ସମଲିଙ୍ଗୀ ସମ୍ପର୍କରୁ ହତ୍ୟା

ଦଶପଲ୍ଲା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଘଟିଥିବା ହତ୍ୟା କାଣ୍ଡର ପର୍ଦାଫାଶ କରିଛି ପୋଲିସ I ସମଲିଙ୍ଗୀ ସମ୍ପର୍କରୁ ସାଙ୍ଗକୁ ହତ୍ୟା କରିଥିଲା ସାଙ୍ଗ I ଗତ ଜାନୁଆରୀ ୨ ତାରିଖ ଦିନ ବେଗୁନିଆ ବ୍ଲକ ଶଗଡ଼ଭଙ୍ଗା ଗ୍ରାମରେ ଘଟିଥିଲା ହତ୍ୟାକାଣ୍ଡ I ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ I ମୃତ ଯୁବକଙ୍କ ନାଁ ରଶ୍ମି ବଳିଆର ସିଂ I ହତ୍ୟାକାରୀ ଯୁବକଙ୍କ ନାଁ ସୋମନାଥ ଲାଠି I ତାଙ୍କ […]

ସମଲିଙ୍ଗୀ ସମ୍ପର୍କରୁ ହତ୍ୟା
ସମଲିଙ୍ଗୀ ସମ୍ପର୍କରୁ ହତ୍ୟା

ଦଶପଲ୍ଲା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଘଟିଥିବା ହତ୍ୟା କାଣ୍ଡର ପର୍ଦାଫାଶ କରିଛି ପୋଲିସ I ସମଲିଙ୍ଗୀ ସମ୍ପର୍କରୁ ସାଙ୍ଗକୁ ହତ୍ୟା କରିଥିଲା ସାଙ୍ଗ I ଗତ ଜାନୁଆରୀ ୨ ତାରିଖ ଦିନ ବେଗୁନିଆ ବ୍ଲକ ଶଗଡ଼ଭଙ୍ଗା ଗ୍ରାମରେ ଘଟିଥିଲା ହତ୍ୟାକାଣ୍ଡ I ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ I ମୃତ ଯୁବକଙ୍କ ନାଁ ରଶ୍ମି ବଳିଆର ସିଂ I ହତ୍ୟାକାରୀ ଯୁବକଙ୍କ ନାଁ ସୋମନାଥ ଲାଠି I ତାଙ୍କ ଘର ପୁରୀ ଜିଲ୍ଲା ଚନ୍ଦନପୁର ଗାଁରେ I ସେ ଏକ ଯାତ୍ରାପାର୍ଟିରେ କାମ କରୁଥିବାବେଳେ ରଶ୍ମି ତାଙ୍କୁ ନିଜ ଘର ଶଗଡ଼ଭଙ୍ଗା ଗାଁରେ ଆଣି ରଖିଥିଲେ I ତେବେ ଦୁଇ ଜଣଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ଥିଲା I କିନ୍ତୁ କିଛିଦିନ ପୂର୍ବରୁ ରଶ୍ମି ସୋମନାଥଙ୍କ ସହିତ ସମ୍ପର୍କ ଛିନ୍ନ କରି ଅନ୍ୟ ଜଣେ ଯୁବତୀଙ୍କୁ ପ୍ରମ କରିବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ପଡ଼ିଥିଲେ ସୋମନାଥ I ଘଟଣା ଘଟିବା ଦିନ ରଶ୍ମି ଘରେ ଏକୁଟିଆ ଥିବାର ସୁଯୋଗ ନେଇ ସୋମନାଥ ଏକ ଲୁହା ରଡ଼ ରେ ରଶ୍ମିଙ୍କ ଆକ୍ରମଣ କରିଥିଲେ I ଘଟଣାସ୍ଥଳରେ ରଶ୍ମିଙ୍କ ମୃତ୍ୟୁ ଘଟିବା ପରେ ଘରୁ ଟଙ୍କା,ସୁନା ନେଇ ଫେରାର ହୋଇ ଯାଇଥିଲା ସୋମନାଥ I ଘଟଣା ସମ୍ପର୍କରରେ ରଶ୍ମୀରଂଜନଙ୍କ ମା’ଜଙ୍କିଆ ଥାନାରେ ଏତଲା ଦେଇଥିଲେ I ପୋଲିସ ୩ ଟିମରେ ବିଭକ୍ତ ହୋଇ ଘଟଣାର ଅନୁସନ୍ଧାନ ଚଳାଇ ଯାଜପୁରରୁ ସୋମନାଥଙ୍କୁ ଗିରଫ କରିଛି I