ୱର ୪୬୪ରେ ସ୍ଥିତ ୩.୧୬ ଏକର ଜମି ଉପରେ ପାର୍ବତୀଙ୍କ କୌଣସି ଆଇନଗତ ଅଧିକାର ନାହିଁ ।