କଲରାବାଙ୍କରେ ରକ୍ତ ଦାନ ଶିବିର, ୧୦୦ରୁ ଉର୍ଦ୍ଧ୍ଵ ବୋତଲ ରକ୍ତ ସଂଗ୍ରହ
ଜଗତସିଂହପୁର : କଲରାବାଙ୍କ କଳିଙ୍ଗ ଇଂରାଜୀ ମିଡିୟମ ସ୍କୁଲ ଦ୍ୱାରା ଆୟୋଜିତ ଏହି ରକ୍ତଦାନ ଶିବିରକୁ ଭୁବନେଶ୍ୱର କୀମସର ଭେଷଜ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁକାନ୍ତ ତ୍ରିପାଠୀ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିମ୍ସର ପ୍ରଫେସର ଡାକ୍ତର ସୁମନ ସୁଧା ରାଉତରାୟ , କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲର ପ୍ରିନ୍ସିପାଲ ବିୟନ୍ତ ବିହାରୀ ମିଶ୍ର ,ଆଗାମୀ ଓଡ଼ିଶାର ପ୍ରତିଷ୍ଠାତା ବିଜୟ କୁମାର ସ୍ୱାଇଁ ,ଗ୍ରାମସମିତି ସଭାପତି ଅଞ୍ଜନ କୁମାର ସାମନ୍ତ ,ସମାଜସେବୀକା ନିରୂପମା ସାମନ୍ତ […] The post କଲରାବାଙ୍କରେ ରକ୍ତ ଦାନ ଶିବିର, ୧୦୦ରୁ ଉର୍ଦ୍ଧ୍ଵ ବୋତଲ ରକ୍ତ ସଂଗ୍ରହ appeared first on KNews Odisha.

ଜଗତସିଂହପୁର : କଲରାବାଙ୍କ କଳିଙ୍ଗ ଇଂରାଜୀ ମିଡିୟମ ସ୍କୁଲ ଦ୍ୱାରା ଆୟୋଜିତ ଏହି ରକ୍ତଦାନ ଶିବିରକୁ ଭୁବନେଶ୍ୱର କୀମସର ଭେଷଜ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁକାନ୍ତ ତ୍ରିପାଠୀ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିମ୍ସର ପ୍ରଫେସର ଡାକ୍ତର ସୁମନ ସୁଧା ରାଉତରାୟ , କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲର ପ୍ରିନ୍ସିପାଲ ବିୟନ୍ତ ବିହାରୀ ମିଶ୍ର ,ଆଗାମୀ ଓଡ଼ିଶାର ପ୍ରତିଷ୍ଠାତା ବିଜୟ କୁମାର ସ୍ୱାଇଁ ,ଗ୍ରାମସମିତି ସଭାପତି ଅଞ୍ଜନ କୁମାର ସାମନ୍ତ ,ସମାଜସେବୀକା ନିରୂପମା ସାମନ୍ତ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଆଜିଭଳି ଦିନରେ ଏହି ମହତ କାର୍ଯ୍ୟରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ରକ୍ତ ପାଇଁ କାହାରି ଜୀବନ ନ ଯାଉ ଏହି ଆଦର୍ଶକୁ ଭିତ୍ତିକରି ସମସ୍ତେ ରକ୍ତଦାନ କରିଥିଲେ । ଏହି ଅବସରରେ ଅତିଥିମାନେ ଆଦର୍ଶଗ୍ରାମ କଲରାବାଙ୍କ ଓ କିଟ, କିସ,କିମିସ ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ଓ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ଓ କଲରାବାଙ୍କ ହାଇସ୍କୁଲର ଚେୟାରପର୍ସନ ତଥା କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡ଼ଃ ଇତି ସାମନ୍ତଙ୍କ ଦିଗ୍ ର୍ଶନରେ ହେଉଥିବା ଏଭଳି ମହତ କାର୍ଯ୍ୟକୁ ସମସ୍ତେ ଭୁୟସୀ ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ସଂଗ୍ରାମ କୁମାର ମହାପାତ୍ର , ସୁଧୃତି ସୁନ୍ଦର ଦାସ , ଅଞ୍ଜନ ସାମନ୍ତ ,ବାନାମ୍ବର ଜେନା ପ୍ରମୁଖ ପରିଚାଳନା କରିଥିବା ବେଳେ ନିଳିମାରାଣୀ ଚାରିଟେବଲ ଟ୍ରଷ୍ଟ ଓ କଲରାବାଙ୍କ କିମସ ରୁରାଲ ହସ୍ପିଟାଲ ଓ କିମସ ର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଏହି ଶିବିରରେ ଏକ ଶହରୁ ଉର୍ଦ୍ଧ୍ଵ ବୋତଲ ରକ୍ତ ସଂଗ୍ରହ କରାଯାଇଥିଲା । ସ୍କୁଲ ଶିକ୍ଷକ ,ଶିକ୍ଷୟିତ୍ରୀ, କର୍ମଚାରୀ ଓ ଗ୍ରାମବାସୀ ଓ ଆଖପାଖ ଗ୍ରାମର ବହୁ ଲୋକ ଆଗ୍ରହର ସହ ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
The post କଲରାବାଙ୍କରେ ରକ୍ତ ଦାନ ଶିବିର, ୧୦୦ରୁ ଉର୍ଦ୍ଧ୍ଵ ବୋତଲ ରକ୍ତ ସଂଗ୍ରହ appeared first on KNews Odisha.