କଲବଲ କରୁଛନ୍ତି ପିମ୍ପୁଡ଼ି

ପୁରୀ: ପୁରୀ ଜିଲ୍ଲା ନିମାପଡା ସାହାଦାପଡା ଗାଁରେ ଖେଳି ଯାଇଛି ପିମ୍ପୁଡି ଆତଙ୍କ। ୬ ମାସ ହେଲା କଲବଲ କରୁଛନ୍ତି। ବଞ୍ଚିବାକୁ ଦେଉ ନାହାନ୍ତି। ପିମ୍ପୁଡ଼ି ଦାଉରେ ଅତିଷ୍ଠ ହୋଇପଡ଼ିଲେଣି ଲୋକେ। ନା ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି। ଏପରି ଏକ ଘଟଣା ପୁରୀ ଜିଲ୍ଲା ନିମାପଡା ସାହାଦାପଡା ଗାଁରେ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଆଗରୁ କେବେ ଏଭଳି ପିମ୍ପୁଡି ଦେଖିବାକୁ ମିଳୁ ନଥିଲା। ଏବେ ଗତ ୬ ମାସ ହେଲା ଯୁଆଡ଼େ […]

କଲବଲ କରୁଛନ୍ତି ପିମ୍ପୁଡ଼ି

ପୁରୀ: ପୁରୀ ଜିଲ୍ଲା ନିମାପଡା ସାହାଦାପଡା ଗାଁରେ ଖେଳି ଯାଇଛି ପିମ୍ପୁଡି ଆତଙ୍କ। ୬ ମାସ ହେଲା କଲବଲ କରୁଛନ୍ତି। ବଞ୍ଚିବାକୁ ଦେଉ ନାହାନ୍ତି। ପିମ୍ପୁଡ଼ି ଦାଉରେ ଅତିଷ୍ଠ ହୋଇପଡ଼ିଲେଣି ଲୋକେ। ନା ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି। ଏପରି ଏକ ଘଟଣା ପୁରୀ ଜିଲ୍ଲା ନିମାପଡା ସାହାଦାପଡା ଗାଁରେ ଦେଖିବାକୁ ମିଳିଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଆଗରୁ କେବେ ଏଭଳି ପିମ୍ପୁଡି ଦେଖିବାକୁ ମିଳୁ ନଥିଲା। ଏବେ ଗତ ୬ ମାସ ହେଲା ଯୁଆଡ଼େ ଦେଖିବ ସିଆଡ଼େ ପିମ୍ପୁଡ଼ି। ଏହି ପିମ୍ପୁଡି ଯୋଗୁ ଘରେ ରହିବା କଷ୍ଟକର ହୋଇ ପଡ଼ୁଛି। ପିଇବା ପାଣିଠୁ ଧରି ରୋଷେଇ ଘର ପର୍ଯ୍ୟନ୍ତ ସବୁଆଡେ ପିମ୍ପୁଡି ସାଲୁବାଲୁ। ଘରେ ରୋଷେଇ ହୋଇ ପାରୁ ନ ଥିବା ବେଳେ ଅଦା ସମୟ ଲୋକେ ଉପାସରେ ରହୁଛନ୍ତି।