କଲ୍ୟାଣପୁର ଗାଁ ରେ ଅସାମାଜିକ ଯୁବକଙ୍କ ଆତଙ୍କ: ଖଣ୍ଡା ଧରି କଲେ ମାର୍ଚ୍ଚିଂ ଭିଡ଼ିଓ ଭାଇରାଲ
ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କଲ୍ୟାଣପୁର ଗାଁ ରେ ପଡୋଶୀ ଗ୍ରାମର କିଛି ଅସାମାଜିକ ଯୁବକ ଆତଙ୍କ ଚଳାଇଥିବା ଜଣାପଡ଼ିଛି।ଶୁକ୍ରବାର ରାତି ରେ ୨ ଟି ବାଇକ ରେ ୪ ଯୁବକ ଗାଁ କୁ ଆସି ସଂଘବଦ୍ଧ ଭାବେ ଖଣ୍ଡା ଧରି ମାର୍ଚ୍ଚିଂ କରିବାର ଭିଡ଼ିଓ ଭାଇରାଲ ହେବା ପରେ ଲୋକେ ଭୟଭୀତ ହୋଇ ରାତିସାରା ରହିଲେ।ଗତ ୨ ତାରିଖ ଠାରୁ ୬ ତାରିଖ ଯାଏଁ ଗାଁ ର ଶ୍ରୀ ଭୂଜଙ୍ଗେଶ୍ୱର ମହାଦେବ […] The post କଲ୍ୟାଣପୁର ଗାଁ ରେ ଅସାମାଜିକ ଯୁବକଙ୍କ ଆତଙ୍କ: ଖଣ୍ଡା ଧରି କଲେ ମାର୍ଚ୍ଚିଂ ଭିଡ଼ିଓ ଭାଇରାଲ appeared first on Dharitri Odia News.
ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କଲ୍ୟାଣପୁର ଗାଁ ରେ ପଡୋଶୀ ଗ୍ରାମର କିଛି ଅସାମାଜିକ ଯୁବକ ଆତଙ୍କ ଚଳାଇଥିବା ଜଣାପଡ଼ିଛି।ଶୁକ୍ରବାର ରାତି ରେ ୨ ଟି ବାଇକ ରେ ୪ ଯୁବକ ଗାଁ କୁ ଆସି ସଂଘବଦ୍ଧ ଭାବେ ଖଣ୍ଡା ଧରି ମାର୍ଚ୍ଚିଂ କରିବାର ଭିଡ଼ିଓ ଭାଇରାଲ ହେବା ପରେ ଲୋକେ ଭୟଭୀତ ହୋଇ ରାତିସାରା ରହିଲେ।ଗତ ୨ ତାରିଖ ଠାରୁ ୬ ତାରିଖ ଯାଏଁ ଗାଁ ର ଶ୍ରୀ ଭୂଜଙ୍ଗେଶ୍ୱର ମହାଦେବ ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା।ପଡୋଶୀ ଗାଁ ର କିଛି ଯୁବକ ସେଠାରେ ପହଞ୍ଚି ବିଶୃଙ୍ଖଳା ସୃଷ୍ଟି କରିଥିଲେ।କଲ୍ୟାଣପୁର ଗାଁ ର କିଛି ଯୁବ ସ୍ଵେଚ୍ଛାସେବୀ ସେମାନଙ୍କୁ ଘଉଡାଇ ଦେଇଥିଲେ।ଏଥିରେ ଉତ୍ତେଜିତ ହୋଇ ପଡୋଶୀ ଗାଁ ର ଯୁବକ ମାନେ ପ୍ରତିଶୋଧ ପରାୟଣ ହୋଇ ଶୁକ୍ରବାର ରାତି ରେ ଖଣ୍ଡା ଧରି ଗାଁ ଲୋକଙ୍କୁ ଭୟଭୀତ କରିଥିବା ଜଣାପଡିଛି। ଏନେଇ ଗାଁ ଲୋକେ ଦିଗପହଣ୍ଡି ଥାନାରେ ଏତଲା ଦେବାକୁ ନିରାପଦ ମନେ କରୁନଥିବା କହିଛନ୍ତି।ଖବର ପାଇ ପୋଲିସ ଟିମ୍ ଗାଁ ରେ ପହଞ୍ଚି ତଦନ୍ତ କରି ଫେରିଥିଲେ ମଧ୍ୟ ଏନେଇ କୌଣସି ଏତଲା ହୋଇନଥିବା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।
The post କଲ୍ୟାଣପୁର ଗାଁ ରେ ଅସାମାଜିକ ଯୁବକଙ୍କ ଆତଙ୍କ: ଖଣ୍ଡା ଧରି କଲେ ମାର୍ଚ୍ଚିଂ ଭିଡ଼ିଓ ଭାଇରାଲ appeared first on Dharitri Odia News.