କଲେଜ ଛାତ୍ରୀଙ୍କ ଉପରେ ଚଢିଗଲା କାର୍, ସ୍ଥାନୀୟଲୋକଙ୍କ ଗାଡି ଭଙ୍ଗାରୁଜା
ଭଦ୍ରକ ୧୧।୦୩ : କଲେଜ ଛାତ୍ରୀଙ୍କ ଉପରେ ଚଢିଗଲା କାର୍ । ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତାରୋକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତା ତିହିଡି ଥାନା ନନ୍ଦପୁର ନିକଟରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଯୁକ୍ତ ଦୁଇରେ ପଢନ୍ତି ଛାତ୍ରୀ ପ୍ରଭାସିନୀ ନାୟକ । ଛାତ୍ରୀ ଜଣକ ତଲପଦା ସ୍ଥିତ ମଣିକଲାଲ ମହିଳା କଲେଜ ପଢୁଥିଲେ । କଲେଜ ଯିବା ସମୟରେ ନନ୍ଦପୁର ଛକ ନିକଟରେ କାର୍ଟି ସାମ୍ନା ପଟୁ ଧକ୍କା ଦେଇଥିଲା । ଯାହାଫଳରେ ଛାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଏପିରିକି ସ୍ଥାନୀୟ ଲୋକେ କାର୍କୁ ଭଙ୍ଗାରୁଜା କରିଛନ୍ତି । ଶେଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ ଓ ଡ୍ରାଇଭରଙ୍କୁ ଥାନାରେ ନେଇ ଅଟକ ରଖିଛି ।
ଭଦ୍ରକ ୧୧।୦୩ : କଲେଜ ଛାତ୍ରୀଙ୍କ ଉପରେ ଚଢିଗଲା କାର୍ । ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତାରୋକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତା ତିହିଡି ଥାନା ନନ୍ଦପୁର ନିକଟରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଯୁକ୍ତ ଦୁଇରେ ପଢନ୍ତି ଛାତ୍ରୀ ପ୍ରଭାସିନୀ ନାୟକ । ଛାତ୍ରୀ ଜଣକ ତଲପଦା ସ୍ଥିତ ମଣିକଲାଲ ମହିଳା କଲେଜ ପଢୁଥିଲେ । କଲେଜ ଯିବା ସମୟରେ ନନ୍ଦପୁର ଛକ ନିକଟରେ କାର୍ଟି ସାମ୍ନା ପଟୁ ଧକ୍କା ଦେଇଥିଲା । ଯାହାଫଳରେ ଛାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଏପିରିକି ସ୍ଥାନୀୟ ଲୋକେ କାର୍କୁ ଭଙ୍ଗାରୁଜା କରିଛନ୍ତି । ଶେଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ ଓ ଡ୍ରାଇଭରଙ୍କୁ ଥାନାରେ ନେଇ ଅଟକ ରଖିଛି ।