ସହରରେ ଚାଞ୍ଚଲ୍ୟ: ମନୋରମାଙ୍କ ହତ୍ୟାକାରୀ ହାରିଦେଲେ ଜୀବନ

କେନ୍ଦୁଝର,୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟରେ ଶଙ୍କରଗଳି ପବିତ୍ରଡିହାରେ ଗତ ୪ ତାରିଖରେ ଜଣେ ୨୦ ବର୍ଷୀୟା ଯୁବତୀ ମନୋରମା ବେହେରା ହତ୍ୟାକାଣ୍ଡର ଅଭିଯୁକ୍ତ ଅଜୟ ସାହୁ (୨୪)ଙ୍କ ମୃତଦେହ ଝାରସୁଗୁଡ଼ା ରେଳଷ୍ଟେଶନରୁ ସ୍ଥାନୀୟ ରେଳବାଇ ପୋଲିସ ପାଇଛି। ସେ ହତ୍ୟା ଘଟଣା ପରେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି। ସିସିଟିଭି ଫୁଟେଜ୍‌ ଓ ତଦନ୍ତରୁ ଅଜୟ ମୁଖ୍ୟ ସନ୍ଦିଗ୍ଧ ବୋଲି ଜଣାପଡ଼ିଥିଲା। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସତ୍ୟାସତ୍ୟ ଜଣାପଡ଼ିବ […] The post ସହରରେ ଚାଞ୍ଚଲ୍ୟ: ମନୋରମାଙ୍କ ହତ୍ୟାକାରୀ ହାରିଦେଲେ ଜୀବନ appeared first on Dharitri Odia News.

ସହରରେ ଚାଞ୍ଚଲ୍ୟ: ମନୋରମାଙ୍କ ହତ୍ୟାକାରୀ ହାରିଦେଲେ ଜୀବନ

କେନ୍ଦୁଝର,୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟରେ ଶଙ୍କରଗଳି ପବିତ୍ରଡିହାରେ ଗତ ୪ ତାରିଖରେ ଜଣେ ୨୦ ବର୍ଷୀୟା ଯୁବତୀ ମନୋରମା ବେହେରା ହତ୍ୟାକାଣ୍ଡର ଅଭିଯୁକ୍ତ ଅଜୟ ସାହୁ (୨୪)ଙ୍କ ମୃତଦେହ ଝାରସୁଗୁଡ଼ା ରେଳଷ୍ଟେଶନରୁ ସ୍ଥାନୀୟ ରେଳବାଇ ପୋଲିସ ପାଇଛି। ସେ ହତ୍ୟା ଘଟଣା ପରେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି। ସିସିଟିଭି ଫୁଟେଜ୍‌ ଓ ତଦନ୍ତରୁ ଅଜୟ ମୁଖ୍ୟ ସନ୍ଦିଗ୍ଧ ବୋଲି ଜଣାପଡ଼ିଥିଲା। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପ୍ରେସ୍‌ମିଟ୍‌ରେ ଏସ୍‌ପି ନୀତିନ କୁଶଲକର ସୂଚନା ଦେଇଛନ୍ତି। ଉକ୍ତ ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଏହା ପ୍ରେମସମ୍ପର୍କ ନେଇ ଘଟିଥିବା ଜୋର୍‌ ଚର୍ଚ୍ଚା ହେଉଛି।

The post ସହରରେ ଚାଞ୍ଚଲ୍ୟ: ମନୋରମାଙ୍କ ହତ୍ୟାକାରୀ ହାରିଦେଲେ ଜୀବନ appeared first on Dharitri Odia News.