କର୍ଣ୍ଣାଟକର ମାଣ୍ଡୟାରେ ଗଣେଷ ଭସାଣୀ ବେଳେ ଗୋଷ୍ଠୀ ସଂଘର୍ଷ, ଖଣ୍ଡା ବୁଲିବା ସହ ପଥର ମାଡ
କର୍ଣ୍ଣାଟକ ୧୨/୦୯: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ତୀବ୍ର ଉତ୍ତେଜନା। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା। କର୍ଣ୍ଣାଟକାର ମାଣ୍ଡୟାରେ ଦେଖିବାକୁ ମିଳିଛି ଏପରି ଭୟଙ୍କର ଘଟଣା । ଉଭୟ ପକ୍ଷର ପଥର ମାଡ଼ରେ ଜଣେ ପୋଲିସ୍ କର୍ମୀ ଆହତ ହୋଇଛନ୍ତି। ସୂଚନା ଥାଉକି, ବୁଧବାର ରାତିରେ ନାଗମଙ୍ଗଳା ଟାଉନ୍ ଥାନା ଅଞ୍ଚଳରେ ଗଣେଶ ମୂର୍ତ୍ତି ବିସର୍ଜନ ନିମନ୍ତେ ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ମୈସୁର ରୋଡରେ ଅନ୍ୟ ଏକ ଗୋଷ୍ଠ ପ୍ରୋସେସନ ଉପରକୁ ପଥର ମାଡ଼ କରିଥିଲେ । ଏପରିକି ସେମାନେ ଖଣ୍ଡା ବୁଲାଇ ପ୍ରୋସେସନରେ ସାମିଲ ହୋଇଥିବା ଲୋକଙ୍କୁ ଭୟଭୀତ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଦୋକାନ ବଜାରରେ ନିଆଁ ଲଗାଇ ଦେଇଥିଲେ। ଏଥିସହ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ଲୋକେ ପୁଲିସ୍ ଷ୍ଟେଶନ ସମ୍ମୁଖରେ ମୂର୍ତ୍ତି ରଖି ବିରୋଧ ପ୍ରଦର୍ଶନ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସେମାନେ ଦାବି କରିଥିଲେ।ହିଂସା କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ପୋଲିସ୍ ସ୍ଥିତି ଉପରେ କଡ଼ା ନଜର ରଖିଥିବା ଜଣାଯାଇଛି।
କର୍ଣ୍ଣାଟକ ୧୨/୦୯: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ତୀବ୍ର ଉତ୍ତେଜନା। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା। କର୍ଣ୍ଣାଟକାର ମାଣ୍ଡୟାରେ ଦେଖିବାକୁ ମିଳିଛି ଏପରି ଭୟଙ୍କର ଘଟଣା । ଉଭୟ ପକ୍ଷର ପଥର ମାଡ଼ରେ ଜଣେ ପୋଲିସ୍ କର୍ମୀ ଆହତ ହୋଇଛନ୍ତି।
ସୂଚନା ଥାଉକି, ବୁଧବାର ରାତିରେ ନାଗମଙ୍ଗଳା ଟାଉନ୍ ଥାନା ଅଞ୍ଚଳରେ ଗଣେଶ ମୂର୍ତ୍ତି ବିସର୍ଜନ ନିମନ୍ତେ ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ମୈସୁର ରୋଡରେ ଅନ୍ୟ ଏକ ଗୋଷ୍ଠ ପ୍ରୋସେସନ ଉପରକୁ ପଥର ମାଡ଼ କରିଥିଲେ । ଏପରିକି ସେମାନେ ଖଣ୍ଡା ବୁଲାଇ ପ୍ରୋସେସନରେ ସାମିଲ ହୋଇଥିବା ଲୋକଙ୍କୁ ଭୟଭୀତ କରିଥିଲେ।
ଏହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଦୋକାନ ବଜାରରେ ନିଆଁ ଲଗାଇ ଦେଇଥିଲେ। ଏଥିସହ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ଲୋକେ ପୁଲିସ୍ ଷ୍ଟେଶନ ସମ୍ମୁଖରେ ମୂର୍ତ୍ତି ରଖି ବିରୋଧ ପ୍ରଦର୍ଶନ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସେମାନେ ଦାବି କରିଥିଲେ।
ହିଂସା କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ପୋଲିସ୍ ସ୍ଥିତି ଉପରେ କଡ଼ା ନଜର ରଖିଥିବା ଜଣାଯାଇଛି।