କଲେକ୍ସନ ଏଜେଣ୍ଟଙ୍କୁ ଭୁଜାଲିରେ ଆକ୍ରମଣ : ୪ ଲକ୍ଷ ୯୦ ହଜାର ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

କେନ୍ଦ୍ରାପଡା ୮।୪: ଭୁଜାଲିରେ ଆକ୍ରମଣ କରି ବ୍ରଏଲର କମ୍ପାନୀର କଲେକସନ୍ ଏଜେଣ୍ଟଙ୍କ ଠାରୁ ଲୁଟି ନେଲେ ୪ ଲକ୍ଷ ୯୦ ହଜାର ଟଙ୍କା l କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭାଟବାଗ ଅଙ୍ଗନବାଡି କେନ୍ଦ୍ର ନିକଟରେ ସୋମବାର ଦିନ ୪ଟା ବେଳେ ଘଟିଛି ଏଭଳି ଦୁର୍ଘଟଣା l ଲୁଟ୍‌ର ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି lସୂଚନାଯୋଗ୍ୟ ଯେ, ହଳଦିଆ ଗ୍ରାମର ସୋନା ଟ୍ରେଡର ନାମକ ଏକ ବ୍ରଏଲର କମ୍ପାନୀର କଲେକସନ୍ ଏଜେଣ୍ଟ ଆଲମଗିରି ବିଭିନ୍ନ ସ୍ଥାନରୁ କଲେକସନ ସାରି ଫେରୁଥିଲେ l ଭାଟବାଗ ନିକଟରେ ଥିବା ଆମ୍ବତୋଟା ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ଅଟକାଇ ଆକ୍ରମଣ କରିବା ସହ ତଳେ ପକାଇ ଟଙ୍କା ବ୍ୟାଗ୍ ଛିଡ଼ାଇ ନେଇଥିଲେ l ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଲମଗିରି ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି l ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି କ୍ୟାମେରା ଆଧାରରେ ତଦନ୍ତ ଆରମ୍ଭ କରିଛି lYou Can Read :ଡିଭାଇଡ଼ର ଓ୍ବାଲ୍ ପେଣ୍ଟିଙ୍ଗ୍ କାମ ବେଳେ ସିଗ୍ନାଲ ଟ୍ରକ୍‌କୁ ଧକ୍କା ଦେଲା ଆଇଚର, ଡ୍ରାଇଭର ଆହତ   

କଲେକ୍ସନ ଏଜେଣ୍ଟଙ୍କୁ ଭୁଜାଲିରେ ଆକ୍ରମଣ :  ୪ ଲକ୍ଷ ୯୦ ହଜାର ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

କେନ୍ଦ୍ରାପଡା ୮।୪: ଭୁଜାଲିରେ ଆକ୍ରମଣ କରି ବ୍ରଏଲର କମ୍ପାନୀର କଲେକସନ୍ ଏଜେଣ୍ଟଙ୍କ ଠାରୁ ଲୁଟି ନେଲେ ୪ ଲକ୍ଷ ୯୦ ହଜାର ଟଙ୍କା l କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭାଟବାଗ ଅଙ୍ଗନବାଡି କେନ୍ଦ୍ର ନିକଟରେ ସୋମବାର ଦିନ ୪ଟା ବେଳେ ଘଟିଛି ଏଭଳି ଦୁର୍ଘଟଣା l ଲୁଟ୍‌ର ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି l

ସୂଚନାଯୋଗ୍ୟ ଯେ, ହଳଦିଆ ଗ୍ରାମର ସୋନା ଟ୍ରେଡର ନାମକ ଏକ ବ୍ରଏଲର କମ୍ପାନୀର କଲେକସନ୍ ଏଜେଣ୍ଟ ଆଲମଗିରି ବିଭିନ୍ନ ସ୍ଥାନରୁ କଲେକସନ ସାରି ଫେରୁଥିଲେ l ଭାଟବାଗ ନିକଟରେ ଥିବା ଆମ୍ବତୋଟା ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ଅଟକାଇ ଆକ୍ରମଣ କରିବା ସହ ତଳେ ପକାଇ ଟଙ୍କା ବ୍ୟାଗ୍ ଛିଡ଼ାଇ ନେଇଥିଲେ l ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଲମଗିରି ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି l ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି କ୍ୟାମେରା ଆଧାରରେ ତଦନ୍ତ ଆରମ୍ଭ କରିଛି l

You Can Read :

ଡିଭାଇଡ଼ର ଓ୍ବାଲ୍ ପେଣ୍ଟିଙ୍ଗ୍ କାମ ବେଳେ ସିଗ୍ନାଲ ଟ୍ରକ୍‌କୁ ଧକ୍କା ଦେଲା ଆଇଚର, ଡ୍ରାଇଭର ଆହତ