ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ ବିଭାରାଣୀ
ଭୁବନେଶ୍ୱର,୨।୮ (ଅସମାପିକା ସାହୁ): ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ବିଭାରାଣୀ ପାତ୍ର ଶୂୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟଛନ୍ତି। ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଆଗାମୀ ଅଗଷ୍ଟ ୬ ତାରିଖରେ ସେ ରୁଷିଆ ଓ ୟୁରୋପର ଉଚ୍ଚତ୍ତମ ଶୃଙ୍ଗ ମାଉଣ୍ଟ ଏଲବ୍ରସ ଆରୋହଣ ପାଇଁ ଅଭିଯାନ ଆରମ୍ଭ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହିତ ସଫଳ ଆରୋହଣ […] The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ ବିଭାରାଣୀ appeared first on Dharitri Odia News.
ଭୁବନେଶ୍ୱର,୨।୮ (ଅସମାପିକା ସାହୁ): ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ବିଭାରାଣୀ ପାତ୍ର ଶୂୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟଛନ୍ତି। ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଆଗାମୀ ଅଗଷ୍ଟ ୬ ତାରିଖରେ ସେ ରୁଷିଆ ଓ ୟୁରୋପର ଉଚ୍ଚତ୍ତମ ଶୃଙ୍ଗ ମାଉଣ୍ଟ ଏଲବ୍ରସ ଆରୋହଣ ପାଇଁ ଅଭିଯାନ ଆରମ୍ଭ କରୁଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହିତ ସଫଳ ଆରୋହଣ ପାଇଁ ଆଶୀର୍ବାଦ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତୁମର ସାହସିକ କାର୍ଯ୍ୟ ଆମ ଯୁବ ସମାଜ ପାଇଁ ଏକ ବଡ ପ୍ରେରଣା। ସଫଳତାର ସହ ୟୁରୋପ ଓ ରୁଷିଆର ଉଚ୍ଚତ୍ତମ ଶୃଙ୍ଗ ଆରୋହଣ କରି ତୁମେ ନିଜ ପାଇଁ ଓ ସାରା ରାଜ୍ୟ ପାଇଁ ନିଶ୍ଚୟ ସୁନାମ ଆଣିବ ବୋଲି ଶୁଭକାମନା ଜଣାଇଥିଲେ।
ଏହି ସାକ୍ଷାତକାର ସମୟରେ ସଂସଦୀୟ ବ୍ୟାପାର ତଥା ସୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ବିଭାରାଣୀ ତାଳଚେର ନିକଟସ୍ଥ ମେରାମୁଣ୍ଡଳୀର ଜଣେ ପର୍ବତାରୋହୀ। ସେ ୨୦୧୯ରେ ଲେହ୍ ଲାଦାଖର ମାଉଣ୍ଟ ଷ୍ଟକ କଙ୍ଗ୍ରି ଓ ୨୦୨୩ରେ ଆଫ୍ରିକାର ମାଉଣ୍ଟ କିଲ୍ମାନ୍ଜାରା ଆରୋହଣ କରିଛନ୍ତି। ଏହା ସହିତ ୨୦୧୯ରେ ସେ ଆବୁଧାବୀ ଅନ୍ତର୍ଜାତୀୟ ୟୁଥ ଲିଡର ଭାବେ ମଧ୍ୟ ସମ୍ମାନିତ ହୋଇଛନ୍ତି। ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି।
The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ ବିଭାରାଣୀ appeared first on Dharitri Odia News.