କଳାହାଣ୍ଡିରେ ଫରେଷ୍ଟରଙ୍କ ଆତ୍ମହତ୍ୟା । ମୃତଦେହ ପାଖରୁ ମିଳିଲା ସୁଇସାଇଡ୍ ନୋଟ୍
କନକ ବ୍ୟୁରୋ: କଳାହାଣ୍ଡିରେ ଫରେଷ୍ଟରଙ୍କ ଆତ୍ମହତ୍ୟା ଅଭିଯୋଗ। ଫରେଷ୍ଟ ରିସର୍ଚ୍ଚ ୱିଙ୍ଗ ଜାରିଙ୍ଗ ଦାୟିତ୍ୱରେ ଥିବା ଫରେଷ୍ଟର ଅଜୟ ନାୟକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ମୃତଦେହ ପାଖରୁ ଏକ ସୁଇସାଇଡ୍ ନୋଟ ମିଳିଛି। ସେ ଭବାନୀପାଟଣା ଫରେଷ୍ଟ କଲୋନୀ ସରକାରୀ କ୍ବାର୍ଟରରେ ରହୁଥିଲେ। ତେବେ ମୃତ୍ୟୁକୁ ନେଇ ଡିଏଫଓଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପରିବାର। ଡିଏଫଓ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ଫରେଷ୍ଟରଙ୍କ ପତ୍ନୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।