କଳାହାଣ୍ଡିରେ ଡିଜିପିଙ୍କ ମାଓ ସ୍ଥିତି ସମୀକ୍ଷା । ନୂଆପଡ଼ାରେ ଯବାନଙ୍କ ସହ କରିବେ ଆଲୋଚନା
କନକ ବ୍ୟୁରୋ : କଳାହାଣ୍ଡିରେ ଡିଜିପିଙ୍କ ମାଓ ସ୍ଥିତି ସମୀକ୍ଷା । ମାଓ ସ୍ଥିତି ସମୀକ୍ଷା ପାଇଁ ଦିନିକିଆ କଳାହାଣ୍ଡି ଗସ୍ତରେ ଅଛନ୍ତି ଡିଜିପି ୟୋଗେଶ ବାହାଦୁର ଖୁରାନିଆ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟରେ ପହଞ୍ଚି, ଛତିଶଗଡ଼ ଗରିଆବନ୍ଦ ଓ ସୀମାନ୍ତ ନୁଆପଡା ମାଓ ଗୁଳି ବିନିମୟ ଘଟଣା ଓ ମାଓସ୍ଥିତିକୁ ନେଇ ସମିକ୍ଷା କରିଛନ୍ତି । କଳାହାଣ୍ଡି ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ ସିଆରପିଏଫ କାମାଣ୍ଡାଣ୍ଟଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । ମାଓ ଏନକାଉଣ୍ଟର ପରେ ଆଜି ଗ୍ରାଉଣ୍ଡ ଜିରୋକୁ ଯିବେ ପୋଲିସ ଡିଜି । କିଛି ସମୟ ପରେ ୱାଇ ବି ଖୁରାନିଆ ନୂଆପଡ଼ାରେ ପହଞ୍ଚିବେ । ସ୍ଥାନୀୟ ଜିଲ୍ଲା ପୁଲିସ କାର୍ୟ୍ୟାଳୟରେ ମାଓବାଦୀଙ୍କ କାର୍ୟ୍ୟକଳାପର ସ୍ଥିତି ଅନୁଧ୍ୟାନ କରିବା ପରେ ପଗାରପାଣି ସ୍ଥିତ ସିଆରପିଏଫ୍ ନୂତନ ବାଟାଲିୟନକୁ ଯିବେ । ପରେ ରିଜର୍ଭ ଠାରେ ଏସଓଜି ଯବାନଙ୍କୁ ଭେଟିବେ । ଯବାନ ଓ ମାଓବାଦୀଙ୍କ ଗୁଳିବିନିମୟ ଘଟଣା ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା କୁଲାରିଘାଟ ଜଙ୍ଗଲରେ ଚାଲିଛି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ । ଗତକାଲି ରାତିରେ ମଧ୍ୟ ଅନେକ ସମୟରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ହୋଇଛି । ରାତି ସାରା ଗରିଆବନ୍ଧ ଡିଆଇଜି ଓ ସିଆରପିଏଫ୍ କୋବରା ଯବାନ ଉପସ୍ଥିତ ଥିଲେ । ସକାଳୁ କୁଲାରିଘାଟ ଅଞ୍ଚଳର ଭାଲୁଡିଗି ଜଙ୍ଗଲରେ ସର୍ଚ୍ଚ ଅପରେସନ୍

କନକ ବ୍ୟୁରୋ : କଳାହାଣ୍ଡିରେ ଡିଜିପିଙ୍କ ମାଓ ସ୍ଥିତି ସମୀକ୍ଷା । ମାଓ ସ୍ଥିତି ସମୀକ୍ଷା ପାଇଁ ଦିନିକିଆ କଳାହାଣ୍ଡି ଗସ୍ତରେ ଅଛନ୍ତି ଡିଜିପି ୟୋଗେଶ ବାହାଦୁର ଖୁରାନିଆ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟରେ ପହଞ୍ଚି, ଛତିଶଗଡ଼ ଗରିଆବନ୍ଦ ଓ ସୀମାନ୍ତ ନୁଆପଡା ମାଓ ଗୁଳି ବିନିମୟ ଘଟଣା ଓ ମାଓସ୍ଥିତିକୁ ନେଇ ସମିକ୍ଷା କରିଛନ୍ତି । କଳାହାଣ୍ଡି ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ ସିଆରପିଏଫ କାମାଣ୍ଡାଣ୍ଟଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ।
ମାଓ ଏନକାଉଣ୍ଟର ପରେ ଆଜି ଗ୍ରାଉଣ୍ଡ ଜିରୋକୁ ଯିବେ ପୋଲିସ ଡିଜି । କିଛି ସମୟ ପରେ ୱାଇ ବି ଖୁରାନିଆ ନୂଆପଡ଼ାରେ ପହଞ୍ଚିବେ । ସ୍ଥାନୀୟ ଜିଲ୍ଲା ପୁଲିସ କାର୍ୟ୍ୟାଳୟରେ ମାଓବାଦୀଙ୍କ କାର୍ୟ୍ୟକଳାପର ସ୍ଥିତି ଅନୁଧ୍ୟାନ କରିବା ପରେ ପଗାରପାଣି ସ୍ଥିତ ସିଆରପିଏଫ୍ ନୂତନ ବାଟାଲିୟନକୁ ଯିବେ । ପରେ ରିଜର୍ଭ ଠାରେ ଏସଓଜି ଯବାନଙ୍କୁ ଭେଟିବେ । ଯବାନ ଓ ମାଓବାଦୀଙ୍କ ଗୁଳିବିନିମୟ ଘଟଣା ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା କୁଲାରିଘାଟ ଜଙ୍ଗଲରେ ଚାଲିଛି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ । ଗତକାଲି ରାତିରେ ମଧ୍ୟ ଅନେକ ସମୟରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ହୋଇଛି । ରାତି ସାରା ଗରିଆବନ୍ଧ ଡିଆଇଜି ଓ ସିଆରପିଏଫ୍ କୋବରା ଯବାନ ଉପସ୍ଥିତ ଥିଲେ । ସକାଳୁ କୁଲାରିଘାଟ ଅଞ୍ଚଳର ଭାଲୁଡିଗି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଗରିଆବନ୍ଧ ଏସ୍ପି ନିଖିଲ ସଖେଚା ଏହାର ମନିଟରିଂ କରୁଛନ୍ତି । ଏନକାଉଣ୍ଟରରେ ୧୪ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୯ଜଣ ପୁରୁଷ ଓ ୫ଜଣ ମହିଳା ମାଓବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ଏସଓଜି ଯବାନ । ମୃତ ମାଓବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ନୂଆପଡ଼ା ଏସପି କହିଛନ୍ତି । ଗୁଇନ୍ଦା ସୂଚନା ଆଧାରରେ ଗତ ୧୯ ତାରିଖରୁ ମିଳିତ ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ସୀମାରେ ଓଡ଼ିଶା ଏସଓଜି ସମେତ ଛତିଶଗଡ଼ ସିଆରପିଏଫ୍, କୋବ୍ରା ଏବଂ ଇ-୩୦ ଯବାନ ଅପରେସନ କରୁଛନ୍ତି ।