କଳାହାଣ୍ଡି ଉତ୍ସବ ଘୁମୁରା ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ, ପ୍ରଥମ ଥର ପାଇଁ ମହିଳା ଗଣଦୌଡ ପ୍ରତିଯୋଗିତା।

କଳାହାଣ୍ଡି:୧୩/୦୨:କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଆସନ୍ତା ଜାନୁଆରୀ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂପ୍ରସାରିତ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଆଜି ମହିଳା ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବଡ ବସୁଲ ପଡିଆ ଠାରୁ ଉତ୍ସବ ପଡ଼ିଆ ପର୍ଯ୍ୟନ୍ତ ପ୍ରାୟ ୫କିମି ରାସ୍ତା ଉପରେ ଏହି ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଡାକ୍ତର ମୋନିକା ପରଶିରା ପତାକା ଦେଖାଇ ପ୍ରତିଯୋଗିତାର […] The post କଳାହାଣ୍ଡି ଉତ୍ସବ ଘୁମୁରା ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ, ପ୍ରଥମ ଥର ପାଇଁ ମହିଳା ଗଣଦୌଡ ପ୍ରତିଯୋଗିତା। appeared first on Odisha.News.

କଳାହାଣ୍ଡି ଉତ୍ସବ ଘୁମୁରା ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ, ପ୍ରଥମ ଥର ପାଇଁ ମହିଳା ଗଣଦୌଡ ପ୍ରତିଯୋଗିତା।

କଳାହାଣ୍ଡି:୧୩/୦୨:କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଆସନ୍ତା ଜାନୁଆରୀ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂପ୍ରସାରିତ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଆଜି ମହିଳା ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବଡ ବସୁଲ ପଡିଆ ଠାରୁ ଉତ୍ସବ ପଡ଼ିଆ ପର୍ଯ୍ୟନ୍ତ ପ୍ରାୟ ୫କିମି ରାସ୍ତା ଉପରେ ଏହି ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଡାକ୍ତର ମୋନିକା ପରଶିରା ପତାକା ଦେଖାଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥଲେ। ବଡ ବସୁଲ ମକୁନ୍ଦ ଶବର ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳା ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥଲେ। ଏଥିରେ ଧର୍ମଗଡ଼ ବ୍ଲକ ଝାର କୁଣ୍ଡାମାଲ ଗ୍ରାମର ଯୁଗମଣି ଶବର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଧର୍ମଗଡ଼ ବ୍ଲକ ବୋଡ଼େନ ର ପୁଷ୍ପାଞ୍ଜଳି ଶବର ଦ୍ଵିତୀୟ ସ୍ଥାନ ଓ ଧର୍ମଗଡ଼ ର ଲିଲି ସୁନାନୀ ତୃତୀୟ ସ୍ଥାନ ହାସଲ କରିଥିଲେ । କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ ପ୍ରଥମ ଥର ପାଇଁ ଧର୍ମଗଡ଼ ରେ ମହିଳା ଗଣଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଉତ୍ସବ ପଡ଼ିଆ ଠାରେ ଆୟୋଜିତ ସମ୍ବର୍ଧନା କାର୍ଯ୍ୟକ୍ରମ ରେ ଧର୍ମଗଡ ଉପ ଜିଲ୍ଲାପାଳ ତଥା ଉତ୍ସବ କମିଟି ଅଧ୍ୟକ୍ଷ ଧିମାନ ଚକମା, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ, ଅର୍ଥ କମିଟି ର ଉପାଧ୍ୟକ୍ଷ ସୁଶ୍ରୀ ହୀରା ବାଗ, ଇଙ୍ଗିତ ପଣ୍ଡା, ବରିଷ୍ଠ କ୍ରୀଡାବିତ୍ ଲକ୍ଷ୍ମୀକାନ୍ତ ବାଗ,କର୍ତ୍ତବ୍ୟ ଅନୁଷ୍ଠାନ ର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଶୋକ ପଟ୍ଟନାୟକ, ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟନ୍ତ ମୁଣ୍ଡ, କ୍ଷୀରୋଦ ବାଗ ପ୍ରମୁଖ ମଞ୍ଚାସିନ ରହି ବିଜୟୀ ମହିଳା କ୍ରୀଡାବିତ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ କୁ କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ, କ୍ରୀଡ଼ା ଶିକ୍ଷୟତ୍ରୀ ବୀଣା ପୁଝାରୀ, ଶିକ୍ଷୟତ୍ରୀ ରାଜ କୁମାରୀ ନାଏକ ପରିଚାଳନା କରିଥିଲେ। କ୍ରୀଡ଼ା କମିଟି ରେ ଅଭୟ ବାଗ,ଶ୍ରବଣ ଜାଲ, ନୟନ ସାହୁ, ସନ୍ତୋଷ ନାଏକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥଲେ। ମୂଖ୍ୟ ଉତ୍ସବ ରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ।

The post କଳାହାଣ୍ଡି ଉତ୍ସବ ଘୁମୁରା ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ, ପ୍ରଥମ ଥର ପାଇଁ ମହିଳା ଗଣଦୌଡ ପ୍ରତିଯୋଗିତା। appeared first on Odisha.News.