କର୍ଲାପଡ଼ାକୁ ବ୍ଲକ ଘୋଷଣା ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର
ଭବାନୀପାଟଣା,୧୭ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ କର୍ଲାପଡାକୁ ନୂତନ ବ୍ଲକ ଘୋଷଣା ଦାବି ନେଇ ସୋମବାର ସ୍ଥାନୀୟ ଯୁବ ସଂଗଠନ ପକ୍ଷରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଦର୍ଶାଯାଇଛି, ଭୌଗୋଳିକ ଦୃଷ୍ଟିକୋଣ ତଥା ଆବଶ୍ୟକ ଭିତ୍ତିଭୂମି ଥିବାରୁ କର୍ଲାପଡା ବ୍ଲକ ହେବା ପାଇଁ ଯୋଗ୍ୟ। ଏଠାରେ ଜଳସେଚନ ପାଇଁ ଚିରସ୍ରୋତା ତେଲନଦୀ ସମେତ ଗମନାଗମନ କ୍ଷେତ୍ରରେ ନିକଟରେ ବିମାନସେବା, ରେଳସେବା ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା […] The post କର୍ଲାପଡ଼ାକୁ ବ୍ଲକ ଘୋଷଣା ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର appeared first on Dharitri Odia News.
ଭବାନୀପାଟଣା,୧୭ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ କର୍ଲାପଡାକୁ ନୂତନ ବ୍ଲକ ଘୋଷଣା ଦାବି ନେଇ ସୋମବାର ସ୍ଥାନୀୟ ଯୁବ ସଂଗଠନ ପକ୍ଷରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଦର୍ଶାଯାଇଛି, ଭୌଗୋଳିକ ଦୃଷ୍ଟିକୋଣ ତଥା ଆବଶ୍ୟକ ଭିତ୍ତିଭୂମି ଥିବାରୁ କର୍ଲାପଡା ବ୍ଲକ ହେବା ପାଇଁ ଯୋଗ୍ୟ। ଏଠାରେ ଜଳସେଚନ ପାଇଁ ଚିରସ୍ରୋତା ତେଲନଦୀ ସମେତ ଗମନାଗମନ କ୍ଷେତ୍ରରେ ନିକଟରେ ବିମାନସେବା, ରେଳସେବା ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ରହିଛି। ତେଣୁ ଏଠାରେ ବ୍ଲକ ସ୍ଥାପନ ହେଲେ ଅଞ୍ଚଳବାସୀ ଉପକୃତ ହେବେ। ଏ ନେଇ ଯୁବ ସଂଗଠନ ପକ୍ଷରୁ ସଭାପତି ନୀଳାମ୍ବର ସାହୁ ମନ୍ତ୍ରୀ ପୂଜାରୀଙ୍କୁ ଦାବିପତ୍ର ଦେଇଛନ୍ତି। ମନ୍ତ୍ରୀ ପୂଜାରୀ ନୂତନ ବ୍ଲକ ଘୋଷଣା ପ୍ରକ୍ରିୟା ଆରମ୍ଭ ହେଲେ ବିଚାରକୁ ନିଆଯିବ ବୋଲି କହିଥିଲେ।
The post କର୍ଲାପଡ଼ାକୁ ବ୍ଲକ ଘୋଷଣା ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର appeared first on Dharitri Odia News.