କର୍ତ୍ତବ୍ୟପଥରେ ଗଡ଼ିଲା ପ୍ରଜ୍ଞାପନ ମେଢ, ଦେଶ ଦେଖିଲା ଓଡ଼ିଶା କଳା ସଂସ୍କୃତିର ଝଲକ

ନୂଆଦିଲ୍ଲୀ: କର୍ତ୍ତବ୍ୟପଥରେ ଗଡ଼ିଲା ଓଡ଼ିଶାର ଆକର୍ଷଣୀୟ ପ୍ରଜ୍ଞାପନ ମେଢ। ଦେଶ ଦେଖିଲା ଓଡ଼ିଶା କଳା ସଂସ୍କୃତିର ଝଲକ। ଚଳିତ ବର୍ଷର... The post କର୍ତ୍ତବ୍ୟପଥରେ ଗଡ଼ିଲା ପ୍ରଜ୍ଞାପନ ମେଢ, ଦେଶ ଦେଖିଲା ଓଡ଼ିଶା କଳା ସଂସ୍କୃତିର ଝଲକ appeared first on .

କର୍ତ୍ତବ୍ୟପଥରେ ଗଡ଼ିଲା ପ୍ରଜ୍ଞାପନ ମେଢ, ଦେଶ ଦେଖିଲା ଓଡ଼ିଶା କଳା ସଂସ୍କୃତିର ଝଲକ

ନୂଆଦିଲ୍ଲୀ: କର୍ତ୍ତବ୍ୟପଥରେ ଗଡ଼ିଲା ଓଡ଼ିଶାର ଆକର୍ଷଣୀୟ ପ୍ରଜ୍ଞାପନ ମେଢ। ଦେଶ ଦେଖିଲା ଓଡ଼ିଶା କଳା ସଂସ୍କୃତିର ଝଲକ। ଚଳିତ ବର୍ଷର ଥିମ୍ ରହିଛି ବିକଶିତ ଭାରତରେ ମହିଳ ସଶକ୍ତିକରଣ। ରଘୁରାଜପୁର ଚିତ୍ରକଳା ମାଧ୍ୟମରେ ନାରୀ ସଶକ୍ତିକରଣକୁ ପ୍ରଜ୍ଞାପନ ମେଢରେ ଦର୍ଶାଯାଇଛି।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ମହିଳାମାନେ କିପରି ଏସଏଚଜି ଗଠନ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି, ତାକୁ ମଡେଲ୍ ମାଧ୍ୟମରେ ଦର୍ଶାଯାଇଛି। ଆଗରେ ହାତୀର ପ୍ରତିକୃତି ଥିବା ବେଳେ ପଛରେ ରହିଥିଲା ଐତିହ୍ୟ ଗ୍ରାମ ରଘୁରାଜପୁର। ଏଥିରେ ଶିଳ୍ପୀଙ୍କ ଚିତ୍ର ଅଙ୍କନ, ପାରମ୍ପରିକ ଘର, ବିଶ୍ବପ୍ରସିଦ୍ଧ ହସ୍ତଶିଳ୍ପ, ଠାକୁରଙ୍କ ଛତ୍ରୀ, ଡିଜିଟାଲ ଶିକ୍ଷା ପ୍ରମୁଖ ପ୍ରଜ୍ଞାପନ ମେଢକୁ ଆହୁରି ଆକର୍ଷଣୀୟ କରିଥିଲା। ଏହାକୁ ତିଆରି କରିଛନ୍ତି ଶିଳ୍ପୀ କୀର୍ତ୍ତିକିଶୋର ମହାରଣା। ପ୍ରଜ୍ଞାପନ ମେଢ ସହ ସମ୍ବଲପୁରୀ ନୃତ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା।

The post କର୍ତ୍ତବ୍ୟପଥରେ ଗଡ଼ିଲା ପ୍ରଜ୍ଞାପନ ମେଢ, ଦେଶ ଦେଖିଲା ଓଡ଼ିଶା କଳା ସଂସ୍କୃତିର ଝଲକ appeared first on .