ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ଅଟିଜିମ୍ ଦିବସ
ଅଟିଜିମ୍ ଏକ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ। ଏହି ସମସ୍ୟା କେବଳ ଭାରତରେ ନୁହେଁ ବରଂ ବିଶ୍ବସ୍ତରରେ ମଧ୍ୟ ଏକ ଚିନ୍ତାଜନକ ବିଷୟ ଭାବେ ଉଭା ହୋଇଛି। ଅଟିଜିମ୍ ହେଉଛି ଏମିତି ଏକ ସମସ୍ୟା, ଯାହାର କୌଣସି ଚିକିତ୍ସା ନଥାଏ। ଏପରି ପରିସ୍ଥିତିରେ, ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ଏକ ଭିନ୍ନ ମାନସିକତା ଦେଖାଯାଏ। ଯାହାକି ଅନେକ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହା ସାଧାରଣତଃ ଶୈଶବରେ ଦେଖାଯାଇଥାଏ। ଏହା ଏକ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ। ଏହି ରୋଗର […] The post ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ଅଟିଜିମ୍ ଦିବସ appeared first on Dharitri Odia News.
ଅଟିଜିମ୍ ଏକ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ। ଏହି ସମସ୍ୟା କେବଳ ଭାରତରେ ନୁହେଁ ବରଂ ବିଶ୍ବସ୍ତରରେ ମଧ୍ୟ ଏକ ଚିନ୍ତାଜନକ ବିଷୟ ଭାବେ ଉଭା ହୋଇଛି। ଅଟିଜିମ୍ ହେଉଛି ଏମିତି ଏକ ସମସ୍ୟା, ଯାହାର କୌଣସି ଚିକିତ୍ସା ନଥାଏ। ଏପରି ପରିସ୍ଥିତିରେ, ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ଏକ ଭିନ୍ନ ମାନସିକତା ଦେଖାଯାଏ। ଯାହାକି ଅନେକ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହା ସାଧାରଣତଃ ଶୈଶବରେ ଦେଖାଯାଇଥାଏ। ଏହା ଏକ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ। ଏହି ରୋଗର ଶିକାର ଶିଶୁମାନେ ଅନ୍ୟମାନଙ୍କ ସହ କଥାବାର୍ତ୍ତା ହେବାରେ ଅସହଜ ଅନୁଭବ କରିଥାଆନ୍ତି। କଥା କହିବା ଓ ବୁଝିବାରେ ସେମାନଙ୍କୁ ସମସ୍ୟା ହୋଇଥାଏ। ତେବେ ଝିଅମାନଙ୍କ ଅପେକ୍ଷା ପୁଅମାନେ ବେଶି ଏହି ରୋଗର ଶିକାର ହୋଇଥାଆନ୍ତି।
ମିଳିତ ଜାତିସଂଘ ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୨ରେ ବିଶ୍ୱ ଅଟିଜିମ୍ ଦିବସ (WAAD) ପାଳନ କରିବ। ଚଳିତବର୍ଷର କାର୍ଯ୍ୟକ୍ରମ ନ୍ୟୁରାବିବିଧତା ଏବଂ ବିଶ୍ୱ ସ୍ଥାୟିତ୍ୱ ପ୍ରୟାସ ମଧ୍ୟରେ ସନ୍ଧିକରଣ ଉପରେ କେନ୍ଦ୍ରିତ। ଏହି ଦିନରେ ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ଯୋଗାଯୋଗ ବିଭାଗ ସହିତ ମିଳିତ ଭାବରେ ନ୍ୟୁରୋଡାଇଭର୍ସିଟି ଇନ୍ଷ୍ଟିଚ୍ୟୁଟ୍ (ION) ଦ୍ୱାରା ଆୟୋଜିତ ହେଉଛି। ବିଶ୍ୱ ଅଟିଜିମ୍ ସଚେତନତା ଦିବସ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆମେ ଏଠାରେ କହିବୁ ଯେ, ବିଶ୍ୱ ଅଟିଜିମ ସଚେତନତା ଦିବସ କାହିଁକି ପାଳନ କରାଯାଏ ଜାଣନ୍ତୁ ସେ ସମ୍ପର୍କରେ…
ବିଶ୍ୱ ଅଟିଜିମ୍ ସଚେତନତା ଦିବସ କ’ଣ?
ଜାତିସଂଘ (UN)୨୦୦୭ରେ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ଆରମ୍ଭ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ଲୋକମାନଙ୍କୁ ଅଟିଜିମ ବିଷୟରେ ସଚେତନ କରିବ। ପୂର୍ବରୁ ଏହି ଦିବସଟି କେବଳ ସଚେତନତା ସୃଷ୍ଟି କରିବା ପାଇଁ ପାଳନ କରାଯାଉଥିଲା କିନ୍ତୁ ଏବେ ଏହାର ଉଦ୍ଦେଶ୍ୟ ହେଉଛି ଅଟିଜିମ୍ ଥିବା ଲୋକମାନଙ୍କୁ ଗ୍ରହଣ କରିବା, ସେମାନଙ୍କୁ ସମାଜରେ ଏକ ସ୍ଥାନ ଦେବା ଏବଂ ସେମାନଙ୍କ ଅବଦାନକୁ ସ୍ବୀକୃତି ଦେବା।
ଚଳିତବର୍ଷ ଏହି ଦିନକୁ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ (SDGs) ସହିତ ଯୋଡ଼ାଯିବ। ଯେଉଁଥିରେ ଉନ୍ନତ ସ୍ବାସ୍ଥ୍ୟ ସୁବିଧା, ଭଲ ଶିକ୍ଷା, ନିଯୁକ୍ତି ସୁଯୋଗ ଏବଂ ସୁବିଧାଜନକ ସହରଗୁଡ଼ିକର ବିକାଶ ଆଦି ଅନ୍ତର୍ଭୁକ୍ତ।
The post ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ଅଟିଜିମ୍ ଦିବସ appeared first on Dharitri Odia News.