କୋଭିଡ୍‌ରେ ଚାଲିଗଲା ଚାକିରି, ପାଲଟିଗଲେ ଲାପଟପ୍‌ ଚୋର

ବେଙ୍ଗାଲୁରୁର ପିଜିରୁ ୧୦ ଲକ୍ଷରୁ ଅଧିକ ମୂଲ୍ୟର ୨୪ଟି ଲାପଟପ୍‌ ଚୋରି ଅଭିଯୋଗରେ ୨୬ ବର୍ଷ ବୟସ୍କ ଜଣେ ପୂର୍ବତନ IT କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ୍।

କୋଭିଡ୍‌ରେ ଚାଲିଗଲା ଚାକିରି, ପାଲଟିଗଲେ ଲାପଟପ୍‌ ଚୋର

IT ସେକ୍ଟରରେ ଚାକିରି କରିବା ପାଇଁ ଆସିଥିଲେ ବେଙ୍ଗାଲୁରୁ। କିନ୍ତୁ ପରିସ୍ଥିତିରେ ପଡ଼ି ପାଲଟିଗଲେ ଚୋର। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ବେଙ୍ଗାଲୁରୁର ପିଜିରୁ ୧୦ ଲକ୍ଷରୁ ଅଧିକ ମୂଲ୍ୟର ୨୪ଟି ଲାପଟପ୍‌ ଚୋରି ଅଭିଯୋଗରେ ୨୬ ବର୍ଷ ବୟସ୍କା ଜଣେ ପୂର୍ବତନ IT କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ୍।

ମିଳିଥିବା ସୂଚନା ଅନୁସାରେ ଚାକିରି ପାଇଁ ନୋଏଡାରୁ ବେଙ୍ଗାଲୁରୁ ଆସିଥିଲେ ଜସି ଅଗ୍ରୱାଲ। IT ସେକ୍ଟରେ ସେ ଚାକିରି ମଧ୍ୟ କରିଥିଲେ। କିନ୍ତୁ କୋଭିଡ୍‌-୧୯ ବଦଳାଇ ଦେଇଥିଲା ତାଙ୍କ ଭାଗ୍ୟ । କରୋନା ମହାମାରୀ ପାଇଁ ଚାଲିଗଲା ତାଙ୍କ ଚାକିରି। ଏହାପରେ ବଂଚିବାର ଅନ୍ୟ କୌଣସି ଉପାୟ ନପାଇ ଚୋରି କରିବା ଆରମ୍ଭ କରିଥିଲେ ଜସି। ସେ ପିଜିରୁ ଲାପଟପ୍‌ ଚୋରି କରି ନୋଏଡାରେ ବିକ୍ରି କରୁଥିଲେ। ଜସି ଖାଲି ରୁମ୍‌ରେ ପ୍ରବେଶ କରି ଚାର୍ଜରେ ଳାଗିଥିବା ଲାପଟପ୍‌କୁ ଚୋରି କରୁଥିବାର ଅଭିଯୋଗ ହୋଇଛି।

ତେବେ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ପିଜିରେ ରହୁଥିବା ବ୍ୟକ୍ତି ଅନେକ ଲାପଟାପ୍‌ ଚୋରି ହୋଇଥିବା ପୋଲିସ୍‌ରେ ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ କରି ପୋଲିସ୍‌ ମାର୍ଚ୍ଚ ୨୬ରେ ଜସିଙ୍କୁ ଗିରଫ କରିବା ସହ ୧୦-୧୫ ଲକ୍ଷ ଟଙ୍କା ମୂଲ୍ୟର ୨୪ଟି ଲାପଟପ୍‌ ଜବତ କରିଥିଲା।