କର୍ମୀ ଦେଉଥିଲେ ଫୁଲମାଳ, ନେଲେନି ନେତା
ବାଲେଶ୍ୱର,୮ା୫(ମାନସ ବିଶ୍ୱାଳ): ବାଲେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ବୁଧବାର ମହା ମେଘବାହନ ଖାରବେଳ ସ୍ବାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମଧ୍ୟାହ୍ନରେ ସେ ତାଙ୍କର ସମର୍ଥକମାନଙ୍କ ସହିତ ବାଲେଶ୍ୱର ଜିଲାପାଳ ଅଫିସ ପହଞ୍ଚିଲେ। ଅତିରିକ୍ତ ଜିଲାପାଳଙ୍କ ନିକଟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିଲେ। ସେଠାରୁ ଆସିବା ପରେ ଖବରଦାତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାରେ ସେ ବିରକ୍ତ ଭାବ ପୋଷଣ କରିଥିଲେ। ଏହି ସମୟରେ ତାଙ୍କର ଜଣେ ସମର୍ଥକ ଫୁଲମାଳ ନେଇ ପିନ୍ଧାଉଥିବା ବେଳେ କର୍ମୀଙ୍କ ଉପରେ ବିରକ୍ତ […] The post କର୍ମୀ ଦେଉଥିଲେ ଫୁଲମାଳ, ନେଲେନି ନେତା appeared first on Dharitri Odia News.
ବାଲେଶ୍ୱର,୮ା୫(ମାନସ ବିଶ୍ୱାଳ): ବାଲେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ବୁଧବାର ମହା ମେଘବାହନ ଖାରବେଳ ସ୍ବାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମଧ୍ୟାହ୍ନରେ ସେ ତାଙ୍କର ସମର୍ଥକମାନଙ୍କ ସହିତ ବାଲେଶ୍ୱର ଜିଲାପାଳ ଅଫିସ ପହଞ୍ଚିଲେ। ଅତିରିକ୍ତ ଜିଲାପାଳଙ୍କ ନିକଟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିଲେ। ସେଠାରୁ ଆସିବା ପରେ ଖବରଦାତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାରେ ସେ ବିରକ୍ତ ଭାବ ପୋଷଣ କରିଥିଲେ। ଏହି ସମୟରେ ତାଙ୍କର ଜଣେ ସମର୍ଥକ ଫୁଲମାଳ ନେଇ ପିନ୍ଧାଉଥିବା ବେଳେ କର୍ମୀଙ୍କ ଉପରେ ବିରକ୍ତ ହେବା ସହ ତାଙ୍କୁ ଧକ୍କା ମାରିଥିବାର ଦେଖିବକୁ ମିଳିଛି। ଫୁଲମାଳଟିକୁ ବେକରୁ କାଢ଼ି ଫିଙ୍ଗି ଦେଇଥିଲେ। କର୍ମୀ ଜଣକ ସେଠାରୁ ଅପମାନିତ ହୋଇ ପଳାଇଥିଲେ।
The post କର୍ମୀ ଦେଉଥିଲେ ଫୁଲମାଳ, ନେଲେନି ନେତା appeared first on Dharitri Odia News.