କର୍ଣ୍ଣାଟକର ଚିତ୍ରଦୁର୍ଗରେ ଦ୍ରୁତଗାମୀ ବସ୍ ଓଲଟିପଡ଼ି ୩ ମୃତ, ୩୩ ଆହତ

ନୂଆଦିଲ୍ଲୀ : କର୍ଣ୍ଣାଟକର ଚିତ୍ରଦୁର୍ଗରେ ଆଜି ଏକ ଦ୍ରୁତଗାମୀ ବସ୍ ଓଲଟିପଡ଼ିବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୩ ଜଣ ଆହତ ହୋଇଛନ୍ତି। ୩ ମୃତକଙ୍କ ମଧ୍ୟରେ ୨ ଜଣ ହେଉଛନ୍ତି ଜଗଦୀଶ (୪୫) ଏବଂ ଗଣପତି (୪୦)। ପ୍ରାୟ ୩୬ ଯାତ୍ରୀଙ୍କୁ ଧରି ବସଟି ବେଙ୍ଗାଲୁରୁରୁ ଗୋକର୍ନାକୁ ଯାତ୍ରା କରୁଥିବାବେଳେ ବସଟି ବାଟରେ ଓଲଟି ପଡ଼ିଥିଲା। ଆଜି ଭୋର ପ୍ରାୟ ୪.୩୦ ସମୟରେ ହୋଲ୍ଲାକେରେ ନିକଟରେ ଏହି ଦୁର୍ଘଟଣା ହୋଇଛି। ବସର ବେଗ […]

କର୍ଣ୍ଣାଟକର ଚିତ୍ରଦୁର୍ଗରେ ଦ୍ରୁତଗାମୀ ବସ୍ ଓଲଟିପଡ଼ି ୩ ମୃତ, ୩୩ ଆହତ

ନୂଆଦିଲ୍ଲୀ : କର୍ଣ୍ଣାଟକର ଚିତ୍ରଦୁର୍ଗରେ ଆଜି ଏକ ଦ୍ରୁତଗାମୀ ବସ୍ ଓଲଟିପଡ଼ିବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୩ ଜଣ ଆହତ ହୋଇଛନ୍ତି। ୩ ମୃତକଙ୍କ ମଧ୍ୟରେ ୨ ଜଣ ହେଉଛନ୍ତି ଜଗଦୀଶ (୪୫) ଏବଂ ଗଣପତି (୪୦)। ପ୍ରାୟ ୩୬ ଯାତ୍ରୀଙ୍କୁ ଧରି ବସଟି ବେଙ୍ଗାଲୁରୁରୁ ଗୋକର୍ନାକୁ ଯାତ୍ରା କରୁଥିବାବେଳେ ବସଟି ବାଟରେ ଓଲଟି ପଡ଼ିଥିଲା। ଆଜି ଭୋର ପ୍ରାୟ ୪.୩୦ ସମୟରେ ହୋଲ୍ଲାକେରେ ନିକଟରେ ଏହି ଦୁର୍ଘଟଣା ହୋଇଛି। ବସର ବେଗ ଅଧିକ ଥିବାରୁ ଡ୍ରାଇଭର ବସ୍ ଉପରେ ନିୟନ୍ତ୍ରଣ ରଖିପାରିନଥିଲେ। ଆହତ ପିଲାମାନଙ୍କୁ ଚିତ୍ରଦୁର୍ଗ ଜିଲ୍ଲା ଏବଂ ହୋଲ୍ଲାକେରେ ତଲୁକା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଜୀବନ ବିପଦମୁକ୍ତ ଥିବା ଜଣାପଡ଼ିଛି। ଦୁର୍ଘଟଣା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ଏବଂ ଯାତ୍ରୀମାନଙ୍କୁ ଉଦ୍ଧାର କଲା।