କଳାହାଣ୍ଡି ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ।

କଳାହାଣ୍ଡି:୨୪/୧୦ କଳାହାଣ୍ଡି ପୋଲିସ ନିକଟରେ ଜଣେ ମହିଳା ମାଓବାଦୀଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଦେବୀ ସୋରୀ ଓରଫ ଗୀତା ହୋଇଥିବା ବେଳେ ସେ ଛତିଶଗଡ ରାଜ୍ୟ ସୁକମା ଅଞ୍ଚଳର ବୋଲି ଜଣାପଡିଛି।ଏ ନେଇଁ ବୁଧବାର ଅପରାହ୍ନରେ ଭବାନୀପାଟଣା ସ୍ଥିତ କଳାହାଣ୍ଡି ଏସପି ଙ୍କ କାର୍ଯ୍ୟଳୟ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ସୂଚନା ଦେଇଛନ୍ତି। ଗତ ୨୦୧୮ ମସିହାରେ ଦୁର୍ଦ୍ଦାନ୍ତ ମାଓ କମାଣ୍ଡର ହିଡମା ର କାର୍ଯ୍ୟକଳାପ ରେ ସେ ଅନୁପ୍ରାଣୀତ […] The post କଳାହାଣ୍ଡି ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ। appeared first on Odisha.News.

କଳାହାଣ୍ଡି ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ।

କଳାହାଣ୍ଡି:୨୪/୧୦
କଳାହାଣ୍ଡି ପୋଲିସ ନିକଟରେ ଜଣେ ମହିଳା ମାଓବାଦୀଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଦେବୀ ସୋରୀ ଓରଫ ଗୀତା ହୋଇଥିବା ବେଳେ ସେ ଛତିଶଗଡ ରାଜ୍ୟ ସୁକମା ଅଞ୍ଚଳର ବୋଲି ଜଣାପଡିଛି।ଏ ନେଇଁ ବୁଧବାର ଅପରାହ୍ନରେ ଭବାନୀପାଟଣା ସ୍ଥିତ କଳାହାଣ୍ଡି ଏସପି ଙ୍କ କାର୍ଯ୍ୟଳୟ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ସୂଚନା ଦେଇଛନ୍ତି। ଗତ ୨୦୧୮ ମସିହାରେ ଦୁର୍ଦ୍ଦାନ୍ତ ମାଓ କମାଣ୍ଡର ହିଡମା ର କାର୍ଯ୍ୟକଳାପ ରେ ସେ ଅନୁପ୍ରାଣୀତ ହୋଇ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ମାଓବାଦୀ ର ଚିତ୍ର ନାଟ୍ୟମଣ୍ଡଳି ରେ ସାମିଲ ହୋଇଥିଲେ। ପରେ ମାଓବାଦୀ ଙ୍କ ଏରିଆ କମାଣ୍ଡର କମଳା ସହିତ ସାକ୍ଷାତ ହୋଇ ମାଓ ସଙ୍ଗଠନ ସହିତ ରହି କାମ କରି ଆସୁଥିବା ବେଳେ ୨୦୨୨ ମସିହାରେ କଳାହାଣ୍ଡି, କନ୍ଧମାଳ,ବୌଦ୍ଧ , ନୟାଗଡ଼ ଡିଭିଜନ ସିପିଆଇ ମାଓବାଦୀ ସଂଗଠନ ରେ ସାମିଲ ହୋଇଥିଲେ। ଏହି ସମୟରେ ଲାଲବାହିନିର ମିଲିଟାରୀ ଗ୍ରୁପ୍ ରେ ରହି ସମସ୍ତଙ୍କ ଚିକିତ୍ସା ସେବା କରି ଆସୁଥିଲେ। ସେହିପରି ୫ ଟି ଗୁଲିବିନିମୟ ଘଟଣାରେ ମଧ୍ୟ ତାଙ୍କର ସଂପୃକ୍ତି ଥିବା ନେଇଁ ଡିଆଇଜି ନୀତି ଶେଖର ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସପି ଅଭିଲାସ ଜି ମଧ୍ୟ ଉପସ୍ଥିତ ଥିଲେ।
ରିପୋର୍ଟ—-ସନତ ପ୍ରଧାନୀ

The post କଳାହାଣ୍ଡି ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ। appeared first on Odisha.News.