କଳା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଗୀତିକାର ବିନୋଦ ପଶାୟତଙ୍କୁ ମିଳିବ ପଦ୍ମଶ୍ରୀ
ସମ୍ବଲପୁର: ସମ୍ବଲପୁରର ବିଶିଷ୍ଟ ଗୀତିକାର ତଥା ନାଟ୍ୟକର ବିନୋଦ କୁମାର ପଶାୟତଙ୍କୁ ମିଲିଲା ପଦ୍ମଶ୍ରୀ । ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି l ଏହି ଖବର ଜାଣିବା ପରେ ବିନୋଦ ପଶାୟତ ଖୁସି ବ୍ୟକ୍ତ କରିଛନ୍ତି ଓ ଏହି ସମ୍ମାନ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହ ତାଙ୍କୁ ନିଜର ପ୍ରିୟ ନେତା ବୋଲି କହିଛନ୍ତି l ସମ୍ବଲପୁରବାସୀଙ୍କ ସ୍ନେହ ପ୍ରେମ ଓ ମା' ସମଲେଶ୍ବରୀଙ୍କ ଆଶୀର୍ବାଦରୁ ସେ ଏହି ସଫଳତା ଲାଭ କରିଥିବା ପ୍ରକାଶ କରିଛନ୍ତି । ସେ ଆଜି ପର୍ଯ୍ୟନ୍ତ ୬୦୦ରୁ ଉର୍ଦ୍ଧ ଗୀତ, କବିତା, ନାଟକ ଓ ବହି ଲେଖିଛନ୍ତି । ତାଙ୍କ ପାଇଁ ସମ୍ବଲପୁରବାସୀ ଏବେ ବେଶ୍ ଗର୍ବ ଅନୁଭବ କରିଛନ୍ତି। Also Read- ଗଞ୍ଜାମ ପାଇଁ ଗର୍ବ: ପଦ୍ମଶ୍ରୀ ସମ୍ମାନ ପାଇବେ ଲୋକକଳା କୃଷ୍ଣଲୀଳା ଗାୟକ ଗୋପୀନାଥ ସ୍ୱାଇଁ ଗୁରୁବାର କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ପଦ୍ମଶ୍ରୀ ସମ୍ମାନ ପାଇଁ ୧୧୦ ଜଣଙ୍କ ନାଁ ଘୋଷଣା କରାଯାଇଛି । ଦେଶରେ ଅଜଣା ହିରୋଙ୍କୁ ଭାରତ ସରକାର ଏହି ପୁରସ୍କାର ଜରିଆରେ ସମାଜ ପ୍ରତି ସେମାନଙ୍କ ସେବାକୁ ସ୍ୱୀକୃତି ଦେଇଥାନ୍ତି । ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । ଗଞ୍ଜାମର କୃଷ୍ଣଲୀଳା ଗାୟକ ଗୋପୀନାଥ ସ୍ୱାଇଁଙ୍କୁ ପଦ୍ମଶ୍ରୀରେ ସ
ସମ୍ବଲପୁର: ସମ୍ବଲପୁରର ବିଶିଷ୍ଟ ଗୀତିକାର ତଥା ନାଟ୍ୟକର ବିନୋଦ କୁମାର ପଶାୟତଙ୍କୁ ମିଲିଲା ପଦ୍ମଶ୍ରୀ । ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି l ଏହି ଖବର ଜାଣିବା ପରେ ବିନୋଦ ପଶାୟତ ଖୁସି ବ୍ୟକ୍ତ କରିଛନ୍ତି ଓ ଏହି ସମ୍ମାନ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।
ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହ ତାଙ୍କୁ ନିଜର ପ୍ରିୟ ନେତା ବୋଲି କହିଛନ୍ତି l ସମ୍ବଲପୁରବାସୀଙ୍କ ସ୍ନେହ ପ୍ରେମ ଓ ମା' ସମଲେଶ୍ବରୀଙ୍କ ଆଶୀର୍ବାଦରୁ ସେ ଏହି ସଫଳତା ଲାଭ କରିଥିବା ପ୍ରକାଶ କରିଛନ୍ତି । ସେ ଆଜି ପର୍ଯ୍ୟନ୍ତ ୬୦୦ରୁ ଉର୍ଦ୍ଧ ଗୀତ, କବିତା, ନାଟକ ଓ ବହି ଲେଖିଛନ୍ତି । ତାଙ୍କ ପାଇଁ ସମ୍ବଲପୁରବାସୀ ଏବେ ବେଶ୍ ଗର୍ବ ଅନୁଭବ କରିଛନ୍ତି।
Also Read- ଗଞ୍ଜାମ ପାଇଁ ଗର୍ବ: ପଦ୍ମଶ୍ରୀ ସମ୍ମାନ ପାଇବେ ଲୋକକଳା କୃଷ୍ଣଲୀଳା ଗାୟକ ଗୋପୀନାଥ ସ୍ୱାଇଁ
ଗୁରୁବାର କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ପଦ୍ମଶ୍ରୀ ସମ୍ମାନ ପାଇଁ ୧୧୦ ଜଣଙ୍କ ନାଁ ଘୋଷଣା କରାଯାଇଛି । ଦେଶରେ ଅଜଣା ହିରୋଙ୍କୁ ଭାରତ ସରକାର ଏହି ପୁରସ୍କାର ଜରିଆରେ ସମାଜ ପ୍ରତି ସେମାନଙ୍କ ସେବାକୁ ସ୍ୱୀକୃତି ଦେଇଥାନ୍ତି । ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି ।

ଗଞ୍ଜାମର କୃଷ୍ଣଲୀଳା ଗାୟକ ଗୋପୀନାଥ ସ୍ୱାଇଁଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ । ସେହିପରି ବରଗଡ଼ର ଭାଗବତ ପ୍ରଧାନଙ୍କୁ ୨୦୨୪ ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯିବ । କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିନୋଦ ମହାରଣା ପାଇବେ ପ୍ରଦ୍ମଶୀ ପୁରସ୍କାର ।
The post କଳା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଗୀତିକାର ବିନୋଦ ପଶାୟତଙ୍କୁ ମିଳିବ ପଦ୍ମଶ୍ରୀ appeared first on Prameya News7.