କଲ୍ କରି ଭୋଟ୍ ମାଗୁଛନ୍ତି ନେତା, ଚିନ୍ତାରେ ଜନତା
ଭୁବନେଶ୍ୱର, ୨୩।୫: ଭୋଟ ପାଇଁ ନେତାମାନେ ବିଭିନ୍ନ ଉପାୟରେ ପ୍ରଚାର କରୁଥିଲା ବେଳେ ଚଳିତ ନିର୍ବାଚନର ଡିଜିଟାଲ ପ୍ରଚାର ବହୁଳ ବ୍ୟବହୃତ ହେଉଛି। ଏହାଛଡ଼ା ନେତାମାନେ ପାରମ୍ପରିକ ଉପାୟରେ ଘର ଘର ବୁଲି ମଧ୍ୟ ପ୍ରଚାର କରୁଛନ୍ତି। ତେବେ ଯାହା ସବୁଠୁ ଚର୍ଚ୍ଚିତ ବିଷୟ ପାଲଟିଛି ତାହା ହେଉଛି ନେତାମାନଙ୍କର ଫୋନ କଲ୍। ଯାହାକୁ ପାରୁଛନ୍ତି ତାକୁ କଲ୍ କରି ଭୋଟ ମାଗୁଛନ୍ତି, ଏପରିକି କିଏ ତାଙ୍କ ନିର୍ବାଚନ ମଣ୍ଡଳୀର ଆଉ କିଏ ନୁହେଁ ତାକୁ ମଧ୍ୟ […] The post କଲ୍ କରି ଭୋଟ୍ ମାଗୁଛନ୍ତି ନେତା, ଚିନ୍ତାରେ ଜନତା appeared first on Dharitri Odia News.
ଭୁବନେଶ୍ୱର, ୨୩।୫: ଭୋଟ ପାଇଁ ନେତାମାନେ ବିଭିନ୍ନ ଉପାୟରେ ପ୍ରଚାର କରୁଥିଲା ବେଳେ ଚଳିତ ନିର୍ବାଚନର ଡିଜିଟାଲ ପ୍ରଚାର ବହୁଳ ବ୍ୟବହୃତ ହେଉଛି। ଏହାଛଡ଼ା ନେତାମାନେ ପାରମ୍ପରିକ ଉପାୟରେ ଘର ଘର ବୁଲି ମଧ୍ୟ ପ୍ରଚାର କରୁଛନ୍ତି। ତେବେ ଯାହା ସବୁଠୁ ଚର୍ଚ୍ଚିତ ବିଷୟ ପାଲଟିଛି ତାହା ହେଉଛି ନେତାମାନଙ୍କର ଫୋନ କଲ୍। ଯାହାକୁ ପାରୁଛନ୍ତି ତାକୁ କଲ୍ କରି ଭୋଟ ମାଗୁଛନ୍ତି, ଏପରିକି କିଏ ତାଙ୍କ ନିର୍ବାଚନ ମଣ୍ଡଳୀର ଆଉ କିଏ ନୁହେଁ ତାକୁ ମଧ୍ୟ ଧ୍ୟାନ ରଖୁନାହାନ୍ତି।
ଯେପରିକି ଖୋର୍ଦ୍ଧା ଜିଲାର ପ୍ରାର୍ଥୀ କିମ୍ବା କେନ୍ଦ୍ରାପଡ଼ାର ପ୍ରାର୍ଥୀ ଯାଜପୁର କିମ୍ବା ଗଞ୍ଜାମ ଲୋକଙ୍କୁ ଫୋନ କରିବା ଭଳି ଘଟଣା ଦେଖିବାକୁ ମିଳୁଛି। ଏପରିକି ଜଣେ ଲୋକଙ୍କୁ ବାରମ୍ବାର ସମାନ ପ୍ରାର୍ଥୀଙ୍କ କଲ୍ ମଧ୍ୟ ଆସୁଛି। ସାମାଜିକ ଗଣାମଧ୍ୟମରେ କିଛି ଲୋକେ ଏହାକୁ ନେଇ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରୁଥିଲା ବେଳେ କେହିକେହି ଏହାର ମଜାକ ଉଡାଉଥିବାର ଦେଖିବାକୁ ମିଳିଛି।
କେହିକେହି କହୁଛନ୍ତି ”ଓ ଏ ନେତାମାନେ ବାରମ୍ବାର କଲ୍ କରି ବିରକ୍ତ କରିଦେଲେଣି।” ତେବେ ଗ୍ରାମାଞ୍ଚଳରେ ନେତାମାନଙ୍କର ଏପରି ଉପାୟରେ ପ୍ରଚାରକୁ ଲୋକେ ଆଗ୍ରହର ସହିତ ଗ୍ରହଣ କରୁଛନ୍ତି। ନିଜ ପସନ୍ଦର ନେତା ସେମାନଙ୍କୁ କଲ୍ କରିବାରୁ ସେମାନେ ଉତ୍ସାହିତ ହୋଇପଡୁଥିବା ଦେଖିବାକୁ ମିଳିଛି।
The post କଲ୍ କରି ଭୋଟ୍ ମାଗୁଛନ୍ତି ନେତା, ଚିନ୍ତାରେ ଜନତା appeared first on Dharitri Odia News.