କଲେଜ କର୍ମଚାରୀଙ୍କ ଉପରେ ଆକ୍ରମଣ: ଆକ୍ରମଣକାରୀ ଭାଜପାର କହିଲେ
ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ): ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ବରଗଡ଼ ଜିଲା ଗସ୍ତ କରିଥିଲେ। ସହର ଉପକଣ୍ଠ ତୋରା ଜୁନିୟର କଲେଜରେ ମନ୍ତ୍ରୀ ପୂଜାରୀଙ୍କ କାର୍ଯ୍ୟକ୍ରମ ସରିବା ପରେ କଲେଜ କର୍ମଚାରୀଙ୍କ ଉପରେ ଜଣେ ଯୁବକ ଆକ୍ରମଣ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ କଲେଜ କର୍ମଚାରୀମାନେ ବରଗଡ଼ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତ ଯୁବକଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ […] The post କଲେଜ କର୍ମଚାରୀଙ୍କ ଉପରେ ଆକ୍ରମଣ: ଆକ୍ରମଣକାରୀ ଭାଜପାର କହିଲେ appeared first on Dharitri Odia News.
ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ): ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ବରଗଡ଼ ଜିଲା ଗସ୍ତ କରିଥିଲେ। ସହର ଉପକଣ୍ଠ ତୋରା ଜୁନିୟର କଲେଜରେ ମନ୍ତ୍ରୀ ପୂଜାରୀଙ୍କ କାର୍ଯ୍ୟକ୍ରମ ସରିବା ପରେ କଲେଜ କର୍ମଚାରୀଙ୍କ ଉପରେ ଜଣେ ଯୁବକ ଆକ୍ରମଣ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ କଲେଜ କର୍ମଚାରୀମାନେ ବରଗଡ଼ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତ ଯୁବକଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବି କରିଛନ୍ତି। ତେବେ ସମ୍ପୃକ୍ତ ଯୁବକ ଜଣକ ନିଜଙ୍କୁ ଜଣେ ଭାଜପା କାର୍ଯ୍ୟକର୍ତ୍ତା ଭାବେ ପରିଚୟ ଦେଇ ଆକ୍ରମଣ କରିଥିବା କଲେଜ କର୍ମଚାରୀ କହିଛନ୍ତି। ଏତଲା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ପ୍ରକାଶ ଯେ, ଶନିବାର ମନ୍ତ୍ରୀ ପୂଜାରୀ ଉକ୍ତ କଲେଜର ଛାତ୍ରୀ କମନ ରୁମ ଏବଂ ଅଡିଟୋରିୟମ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ପୂଜାରୀ ଏବଂ ଅନ୍ୟ ଅତିଥିବୃନ୍ଦ ଏକ କୋଠରିରେ ବସିଥିଲେ। ସେହି ସମୟରେ ସମ୍ପୃକ୍ତ ଯୁବକ ସେହି କୋଠରିରେ ବସିଥିବା ଯୋଗୁ କଲେଜର ଚତୁର୍ଥ ଶ୍ରେଣୀ କର୍ମଚାରୀ ଯୁଧିଷ୍ଠିର ସାହୁ ସେଠାରୁ ବାହାରି ଆସିବାକୁ ତାଙ୍କୁ କହିଥିଲେ। ସମ୍ପୃକ୍ତ ଯୁବକ ସେହି ସମୟର ରାଗ ରଖିଥିଲେ ଏବଂ ମନ୍ତ୍ରୀ କାର୍ଯ୍ୟକ୍ରମ ସାରି ଯିବା ପରେ ସେ ଯୁଧିଷ୍ଠିରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ତେବେ ସମ୍ପୃକ୍ତ ଯୁବକ ଯୁଧିଷ୍ଠିରଙ୍କୁ ଆକ୍ରମଣ କରୁଥିବା ଦେଖି କଲେଜର ଅନ୍ୟ ମହିଳା, ପୁରୁଷ କର୍ମଚାରୀମାନେ ସେଠାରେ ପହଞ୍ଚତ୍ ପ୍ରତିରୋଧ କରିଥିଲେ। ମାତ୍ର ସମ୍ପୃକ୍ତ ଯୁବକ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ କଲେଜ ଅଧ୍ୟକ୍ଷଙ୍କ ସମେତ କର୍ମଚାରୀମାନେ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
The post କଲେଜ କର୍ମଚାରୀଙ୍କ ଉପରେ ଆକ୍ରମଣ: ଆକ୍ରମଣକାରୀ ଭାଜପାର କହିଲେ appeared first on Dharitri Odia News.