ବିଦ୍ୟାଳୟ ପରିଦର୍ଶନ କଲେ ଜିଲାପାଳ, ଉଚ୍ଚଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ…
କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାପାଳ ସଚିନ ପାଓ୍ବାର ପ୍ରକାଶ କେସିଙ୍ଗା ସହରସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବିଦ୍ୟାପୀଠକୁ ଶନିବାର ପରିଦର୍ଶନରେ ଆସିଥିଲେ। ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଜିଲାପାଳ ପ୍ରଥମେ ପ୍ରଧାନଶିକ୍ଷକଙ୍କଠାରୁ ସ୍କୁଲର ସାମଗ୍ରିକ ଗତିବିଧି ଓ ଗୁଣାତ୍ମକ ଶିକ୍ଷା ସମ୍ପର୍କରେ ସମୀକ୍ଷା କରିଥିଲେ। ଏହାପରେ ସେ ବିଦ୍ୟାଳୟର ବିଜ୍ଞାନଗାର, ସ୍ମାର୍ଟ ଶ୍ରେଣୀ କକ୍ଷ, ଇ-ଲାଇବ୍ରେରୀ ଏବଂ ସ୍କୁଲ ପରିବେଶ ବୁଲି ଦେଖୁଥିଲେ। ସେହିପରି ସହରର ବିଦ୍ୟାପୀଠକୁ ମଧ୍ୟ ପରିଦର୍ଶନ […] The post ବିଦ୍ୟାଳୟ ପରିଦର୍ଶନ କଲେ ଜିଲାପାଳ, ଉଚ୍ଚଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ… appeared first on Dharitri Odia News.
କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାପାଳ ସଚିନ ପାଓ୍ବାର ପ୍ରକାଶ କେସିଙ୍ଗା ସହରସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବିଦ୍ୟାପୀଠକୁ ଶନିବାର ପରିଦର୍ଶନରେ ଆସିଥିଲେ। ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଜିଲାପାଳ ପ୍ରଥମେ ପ୍ରଧାନଶିକ୍ଷକଙ୍କଠାରୁ ସ୍କୁଲର ସାମଗ୍ରିକ ଗତିବିଧି ଓ ଗୁଣାତ୍ମକ ଶିକ୍ଷା ସମ୍ପର୍କରେ ସମୀକ୍ଷା କରିଥିଲେ। ଏହାପରେ ସେ ବିଦ୍ୟାଳୟର ବିଜ୍ଞାନଗାର, ସ୍ମାର୍ଟ ଶ୍ରେଣୀ କକ୍ଷ, ଇ-ଲାଇବ୍ରେରୀ ଏବଂ ସ୍କୁଲ ପରିବେଶ ବୁଲି ଦେଖୁଥିଲେ।
ସେହିପରି ସହରର ବିଦ୍ୟାପୀଠକୁ ମଧ୍ୟ ପରିଦର୍ଶନ କରିଥିଲେ। ସ୍କୁଲ ପରିଦର୍ଶନରେ ଜିଲାପାଳ ଛାତ୍ରୀଛାତ୍ରଙ୍କୁ ଭଲ ପାଠ ପଢ଼ିବା ସହ ଉଚ୍ଚ ଶିକ୍ଷା କରିବାକୁ ଉପଦେଶ ଦେଇଥିଲେ। ଏହି ଗସ୍ତରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ପୁରୋହିତ, ଅତିରିକ୍ତ ଇଞ୍ଜିନିୟର ଏସ୍ଏନ୍ ମିଶ୍ର, କନିଷ୍ଠ ଯନ୍ତ୍ରୀ ତ୍ରିଲୋଚନ ବେହେରାଙ୍କ ସମେତ ଉଭୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ସହ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।
The post ବିଦ୍ୟାଳୟ ପରିଦର୍ଶନ କଲେ ଜିଲାପାଳ, ଉଚ୍ଚଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ… appeared first on Dharitri Odia News.